LIC ର ଏହି ପଲିସିରେ ନିବେଶ କରି ତୁରନ୍ତ ପାଇପାରିବେ ପ୍ରତି ମାସରେ ୬ ହଜାର ଟଙ୍କା, ଜାଣନ୍ତୁ କେମିତି...
Advertisement

LIC ର ଏହି ପଲିସିରେ ନିବେଶ କରି ତୁରନ୍ତ ପାଇପାରିବେ ପ୍ରତି ମାସରେ ୬ ହଜାର ଟଙ୍କା, ଜାଣନ୍ତୁ କେମିତି...

ଏହା ହେଉଛି ଏକ ଏନ୍ୟୁଟି ପ୍ଲାନ, ତେଣୁ ଏଥିରେ ଥରେ ନିବେଶ କରି ପେନସନ୍ ସୁବିଧା ଦିଆଯାଇଥାଏ । ଏହି ପଲିସିର ସର୍ତ୍ତ ବିଷୟରେ କହିବାକୁ ଗଲେ, ୩୦ରୁ ୮୫ ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ବ୍ୟକ୍ତି ନିବେଶ କରିପାରିବେ । ସର୍ବନିମ୍ନ ବାର୍ଷିକ ପେନସନ୍ ୧୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିପାଇଁ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ନିବେଶ ବାଧ୍ୟତାମୂଳକ ଅଟେ । ଅଧିକତମ ନିବେଶର କୌଣସି ସୀମା ନାହିଁ ।

LIC ର ଏହି ପଲିସିରେ ନିବେଶ କରି ତୁରନ୍ତ ପାଇପାରିବେ ପ୍ରତି ମାସରେ ୬ ହଜାର ଟଙ୍କା, ଜାଣନ୍ତୁ କେମିତି...

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ପଲିସିରେ ନିବେଶ କରିବା ବହୁତ ଲାଭଦାୟକ ବୋଲି ମନେ କରାଯାଏ । ଯଦି ଆପଣ ବିନା ବିପଦରେ ଏକ ନିରାପଦ ନିବେଶ ଯୋଜନା କରୁଛନ୍ତି, ତେବେ ଆପଣ LIC ର 'ଜୀବନ ଅକ୍ଷୟ' (Jeevan Akshay) ପଲିସିରେ ନିବେଶ କରିପାରିବେ । ଏହି ପଲିସି ମାଧ୍ୟମରେ ଆପଣ ନିଜ ପାଇଁ କିମ୍ବା ପରିବାର ସଦସ୍ୟଙ୍କ ପାଇଁ ପ୍ରତି ମାସରେ ଏକ ପେନସନ୍ ବ୍ୟବସ୍ଥା କରିପାରିବେ ।

ଏହା ହେଉଛି ଏକ ଏନ୍ୟୁଟି ପ୍ଲାନ, ତେଣୁ ଏଥିରେ ଥରେ ନିବେଶ କରି ପେନସନ୍ ସୁବିଧା ଦିଆଯାଇଥାଏ । ଏହି ପଲିସିର ସର୍ତ୍ତ ବିଷୟରେ କହିବାକୁ ଗଲେ, ୩୦ରୁ ୮୫ ବର୍ଷ ମଧ୍ୟରେ ଯେକୌଣସି ଭାରତୀୟ ବ୍ୟକ୍ତି ନିବେଶ କରିପାରିବେ । ସର୍ବନିମ୍ନ ବାର୍ଷିକ ପେନସନ୍ ୧୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି, ଯେଉଁଥିପାଇଁ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ନିବେଶ ବାଧ୍ୟତାମୂଳକ ଅଟେ । ଅଧିକତମ ନିବେଶର କୌଣସି ସୀମା ନାହିଁ ।

ପଲିସି ଜାରି ହେବାର ୩ ମାସ ପରେ ଏହା ମାଧ୍ୟମରେ ଋଣ ସୁବିଧା ମଧ୍ୟ ଉପଲବ୍ଧ ହେବ । ପରିବାରର ଯେକୌଣସି ଦୁଇ ଜଣ ସଦସ୍ୟ ଏଥିରେ ମିଳିତ ଏନ୍ୟୁଟି ଗ୍ରହଣ କରିପାରିବେ । ବାର୍ଷିକ, ଅର୍ଦ୍ଧ ବାର୍ଷିକ, ତ୍ରୈମାସିକ ଏବଂ ମାସିକ ଭିତ୍ତିରେ ପେନସନ୍ ଗ୍ରହଣ କରାଯାଇପାରିବ । ଏହି ପଲିସିରେ ପେନସନ୍ ପାଇବା ପାଇଁ ୧୦ଟି ଭିନ୍ନ ବିକଳ୍ପ ଅଛି ।

