ରେଡ ଜୋନ୍ ସତ୍ତ୍ୱେ ଦିଲ୍ଲୀର ଏହି ସ୍ଥାନଗୁଡ଼ିକରେ ଆସନ୍ତାକାଲିଠୁ ଖୋଲାଯିବ ମଦ ଦୋକାନ
Advertisement
Article Detail0/zeeodisha/odisha676123

ରେଡ ଜୋନ୍ ସତ୍ତ୍ୱେ ଦିଲ୍ଲୀର ଏହି ସ୍ଥାନଗୁଡ଼ିକରେ ଆସନ୍ତାକାଲିଠୁ ଖୋଲାଯିବ ମଦ ଦୋକାନ

ଆସିଷ୍ଟାଣ୍ଟ ଏକ୍ସାଇଜ୍ କମିଶନର ଅଶୋକ ଦରିଆନୀ ସରକାରୀ ନିଗମକୁ ସହରରେ ମଦ ବିକ୍ରି ଆରମ୍ଭ ପାଇଁ ପଠାଇଥିବା ଚିଠିରେ କହୁଯାଇଥିଲା ଯେ ଗୃହ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର କରାଯାଇଥିବା ମାନଦଣ୍ଡରେ ଆସୁଥିବା L-6 ଏବଂ L-8 ଦୋକାନଗୁଡ଼ିକର ତାଲିକା ତୁରନ୍ତ ପଠାନ୍ତୁ ।

ରେଡ ଜୋନ୍ ସତ୍ତ୍ୱେ ଦିଲ୍ଲୀର ଏହି ସ୍ଥାନଗୁଡ଼ିକରେ ଆସନ୍ତାକାଲିଠୁ ଖୋଲାଯିବ ମଦ ଦୋକାନ

ନୂଆଦିଲ୍ଲୀ: କୋରୋନା ଭାଇରସ୍ ସାରା ବିଶ୍ୱ ସମେତ ଭାରତରେ ଆତଙ୍କ ସୃଷ୍ଟି କରିଛି । ଭାରତରେ କୋରୋନା ଭାଇରସ ସଂକ୍ରମଣ ସଂଖ୍ୟା ୪୦ ହଜାର ଅତିକ୍ରମ କରିସାରିଛି । ଏହାସହ ୧୩୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଛି ।  ଏଥି ସହିତ କୋରୋନାକୁ ଦୃଷ୍ଟିରେ ରଖି ଲକଡାଉନ୍ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟରେ ସୋମବାର(ମେ ୪)ଠାରୁ ଦିଲ୍ଲୀରେ ୧୨୩ଟି ମଦ ଦୋକାନ ଖୋଲାଯିବ । ଦିଲ୍ଲୀ ସରକାର ୧୨୩ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଏକ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି ।

ଆସିଷ୍ଟାଣ୍ଟ ଏକ୍ସାଇଜ୍ କମିଶନର ଅଶୋକ ଦରିଆନୀ ସରକାରୀ ନିଗମକୁ ସହରରେ ମଦ ବିକ୍ରି ଆରମ୍ଭ ପାଇଁ ପଠାଇଥିବା ଚିଠିରେ କହୁଯାଇଥିଲା ଯେ ଗୃହ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର କରାଯାଇଥିବା ମାନଦଣ୍ଡରେ ଆସୁଥିବା L-6 ଏବଂ L-8 ଦୋକାନଗୁଡ଼ିକର ତାଲିକା ତୁରନ୍ତ ପଠାନ୍ତୁ ।

ଦିଲ୍ଲୀ ସରକାରଙ୍କ ଅଧୀନରେ L-6 ଲାଇସେନ୍ସ ଅଧୀନରେ ମଦ ବିକ୍ରି ହେଉଛି । ଏଥିପାଇଁ DTTDC, DSIDC, DSCSC ଏବଂ DCCWSକୁ ସେମାନଙ୍କ ପରିସରରେ ମଦ ବିକ୍ରୟ ପାଇଁ ଲାଇସେନ୍ସ ଦିଆଯାଇଥାଏ । ଦିଲ୍ଲୀ ସରକାରଙ୍କ ଏକ୍ସାଇଜ୍ ବିଭାଗର ୱେବସାଇଟ୍ ଅନୁଯାୟୀ, ୨୦୧୯ରେ ଅତି କମରେ ୩୮୧ଟି ମଦ ବିକ୍ରି ଲାଇସେନ୍ସ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ମଧ୍ୟ କିଛି ସର୍ତ୍ତ ସହିତ ରେଡ୍ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ।

;