LIC ର ନୂତନ ପଲିସି, ବିନା ପ୍ରିମିୟମରେ ମିଳୁଛି ୧୦ ଲକ୍ଷ ଟଙ୍କାର କଭର
Advertisement

LIC ର ନୂତନ ପଲିସି, ବିନା ପ୍ରିମିୟମରେ ମିଳୁଛି ୧୦ ଲକ୍ଷ ଟଙ୍କାର କଭର

ପଲିସି ଧାରକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମାଗଣା ବିପଦ କଭର ଅଛି । LIC ର ଏହି ପଲିସିର ନାମ ହେଉଛି ନ୍ୟୁ ଜୀବନ ଆନନ୍ଦ ପଲିସି (New Jeevan Anand Policy) ।

LIC ର ନୂତନ ପଲିସି, ବିନା ପ୍ରିମିୟମରେ ମିଳୁଛି ୧୦ ଲକ୍ଷ ଟଙ୍କାର କଭର

ନୂଆଦିଲ୍ଲୀ: Life Insurance: ଏହି କୋରୋନା କାଳରେ ସମସ୍ତେ ନିଜ ଭବିଷ୍ୟତ ତଥା ସ୍ୱାସ୍ଥ୍ୟ ଓ ପରିବାର ବିଷୟରେ ଚିନ୍ତା କରୁଛନ୍ତି । ଏଭଳି ପରିସ୍ଥିତିରେ ଭାରତୀୟ ଜୀବନ ବୀମା ନିଗମ (LIC) ଲୋକଙ୍କ ପାଇଁ ଏକ ନୂତନ ପଲିସି ନେଇ ଆସିଛି, ଯେଉଁଥିରେ ଲୋକମାନେ ସଞ୍ଚୟ ସହିତ ସୁରକ୍ଷା ପାଇପାରିବେ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ପରେ କୌଣସି ପ୍ରିମିୟମ ଦେବାର ଆବଶ୍ୟକତା ନାହିଁ । ପଲିସି ଧାରକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମାଗଣା ବିପଦ କଭର ଅଛି । LIC ର ଏହି ପଲିସିର ନାମ ହେଉଛି ନ୍ୟୁ ଜୀବନ ଆନନ୍ଦ ପଲିସି (New Jeevan Anand Policy) ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଜାଣନ୍ତୁ ଏହି ପଲିସି ବିଷୟରେ...

ଧରାଯାଉ ଆପଣଙ୍କୁ ୨୫ ବର୍ଷ ବୟସ ହୋଇଛି ଓ ଆପଣ ୧୦ ଲକ୍ଷର କଭର କିଣିଛନ୍ତି । ଯେତେବେଳେ ଆପଣଙ୍କୁ ୫୦ ବର୍ଷ ହେବ, ସେତେବେଳେ ଆପଣଙ୍କର ପଲିସି ପରିପକ୍ୱ ହେବ । ଏହା ପରେ ଆପଣଙ୍କୁ କୌଣସି ପ୍ରିମିୟମ ଦେବାକୁ ପଡିବ ନାହିଁ । ଆହୁରି ମଧ୍ୟ ପଲିସି ଆପଣଙ୍କ ଜୀବିତ ରହିବା ପର୍ଯ୍ୟନ୍ତ  ଜାରି ରହିବ ଏବଂ ପଲିସି ଧାରକଙ୍କ ମୃତ୍ୟୁ ପରେ ଟଙ୍କା ନୋମିନିଙ୍କୁ ମିଳିବ ।

ଅଧିକ ପଢ଼ନ୍ତୁ:-LPG ଗ୍ୟାସ୍ ସିଲିଣ୍ଡର ଶସ୍ତା ହେଲା ନା ମହଙ୍ଗା? ତୁରନ୍ତ ଚେକ୍ କରନ୍ତୁ ମେ ୧ର ରେଟ୍

ଉତ୍ତମ ରିଟର୍ଣ୍ଣ

LIC ର ଏହି ପଲିସିରେ ସୁରକ୍ଷା ସହିତ ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ଏହି ସ୍କିମରେ ଟଙ୍କା ୧ ଲକ୍ଷର ଅଶୟୋର୍ଡ ନେବାକୁ ପଡ଼ିଥାଏ । ନିବେଶର କୌଣସି ଅଧିକତମ ସୀମା ନାହିଁ । ପଲିସିର ଅବଧି ୧୫ରୁ ୩୫ ବର୍ଷ ଅଟେ । ଆହୁରି ମଧ୍ୟ ବାର୍ଷିକ କିମ୍ବା ପ୍ରତି ମାସରେ ପ୍ରିମିୟମ ଦେବାର ଏକ ବିକଳ୍ପ ଅଛି । ଧରାଯାଉ ଜଣେ ୨୫ ବର୍ଷ ବୟସର ବ୍ୟକ୍ତି ୧୨ ବର୍ଷ ପାଇଁ ପାଞ୍ଚ ଲକ୍ଷ ଟଙ୍କାର ପଲିସି କିଣିଛନ୍ତି । ତାଙ୍କୁ ବାର୍ଷିକ ପ୍ରାୟ ୨ ଲକ୍ଷ ୭୦ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ:-ଯଦି ପାନ କାର୍ଡରେ ଅଛି ତ୍ରୁଟି, ତେବେ ଏହାକୁ ସହଜ ଉପାୟରେ ଅନଲାଇନରେ କରନ୍ତୁ ଠିକ୍

ହି ପରିପ୍ରେକ୍ଷୀରେ ମୋଟ ନିବେଶ ୫.୬୭ ଲକ୍ଷ ଟଙ୍କା ହେବ । ଯୋଜନାରେ ଏକ ବୋନସ ମଧ୍ୟ ଅଛି, ଯାହା ପ୍ରତିବର୍ଷ ମିଳିଥାଏ । ବୋନସ ପରିମାଣ ୪୮ ଟଙ୍କା ପ୍ରତି ହଜାର ହୋଇଥାଏ, ଅର୍ଥାତ୍ ବର୍ଷକୁ ୨୪ ହଜାର ଟଙ୍କା ବୋନସ୍ ହିସାରେ ୨୧ ବର୍ଷରେ ପାଞ୍ଚ ଲକ୍ଷରୁ ଅଧିକ ହୋଇଯାଏ । ଏହି ପଲିସିର ପରିପକ୍ୱତା ପରେ ୨୦ ଟଙ୍କା ପ୍ରତି ହଜାରେ ହିସାବରେ ଅତିରିକ୍ତ ବୋନସ୍ ମିଳିବ । ଆୟକର ଅଧୀନରେ ଏଥିରେ ଟିକସ ଛାଡ ମଧ୍ୟ ରହିଛି ।