ଏଗୁଡ଼ିକ ହେଉଛି ବିକଳ୍ପଗୁଡ଼ିକ:-

ବିକଳ୍ପ A: ଇମିଡିଏଟ ଏନ୍ୟୁଟି ଫର ଲାଇଫ ମାଧ୍ୟମରେ ନିବେଶ ପରେ ତୁରନ୍ତ ପେନସନ ସୁବିଧା ମିଳିବା ଜାରି ରହିଥାଏ । ପଲିସିଧାରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏହି ସୁବିଧା ପ୍ରଦାନ କରାଯାଇଥାଏ । ଏହି ବିକଳ୍ପର ଏକ ସର୍ତ୍ତ ହେଉଛି ଯେ ପଲିସିଧାରୀଙ୍କୁ ଡେଥ୍ ବେନିଫିଟ୍ ଦିଆଯାଉ ନାହିଁ ।

ବିକଳ୍ପ B: ୫ ବର୍ଷର ଗ୍ୟାରେଣ୍ଟି ଅବଧି ସହିତ ଇମିଡିଏଟ ଏନ୍ୟୁଟି ଏବଂ ଜୀବନସାରା ଲାଭ ମିଳିଥାଏ । ଏହି ବିକଳ୍ପ ଅଧୀନରେ ପଲିସି ଧାରକଙ୍କୁ ଆଜୀବନ ପେନସନ୍ ମିଳିଥାଏ କିନ୍ତୁ ଏଥିରେ ୫ ବର୍ଷର ଗ୍ୟାରେଣ୍ଟି ସହିତ ନୋମିନିଙ୍କୁ ଲାଭ ମିଳିଥାଏ । ଧରାଯାଉ ଯଦି ଏହି ବିକଳ୍ପ ସହିତ ଯଦି କେହି ପଲିସିରେ ନିବେଶ କରନ୍ତି, ତେବେ ତାଙ୍କୁ ଆଜୀବନ ପେନସନ୍ ମିଳିବ କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ମରିଗଲେ ନୋମିନି ପେନସନ୍ ପାଇବେ । ପଲିସିର ପାଞ୍ଚ ବର୍ଷ ଶେଷ ହେବା ପର୍ଯ୍ୟନ୍ତ ନାମାଙ୍କନକାରୀ ପେନସନ୍ ପାଇବେ । ସେହିଭଳି, 'C' ବିକଳ୍ପରେ ମୃତ୍ୟୁ ହେଲେ, ନାମାଙ୍କନକାରୀ ୧୦ ବର୍ଷ ପାଇଁ (ପଲିସି ସମାପ୍ତ ହେବା ପର୍ଯ୍ୟନ୍ତ), ୧୫ ବର୍ଷ 'D' ବିକଳ୍ପରେ ଏବଂ ୨୦ ବର୍ଷ 'E' ବିକଳ୍ପରେ ପେନସନ୍ ପାଇବେ ।

ବିକଳ୍ପ F: ପରଚେଜ୍ ପ୍ରାଇସ୍ ରିଟର୍ଣ୍ଣ ସହିତ ଜୀବନସାରା ଏନ୍ୟୁଟିର ଲାଭ । ଏହି ବିକଳ୍ପ ଅନୁଯାୟୀ, ପଲିସିଧାରୀଙ୍କୁ ଜୀବିତ ଥିବା ପର୍ଯ୍ୟନ୍ତ ପେନସନ୍ ପ୍ରଦାନ କରାଯିବ । ମୃତ୍ୟୁ ପରେ କ୍ରୟ ମୂଲ୍ୟ ନୋମିନିଙ୍କୁ ଫେରସ୍ତ କରାଯିବ ।

ବିକଳ୍ପ G: ବାର୍ଷିକ ୩ ପ୍ରତିଶତ ସାଧାରଣ ସୁଧ ସହିତ ଜୀବନସାରା ଏନ୍ୟୁଟି ଦେୟ ପ୍ରଦାନ କରାଯାଏ । ଏହି ବିକଳ୍ପ ଅପ୍ଶନ 'A' ପରି କେବଳ ପାର୍ଥକ୍ୟ ହେଉଛି ପ୍ରତିବର୍ଷ ପେନସନ୍ ରାଶି ତିନି ପ୍ରତିଶତ ବୃଦ୍ଧି ପାଇବ ।

