Advertisement
Article Detail0/zeeodisha/odisha674767
Zee OdishaOdisha National-Internationalଲକଡାଉନ ମଧ୍ୟରେ ଏହି ରାଜ୍ୟରେ ମହଙ୍ଗା ହେଲା ମଦ

ଲକଡାଉନ ମଧ୍ୟରେ ଏହି ରାଜ୍ୟରେ ମହଙ୍ଗା ହେଲା ମଦ

ଦେଶି ମଦ ଏବଂ ରାଜସ୍ଥାନରେ ତିଆରି ମଦ ବିକ୍ରୟ ପାଇଁ ମୂଳ ଲାଇସେନ୍ସ ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି । କୋରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ଥିବାରୁ ରାଜ୍ୟ ସରକାରଙ୍କ ରାଜସ୍ୱ ପ୍ରଭାବିତ ହୋଇଛି ଏବଂ ସଂଶୋଧିତ ଏକ୍ସାଇଜ୍ ଡ୍ୟୁଟିରୁ ଅତିରିକ୍ତ ରାଜସ୍ୱ ସଂଗ୍ରହ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

ଲକଡାଉନ ମଧ୍ୟରେ ଏହି ରାଜ୍ୟରେ ମହଙ୍ଗା ହେଲା ମଦ

ଜୟପୁର: କୋରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ । ଆଉ ଏହି ଲକଡାଉନ ସମୟରେ ମଦକୁ ମହଙ୍ଗା କରିଦେଇଛନ୍ତି ରାଜସ୍ଥାନ ସରକାର । ଲକଡାଉନ ଯୋଗୁଁ ରାଜ୍ୟ ସରକାରଙ୍କୁ ରାଜସ୍ୱର ବହୁ କ୍ଷତି ସହିବାକୁ ପଡୁଛି । ତେବେ ବର୍ତ୍ତମାନ ସମୟରେ ରାଜ୍ୟ ସରକାର ମଦରୁ ଲାଭ ପାଇବେ ନାହିଁ । କାରଣ ସାରା ଦେଶରେ ଲକଡାଉନ ଯୋଗୁଁ ବର୍ତ୍ତମାନ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଲକଡାଉନ ଖୋଲିବା ପରେ ହିଁ ରାଜ୍ୟ ସରକାର ଏହାର ଲାଭ ପାଇବେ । ଲାଗୁଛି ଯେ ତାଲା ଖୋଲିବା ପୂର୍ବରୁ ରାଜସ୍ୱ ବୃଦ୍ଧି ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ବିପୁଳ ରାଜସ୍ୱ କ୍ଷତିର ସମ୍ମୁଖୀନ ହୋଇ ସରକାର ମଦ ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି ।

ଫି ବୃଦ୍ଧି ପାଇଁ ବିଜ୍ଞପ୍ତିରେ ସଂଶୋଧନ କରିବାକୁ ବୁଧବାର ରାଜ୍ୟ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଭାରତରେ ୯୦୦ରୁ କମ୍ ମୂଲ୍ୟରେ ଉତ୍ପାଦିତ ବିଦେଶୀ ମଦ ଉପରେ ୨୫ ପ୍ରତିଶତ ବଦଳରେ ୩୫ ପ୍ରତିଶତ ଅବକାରୀ ଶୁଳ୍କ ଲାଗିବ । ସେହିପରି ଏକ୍ସାଇଜ୍ ଡ୍ୟୁଟି ୩୫ ପ୍ରତିଶତ ବଦଳରେ ୪୫ ପ୍ରତିଶତକୁ ଲାଗୁ କରାଯାଇଛି । ଏପରି ଭାବରେ ବିୟର ଉପରେ ଏକ୍ସାଇଜ୍ ଡ୍ୟୁଟି ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ୩୫ ପ୍ରତିଶତ ବଦଳରେ ରାଜ୍ୟରେ ବିୟର ଉପରେ ୪୫ ପ୍ରତିଶତ ଏକ୍ସାଇଜ୍ ଡ୍ୟୁଟି ଆଦାୟ କରାଯିବ ।

Add Zee News as a Preferred Source

ଦେଶି ମଦ ଏବଂ ରାଜସ୍ଥାନରେ ତିଆରି ମଦ ବିକ୍ରୟ ପାଇଁ ମୂଳ ଲାଇସେନ୍ସ ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛି । କୋରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ଥିବାରୁ ରାଜ୍ୟ ସରକାରଙ୍କ ରାଜସ୍ୱ ପ୍ରଭାବିତ ହୋଇଛି ଏବଂ ସଂଶୋଧିତ ଏକ୍ସାଇଜ୍ ଡ୍ୟୁଟିରୁ ଅତିରିକ୍ତ ରାଜସ୍ୱ ସଂଗ୍ରହ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି ।

About the Author