LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା! ଜାଣନ୍ତୁ କେମିତି...
Advertisement

LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା! ଜାଣନ୍ତୁ କେମିତି...

ଏହି ପଲିସିର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ପଲିସି ଧାରକ ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ କଭର ପାଇଥାଏ । ମ୍ୟାଚ୍ୟୋରିଟି କିମ୍ବା ପଲିସି ଧାରକଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକାଥରେ ସମସ୍ତ ଟଙ୍କା ଦିଆଯାଏ । ୯୦ ଦିନରୁ ଆରମ୍ଭ କରି ୫୫ ବର୍ଷ ବୟସର ଲୋକମାନେ ଏଥିରେ ନିବେଶ କରିପାରିବେ ।

LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା! ଜାଣନ୍ତୁ କେମିତି...

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ରେ ନିବେଶ କରିବା ଅତି ସୁରକ୍ଷିତ ବୋଲି ମନେ କରାଯାଏ । LIC ହେଉଛି ଦେଶର ସବୁଠାରୁ ବିଶ୍ୱସ୍ତ ଓ ବୃହତ୍ତମ ବୀମା କମ୍ପାନୀ । ଯଦି ଆପଣ LIC ର କୌଣସି ପଲିସିରେ ନିବେଶ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣ 'ଜୀବନ ଉମଙ୍ଗ' (Jeevan Umang) ଚୟନ କରିପାରିବେ ।

ଏହି ପଲିସିର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ପଲିସି ଧାରକ ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ କଭର ପାଇଥାଏ । ମ୍ୟାଚ୍ୟୋରିଟି କିମ୍ବା ପଲିସି ଧାରକଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକାଥରେ ସମସ୍ତ ଟଙ୍କା ଦିଆଯାଏ । ୯୦ ଦିନରୁ ଆରମ୍ଭ କରି ୫୫ ବର୍ଷ ବୟସର ଲୋକମାନେ ଏଥିରେ ନିବେଶ କରିପାରିବେ ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର

ପ୍ରିମିୟମ୍ ଦେୟ ଅବଧି ଯଥା PPT ୧୫, ୨୦, ୨୫ ଏବଂ ୩୦ ବର୍ଷ ପାଇଁ ସ୍ଥିର ହୋଇଛି । ପ୍ରିମିୟମ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ କିସ୍ତି ପ୍ରଦାନ କରିଦିଆଗଲେ, ପଲିସି ଧାରକଙ୍କୁ ଗ୍ୟାରେଣ୍ଟିର ସହିତ ସର୍ବନିମ୍ନ ରାଶି ମିଳିଥାଏ । ଜୀବନ ବୀମା ରିଟର୍ଣ୍ଣର ୮ ପ୍ରତିଶତ ଆଜୀବନ ପାଇଁ ପ୍ରତିବର୍ଷ ମିଳିଥାଏ । ଏହି ପଲିସିରେ ଛୋଟ ନିବେଶ କରି ଜୀବନ ସାରା ଟଙ୍କା ମିଳିଥାଏ । ଏହି ପଲିସିରେ ଆପଣ ପ୍ରତିଦିନ ୨୮ ଟଙ୍କା ନିବେଶ କରିପାରିବେ । ଆପଣ ୨୬,୧୬,୨୫୦ ଟଙ୍କା ରିଟର୍ନ ପାଇପାରିବେ  ।

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ସାମ୍ନାକୁ ଆସିଲା ମାରାତ୍ମକ ମାରବର୍ଗ ଭୂତାଣୁର ପ୍ରଥମ ମାମଲା, ଜାଣନ୍ତୁ ଏହା ବିଷୟରେ ସବୁକିଛି...

ଧରାଯାଉ, କୌଣସି ବ୍ୟକ୍ତିଙ୍କ ବୟସ ୨୦ ବୟସ ଏବଂ ସେ ୨୫ ବର୍ଷର ପ୍ରିମିୟମ୍ ପେମେଣ୍ଟ୍ ଟର୍ମ ପ୍ଲାନ୍ (୭୯ ବର୍ଷ ଟର୍ମ) ବିକଳ୍ପ ଚୟନ କରେ, ତାଙ୍କୁ ମୋଟ ପ୍ରିମିୟମ୍ ୨,୫୮,୭୫୨ ଟଙ୍କା ଦେବାକୁ ପଡିବ । ଏହି ସମୟ ଅବଧିରେ ପଲିସି ଧାରକ ଦୈନିକ ୨୮ ଟଙ୍କା ନିବେଶ କରି ୨୬,୧୬,୨୫୦ ଟଙ୍କା ରିଟର୍ନ ପାଇବେ । ୨୫ ବର୍ଷ ପାଇଁ ପ୍ରିମିୟମ ଦେବା ପରେ ୪୫ ବର୍ଷ ବୟସରୁ ଏହି ରାଶିର ୮ ପ୍ରତିଶତ ପ୍ରତିବର୍ଷ ଆଜୀବନ ମିଳିବା ଜାରି ରହିବ ଯାହା ବାର୍ଷିକ ୨୦,୦୦୦ ଟଙ୍କା ହେବ ।