Advertisement
Article Detail0/zeeodisha/odisha676044
Zee OdishaOdisha National-Internationalଏହି ରାଜ୍ୟର ରେଡ୍ ଜୋନରେ ବି ଖୋଲିବ ମଦ ଦୋକାନ

ଏହି ରାଜ୍ୟର ରେଡ୍ ଜୋନରେ ବି ଖୋଲିବ ମଦ ଦୋକାନ

ମହାରାଷ୍ଟ୍ର ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ, ମୁମ୍ବାଇ ଏବଂ ପୁଣେର ରେଡ ଜୋନରେ କୌଣସି ଦୋକାନ ଖୋଲାଯିବ ନାହିଁ । ସେଠାରେ ଥିବା ପରିସ୍ଥିତି ଅନୁଯାୟୀ ସ୍ଥାନୀୟ କର୍ତ୍ତୃପକ୍ଷ ଦୋକାନଗୁଡ଼ିକର ସମୟ ସ୍ଥିର କରିପାରିବେ । ସେହିପରି ଏପର୍ଯ୍ୟନ୍ତ ସେଲୁନ୍ ଖୋଲିବାକୁ କୌଣସି ଅନୁମତି ଦିଆଯାଇ ନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ୱାଇ: କୋରୋନା ଭାଇରସ୍ ଦେଶରେ ଆତଙ୍କ ସୃଷ୍ଟି କରିଛି । ଦେଶରେ ଚାଲିଥିବା ସତ୍ତ୍ୱେ କୋରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୦ ହଜାର ଅତିକ୍ରମ କରିଛି । ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏଥି ସହିତ କୋରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ଲକଡାଉନ୍ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟରେ ଖବର ଆସୁଛି ଯେ ଦେଶର ସବୁଠାରୁ ଅଧିକ କୋରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର ରେଡ ଜୋନରେ ମଦ ଦୋକାନ ସମେତ ସ୍ୱତନ୍ତ୍ର ଦୋକାନ ଖୋଲିବାକୁ ଅନୁମତି ମିଳିଛି । ଏଥିରେ କୌଣସି ମଲ, ରେଷ୍ଟୁରାଣ୍ଟର ସାମିଲ ନାହିଁ । ପ୍ରତ୍ୟେକ ଲେନରେ କେବଳ ୫ଟି ଅତ୍ୟାବଶ୍ୟକ ଦୋକାନ ଖୋଲାଯାଇପାରିବ । ଅନ୍ୟପକ୍ଷେ  ଏହି ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲିବା ପାଇଁ କୌଣସି ସଂଖ୍ୟା ସ୍ଥିର କରାଯାଇ ନାହିଁ ।

ମହାରାଷ୍ଟ୍ର ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ, ମୁମ୍ବାଇ ଏବଂ ପୁଣେର ରେଡ ଜୋନରେ କୌଣସି ଦୋକାନ ଖୋଲାଯିବ ନାହିଁ । ସେଠାରେ ଥିବା ପରିସ୍ଥିତି ଅନୁଯାୟୀ ସ୍ଥାନୀୟ କର୍ତ୍ତୃପକ୍ଷ ଦୋକାନଗୁଡ଼ିକର ସମୟ ସ୍ଥିର କରିପାରିବେ । ସେହିପରି ଏପର୍ଯ୍ୟନ୍ତ ସେଲୁନ୍ ଖୋଲିବାକୁ କୌଣସି ଅନୁମତି ଦିଆଯାଇ ନାହିଁ ।

ରବିବାର ଭାରତର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୯୮୦କୁ ପହଞ୍ଚିଛି । ଏହାସହ ଦେଶରେ ୧୩୦୧ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭାଇରସ୍ ଯୋଗୁଁ ସମସ୍ତ ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାରେ ୮୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୬୪୪ଟି ନୂଆ ମାମଲା ରୁଜୁ ହୋଇଛି । ଅବଶ୍ୟ ଏହା କିଛି ଆଶ୍ୱସ୍ତିକର ବିଷୟ ଯେ, ଏପର୍ଯ୍ୟନ୍ତ ୧୦,୬୩୩ ରୋଗୀ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି । 

Add Zee News as a Preferred Source
About the Author