LIC ର ଏହି ପଲିସିରେ ୧ ଲକ୍ଷ ଟଙ୍କା ନିବେଶ ପରେ ଆଜୀବନ ପାଇପାରିବେ ବାର୍ଷିକ ୧୨ ହଜାର ଟଙ୍କା, ଜାଣନ୍ତୁ କେମିତି...
Advertisement

LIC ର ଏହି ପଲିସିରେ ୧ ଲକ୍ଷ ଟଙ୍କା ନିବେଶ ପରେ ଆଜୀବନ ପାଇପାରିବେ ବାର୍ଷିକ ୧୨ ହଜାର ଟଙ୍କା, ଜାଣନ୍ତୁ କେମିତି...

ଏହା ହେଉଛି ଏକ ଏନ୍ୟୁଟି ପ୍ଲାନ, ତେଣୁ ଏଥିରେ ଥରେ ନିବେଶ କରି ପେନସନ୍ ସୁବିଧା ଦିଆଯାଇଥାଏ । ଏହି ପଲିସିର ସର୍ତ୍ତ ବିଷୟରେ କହିବାକୁ ଗଲେ, ୩୦ରୁ ୮୫ ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ବ୍ୟକ୍ତି ନିବେଶ କରିପାରିବେ । ସର୍ବନିମ୍ନ ବାର୍ଷିକ ପେନସନ୍ ୧୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିପାଇଁ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ନିବେଶ ବାଧ୍ୟତାମୂଳକ ଅଟେ । ଅଧିକତମ ନିବେଶର କୌଣସି ସୀମା ନାହିଁ ।

LIC ର ଏହି ପଲିସିରେ ୧ ଲକ୍ଷ ଟଙ୍କା ନିବେଶ ପରେ ଆଜୀବନ ପାଇପାରିବେ ବାର୍ଷିକ ୧୨ ହଜାର ଟଙ୍କା, ଜାଣନ୍ତୁ କେମିତି...

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ପଲିସିରେ ନିବେଶ କରିବା ବହୁତ ଲାଭଦାୟକ ବୋଲି ମନେ କରାଯାଏ । ଯଦି ଆପଣ ବିନା ବିପଦରେ ଏକ ନିରାପଦ ନିବେଶ ଯୋଜନା କରୁଛନ୍ତି, ତେବେ ଆପଣ LIC ର 'ଜୀବନ ଅକ୍ଷୟ' (Jeevan Akshay) ପଲିସିରେ ନିବେଶ କରିପାରିବେ । ଏହି ପଲିସିରେ ନିବେଶ କରିବା ପରେ ଆପଣ ପ୍ରତି ମାସରେ ପେନସନ ପାଇପାରିବେ । ଆପଣ ନିଜ ପାଇଁ କିମ୍ବା ଆପଣଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହି ପଲିସିରେ ନିବେଶ କରିପାରିବେ । LIC ର ଏହି ପଲିସି ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିବେଶ ପରେ ପେନସନ୍ ଶୀଘ୍ର ଆସିବାକୁ ଲାଗେ । ଏହି ପଲିସି ମାଧ୍ୟମରେ ଆପଣ ନିଜ ପାଇଁ କିମ୍ବା ପରିବାର ସଦସ୍ୟଙ୍କ ପାଇଁ ପ୍ରତି ମାସରେ ଏକ ପେନସନ୍ ବ୍ୟବସ୍ଥା କରିପାରିବେ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫେବୃଆରୀ ୧ରୁ ପୁଣି ଆରମ୍ଭ ହେଉଛି ଏହି ସେବା

ଏହା ହେଉଛି ଏକ ଏନ୍ୟୁଟି ପ୍ଲାନ, ତେଣୁ ଏଥିରେ ଥରେ ନିବେଶ କରି ପେନସନ୍ ସୁବିଧା ଦିଆଯାଇଥାଏ । ଏହି ପଲିସିର ସର୍ତ୍ତ ବିଷୟରେ କହିବାକୁ ଗଲେ, ୩୦ରୁ ୮୫ ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ବ୍ୟକ୍ତି ନିବେଶ କରିପାରିବେ । ସର୍ବନିମ୍ନ ବାର୍ଷିକ ପେନସନ୍ ୧୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିପାଇଁ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ନିବେଶ ବାଧ୍ୟତାମୂଳକ ଅଟେ । ଅଧିକତମ ନିବେଶର କୌଣସି ସୀମା ନାହିଁ ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା!

ପଲିସି ଜାରି ହେବାର ୩ ମାସ ପରେ ଏହା ମାଧ୍ୟମରେ ଋଣ ସୁବିଧା ମଧ୍ୟ ଉପଲବ୍ଧ ହେବ । ପରିବାରର ଯେକୌଣସି ଦୁଇ ଜଣ ସଦସ୍ୟ ଏଥିରେ ମିଳିତ ଏନ୍ୟୁଟି ଗ୍ରହଣ କରିପାରିବେ । ବାର୍ଷିକ, ଅର୍ଦ୍ଧ ବାର୍ଷିକ, ତ୍ରୈମାସିକ ଏବଂ ମାସିକ ଭିତ୍ତିରେ ପେନସନ୍ ଗ୍ରହଣ କରାଯାଇପାରିବ । ଏହି ପଲିସିରେ ପେନସନ୍ ପାଇବା ପାଇଁ ୧୦ଟି ଭିନ୍ନ ବିକଳ୍ପ ଅଛି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଫେବୃଆରୀ ୧ରୁ କେଉଁ କେଉଁ ସ୍ଥାନରେ ଖୋଲିବ ସ୍କୁଲ, କ'ଣ ରହିଛି ଗାଇଡଲାଇନ୍?

ଏହି ପିଲିସିରେ ନିବେଶ କରି ଆପଣ ପ୍ରତି ମାସରେ ୬ ହଜାର ଟଙ୍କା ପେନସନ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଏକକାଳୀନ ୯,୧୬,୨୦୦ ଟଙ୍କା ରାଶି ଜମା କରିବାକୁ ପଡିବ । ଏହା ସହିତ ପ୍ରତିମାସ ପେନସନ ବିକଳ୍ପ 'A'(Annuity payable for life at a uniform rate) କୁ ଚୟନ କରିବାକୁ ପଡିବ ।