ବିକଳ୍ପ H: ପ୍ରାଥମିକ ବାର୍ଷିକି କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ଉପରେ ସେକେଣ୍ଡରୀ ଏନ୍ୟୁଟିର ୫୦ ପ୍ରତିଶତ ଏନ୍ୟୁଟି ଦେବାର ପ୍ରୋଭିଜେନ ସହ ଜୀବନସାରା ଜ୍ୱାଏଣ୍ଟ ଲାଇଫ ଇମିଡିଏଟ ଏନ୍ୟୁଟି । ଏହି ବିକଳ୍ପ ଅନ୍ତର୍ଗତ ପଲିସିଧାରୀ ପେନସନ ପାଇବା ପାଇଁ ଆଉ ଜଣକଙ୍କୁ ଆଡ୍ କରିପାରିବେ । ଏହା ଅଧୀନରେ ପଲିସିଧାରୀଙ୍କୁ ଆଜୀବନ ପେନସନ୍ ମିଳିବ କିନ୍ତୁ ମୃତ୍ୟୁପରେ ଅନ୍ୟ ବ୍ୟକ୍ତି (ଯାହାକୁ ଆଡ୍ କରାଯାଇଛି) ଅଧା ପେନସନ୍ ପାଇବେ ।

ବିକଳ୍ପ I: କୌଣସି ଏକ ଏନ୍ୟୁଟିଏଟର ଅଧିକ ସର୍ଭାଇଭ କରିବା ପରେ ୧୦୦ ପ୍ରତିଶତ ଏନ୍ୟୁଟି ଦେବାର ପ୍ରୋଭିଜନ ସହ ଜୀବନସାରା ଜ୍ୱାଇଣ୍ଟ ଲାଇଫ ଇମିଡିଏଟ ଏନ୍ୟୁଟି । ଏହି ବିକଳ୍ପ 'H' ଆପ୍ସନ ସହିତ ଏଥିରେ କେବଳ ପାର୍ଥକ୍ୟ ହେଉଛି ଯେ ଅନ୍ୟ ବ୍ୟକ୍ତିଙ୍କୁ ସେତିକି ହିଁ ପେନସନ୍ ମିଳିବ ଯେତିକି ପଲିସିଧାରୀଙ୍କୁ ଜୀବିତ ଥିବା ଅବସ୍ଥାରେ ମିଳିବ ।

ଏହା ବି ପଢ଼ନ୍ତୁ:-ମାଗଣା ରାସନ ନେଉଥିବା ଏସବୁ କାର୍ଡଧାରକଙ୍କ ପାଇଁ ଖରାପ ଖବର, ଅର୍ଥ ଆଦାୟ ସହ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଏହା ବି ପଢ଼ନ୍ତୁ:-ବିରୋଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ, କେଜ୍ରିୱାଲ ଓ ପାୱାରଙ୍କୁ ନେଇ କହିଲେ ଏହି ବଡ଼ କଥା

ବିକଳ୍ପ J: କୌଣସି ଏକ ଏନ୍ୟୁଟିଂଏଟରୁ ଅଧିକ ସର୍ଭାଇବ କରିବା ଉପରେ ୧୦୦ ପ୍ରତିଶତ ଏନ୍ୟୁଟି ଦେବାର ବ୍ୟବସ୍ଥା ଦେବା ଓ ସର୍ଭାଇଭର ଡେଥ୍ ଉପରେ ପରଚେଜ୍ ପ୍ରାଇସ୍ ରିଟର୍ଣ୍ଣ କରିବାର ପ୍ରଭୋଜିନ ସହ ଜୀବନସାରା ଜ୍ୱାଇଣ୍ଟ ଲାଇଫ ଇମିଡିଏଟ ଏନ୍ୟୁଟି । ଏହା ଅନ୍ତର୍ଗତ ଦୁଇଟି ଲାଇଫ କଭରେଜ୍ ମିଳିଥାଏ । ତାହା ହେଉଛି, ପେନ୍‌ସନ୍‌ ପାଇବା ପାଇଁ ପଲିସି ଧାରକ ନିଜ ସହିତ ଅନ୍ୟ ଜଣଙ୍କୁ (ପଲିସି ଧାରକଙ୍କ ମୃତ୍ୟୁ କ୍ଷେତ୍ରରେ) ଯୋଡିପାରିବେ ।  ଏଥି ସହିତ ପଲିସିଧାରୀ ତଥା ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ନାମାଙ୍କନ ପ୍ରାପ୍ତ ବ୍ୟକ୍ତି ପେନସନ୍ ପାଆନ୍ତି ।

ଏହି ପିଲିସିରେ ନିବେଶ କରି ଆପଣ ପ୍ରତି ମାସରେ ୬ ହଜାର ଟଙ୍କା ପେନସନ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଏକକାଳୀନ ୯,୧୬,୨୦୦ ଟଙ୍କା ରାଶି ଜମା କରିବାକୁ ପଡିବ । ଏହା ସହିତ ପ୍ରତିମାସ ପେନସନ ବିକଳ୍ପ 'A'(Annuity payable for life at a uniform rate) କୁ ଚୟନ କରିବାକୁ ପଡିବ ।