ସଂକ୍ରମଣର ଚିକିତ୍ସା ପାଇଁ ସ୍କଟଲ୍ୟାଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଷ୍ଟ୍ରାଇକର ଡାଲଗ୍ଲଶଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 69 ବର୍ଷୀୟ ଏହି ଖେଳାଳି ସେଲ୍ଟିକ୍ ଫୁଟବଲ୍ କ୍ଲବରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।
Trending Photos
)
ଲଣ୍ଡନ: ସମଗ୍ର ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧି ପାଇ ଚାଲିଛି କୋରୋନା ଭୂତାଣୁ । ଏହି ଭୂତାଣୁ ଯୋଗୁଁ ବିଶ୍ୱର ଅନେକ ମହାନ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ମହାମାରୀ ଭୂତାଣୁ ଅନେକ ମହାନ ବ୍ୟକ୍ତିଙ୍କୁ ମଧ୍ୟ ସଂକ୍ରମିତ କରିସାରିଛି । ଏହି କ୍ରମରେ ଲିଭରପୁଲ୍ ଫୁଟବଲ୍ କ୍ଲବର କିମ୍ବଦନ୍ତୀ ଖେଳାଳି କେନି ଡାଲଗ୍ଲିଶ କୋରୋନା ରିପୋର୍ଟ ପଜିଟିଭ ଆସିଥିବାର ପୃଷ୍ଚି ହୋଇଛି । ଡାଲଗ୍ଲିଶଙ୍କୁ କୋରୋନା ଭାଇରସ୍ ପରୀକ୍ଷାରେ ପଜିଟିଭ ମିଳିଥିଲେ ମଧ୍ୟ ତାଙ୍କ ମଧ୍ୟରେ କୋରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଶୁକ୍ରବାର ତାଙ୍କ ପରିବାର ଏନେଇ ସୂଚନା ଦେଇଛି ।
ସଂକ୍ରମଣର ଚିକିତ୍ସା ପାଇଁ ସ୍କଟଲ୍ୟାଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଷ୍ଟ୍ରାଇକର ଡାଲଗ୍ଲଶଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 69 ବର୍ଷୀୟ ଏହି ଖେଳାଳି ସେଲ୍ଟିକ୍ ଫୁଟବଲ୍ କ୍ଲବରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।
ପରିବାର ତରଫରୁ ଜାରି ବୟାନ ଅନୁଯାୟୀ, ଡାଲଗ୍ଲିଶଙ୍କ ମଧ୍ୟରେ କୋରୋନା ରୋଗର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା କିନ୍ତୁ ଏହା ସତ୍ତ୍ୱେ ତାଙ୍କୁ କୋଭିଡ -19 ପାଇଁ ପରୀକ୍ଷା କରାଯାଇଥିଲା । ଯାହା ପରେ ତାଙ୍କ ରିପୋର୍ଟ ପଜିଟିଭ ମିଳିଛି ।