ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସରକାରୀ ନିର୍ଦ୍ଦେଶରେ ସୋମବାର ଠାରୁ ଆସାମରେ ମଦ ଦୋକାନ, ବଟଲିଂ ପ୍ଲାଣ୍ଟ ଇତ୍ୟାଦି ଖୋଲାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଆସାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ରହିଛନ୍ତି । ଏଥିରୁ ଜଣଙ୍କ ମୃତ୍ୟୁ ଘଟିଛି ।
Trending Photos
)
ଗୌହାଟି: କୋରୋନା ଭାଇରସ ମୁକାବିଲା ପାଇଁ ଦେଶରେ ଜାରି ରହିଛି ଲକ୍ ଡାଉନ । କୋରୋନାର ପ୍ରକୋପକୁ ଦେଖି ୨୧ ଦିନର ଲକ୍ ଡାଉନକୁ ପୁଣିଥରେ ବୃଦ୍ଧି କରିବାର ବିଚାର କରୁଛନ୍ତି ସରକାର । ଅନେକ ରାଜ୍ୟ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହି ସମୟରେ ଆସାମ ସରକାର ସୋମବାର ଠାରୁ କିଛି ଘଣ୍ଟା ପାଇଁ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।
Liquor shops, bottling plants and breweries in Assam to open for limited hours from Monday: Order
— Press Trust of India (@PTI_News) April 12, 2020
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ସରକାରୀ ନିର୍ଦ୍ଦେଶରେ ସୋମବାର ଠାରୁ ଆସାମରେ ମଦ ଦୋକାନ, ବଟଲିଂ ପ୍ଲାଣ୍ଟ ଇତ୍ୟାଦି ଖୋଲାଯିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଆସାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ ରହିଛନ୍ତି । ଏଥିରୁ ଜଣଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପକ୍ଷରେ, ଜମ୍ମୁରେ ଲକ୍ ଡାଉନରେ ମଧ୍ୟ ଅଜ୍ଞାତ ଚୋରମାନେ ଏକ ମଦ ଦୋକାନରୁ ଚୋରି କରିଛନ୍ତି । ଚୋରମାନେ ଦୋକାନରୁ ନଗଦ ଏବଂ ମଦ ବୋତଲ ଚୋରି କରି ନେଇଥିଲେ । ରବିବାର ପୋଲିସ ଏହି ସୂଚନା ଦେଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଏହି ଦୋକାନ ସହରର ମଧ୍ୟଭାଗରେ ଥିବା ଆମ୍ଫାଲା ଚୌକରେ ଅବସ୍ଥିତ । ଚୋରମାନେ ଦୋକାନ ପଛରେ ଥିବା କାନ୍ଥ ଭାଙ୍ଗିଥିଲେ। ଆଜି ସକାଳେ ଏହା ବିଷୟରେ ଜଣାପଡ଼ିଥିଲା । ଅଧିକାରୀ କହିଛନ୍ତି ଯେ କେତେ ବୋତଲ ଏବଂ ନଗଦ ନିଖୋଜ ଚୋରି ହୋଇଛି, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏନେଇ ଏକ ମାମଲା ରୁଜୁ ହୋଇଛି ।