• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଅନ୍ୟ ଏୟାରଲାଇନ୍ସ ପରି ଆମର କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ: ଏୟାରଇଣ୍ଡିଆ

କୋଭିଡ୧୯ କାରଣରୁ ସୃଷ୍ଚି ହୋଇଥିବା ଆର୍ଥିକ ସଂକଟ କାରଣରୁ କୌଣସି କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି । 

ଅନ୍ୟ ଏୟାରଲାଇନ୍ସ ପରି ଆମର କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ: ଏୟାରଇଣ୍ଡିଆ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ପକ୍ଷରୁ ଗୁରୁବାର(ଜୁଲାଇ୨୩,୨୦୨୦)କୁହାଯାଇଛି ଅନ୍ୟ ବିମାନ ସେବା କମ୍ପାନୀ ପକ୍ଷରୁ ବହୁ ସଂଖ୍ୟରେ କାର୍ଯ୍ୟରତ କର୍ମଚାରୀଙ୍କୁ ହଟାଇ ଦିଆଯାଉଛି, ହେଲେ ଅନ୍ୟ ଏୟାରଲାଇନ୍ସ ଭଳି ଆମର କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ ବୋଲି ଏୟାରଇଣ୍ଡିଆ ଜଣାଇ ଦିଆଯାଇଛି। ଦେଶର ସବୁଠାରୁ ବୃହତ୍ତମ ବିମାନ କମ୍ପାନୀ ଇଣ୍ଡିଗୋ ଦ୍ୱାରା ଗତ ସୋମବାର (ଜୁଲାଇ ୨୦, ୨୦୨୦) ହୋଇଥିବା ଘୋଷଣା ଅନୁସାରେ କୋଭିଡ୧୯ ମହାମାରୀ ଯୋଗୁଁ ଆର୍ଥିକ ସଙ୍କଟ କାରଣରୁ ଏହାର ୧୦ ପ୍ରତିଶତ କର୍ମଜୀବୀଙ୍କୁ ଛଟେଇ କରିବ।

ଏୟାର ଇଣ୍ଡିଆ ଟ୍ୱିଟରରେ କହିଛି, କର୍ମଚାରୀଙ୍କ ଦରମା ଉପରେ ଖର୍ଚ୍ଚକୁ ଯୁକ୍ତିଯୁକ୍ତ କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବୈଠକରେ ସମୀକ୍ଷା କରାଯାଇଛି ବୋଲି ଏୟାର ଇଣ୍ଡିଆ ବୋର୍ଡ ପକ୍ଷରୁ କୁହାଯାଇଛି । ଅନ୍ୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଭଳି ଏୟାର ଇଣ୍ଡିଆର କୌଣସି କର୍ମଚାରୀ ଚାକିରି ଛାଡିବେ ନାହିଁ ।

ମାସିକ ୨୫ ହଜାର ଟଙ୍କାରୁ ଅଧିକ ବେତନ ଗ୍ରହଣ କରୁଥିବା କର୍ମଚାରୀଙ୍କ ଭତ୍ତାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଟ୍ୱିଟର ଟ୍ୱିଚ କରି ଜଣାଇ ଦିଆଯାଇଛି, କୌଣସି ବର୍ଗର କର୍ମଚାରୀଙ୍କ ମୌଳିକ ଦରମା, ମହଙ୍ଗା ଭତ୍ତା ଏବଂ ଏଚଆରଏ ଉପରେ କୌଣସି ରିହାତି ମିଳିବ ନାହିଁ। କୋଭିଡ୧୯ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ପରିସ୍ଥିତି କାରଣରୁ ମିଳୁଥିବା ଭତ୍ତାକୁ ସ୍ଥିର କରିବାକୁ ପଡିଛି । ଉଡାଣ ସମୟ ଅନୁସାରେ ଚାଳକ ଦଳର ସଦସ୍ୟଙ୍କୁ ଦରମା ପ୍ରଦାନ କରାଯିବ ବୋଲି ଏଥିରେ କୁହାଯାଇଛି।

ଏୟାରଲାଇନ୍ସ କହିଛି, ଘରୋଇ ଏବଂ ଆନ୍ତର୍ଜାତିକ କାର୍ଯ୍ୟଗୁଡିକ କୋଭିଡ୧୯ ପ୍ରାକ ସ୍ଥିତି ଅନୁସାରେ ପହଞ୍ଚିବା ପାଇଁ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ପ୍ରଦାନ କରାଯାଉତିବା ଭତ୍ତା ଉପରେ ସମୀକ୍ଷା କରାଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

କର୍ମଚାରୀଙ୍କ ବେତନକୁ ଯୁକ୍ତିଯୁକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଏୟାର ଇଣ୍ଡିଆ ପକ୍ଷରୁ ଜୁଲାଇ ୧୪ ତାରିଖରେ ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶ ଜାରି କରି ଏହାର ବିଭାଗୀୟ ମୁଖ୍ୟ ତଥା ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ କାର୍ଯ୍ୟ ଦକ୍ଷତା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ କାରକ ଆଧାରରେ ଏହାର କର୍ମଚାରୀଙ୍କୁ ଚିହ୍ନଟ କରିବାକୁ କହିଥିଲେ। ଯାହାଙ୍କୁ ବିନା ଦରମାରେ ୫ ବର୍ଷ ଛୁଟିରେ ପଠା ଯାଇପାରିବ।ଏଥିରେ ଏହା ମଧ୍ୟ କୁହାଯାଇଥିଲା ବିଭାଗୀୟ କର୍ମଚାରୀ ବିନା ବେତନରେ ସ୍ୱେଚ୍ଛାକୃତ ଛୁଟି ମଧ୍ୟ ଚୟନ କରିପାରିବେ।