Loan To Be Costly: ମହଙ୍ଗା ହେବ ଇଏମଆଇ, ଏସବିଆଇ ସୁଧହାର ମହଙ୍ଗା କରିବାକୁ କଲା ଘୋଷଣା
Advertisement

Loan To Be Costly: ମହଙ୍ଗା ହେବ ଇଏମଆଇ, ଏସବିଆଇ ସୁଧହାର ମହଙ୍ଗା କରିବାକୁ କଲା ଘୋଷଣା

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମାର୍ଜିନାଲ  କଷ୍ଟ୍  ଅଫ୍  ଲ୍ୟାଣ୍ଡିଂ  ରେଟ୍,  ଅର୍ଥାତ୍  ଏମସିଏଲଆର  (MCLR) ରେ ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିଦେଇଛି।

Loan To Be Costly: ମହଙ୍ଗା ହେବ ଇଏମଆଇ, ଏସବିଆଇ ସୁଧହାର ମହଙ୍ଗା କରିବାକୁ କଲା ଘୋଷଣା

SBI Update:  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମାର୍ଜିନାଲ କଷ୍ଟ୍ ଅଫ୍ ଲ୍ୟାଣ୍ଡିଂ ରେଟ୍ ଅର୍ଥାତ୍ ଏମସିଏଲଆର (MCLR) ରେ  ୧୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରାଯାଇଛି।  ଏହି  ବୃଦ୍ଧି  ୧୫  ଏପ୍ରିଲ  ୨୦୨୨ ରୁ  ଲାଗୁ ହୋଇଛି।

EMI To Be Costly:  ଘର ଋଣ,  ଗାଡ଼ି  ଋଣ  ସମେତ ଅନେକ ଋଣ ଏବେ ମହଙ୍ଗା ହେବ।  କାରଣ  ଦେଶର  ସବୁଠାରୁ  ବଡ଼  ସରକାରୀ  ବ୍ୟାଙ୍କ,  ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଋଣ ମହଙ୍ଗା ହୋଇଯାଇଛି।  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମାର୍ଜିନାଲ  କଷ୍ଟ୍  ଅଫ୍  ଲ୍ୟାଣ୍ଡିଂ  ରେଟ୍,  ଅର୍ଥାତ୍  ଏମସିଏଲଆର  (MCLR) ରେ ୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିଦେଇଛି।  ଏହି  ବୃଦ୍ଧି  ଏପ୍ରିଲ ୧୫ ରୁ  ଲାଗୁ ହୋଇଯାଇଛି।

କେତେ ବଢ଼ିଲା ଏମସିଏଲଆର
ଏସବିଆଇ  ୱେବସାଇଟ  ଅନୁସାରେ  ଏପ୍ରିଲ ୧୫ ରୁ  ବ୍ୟାଙ୍କ, ଏକ  ମାସ  ଏବଂ  ତିନି  ମାସର  ଏମସିଏଲଆର କୁ   ୬.୬୫  ପ୍ରତିଶତ  ବଢ଼ାଇ  ୬.୭୫  ପ୍ରତିଶତ  କରିଦେଇଛି।  ୬  ମାସର ଏମସି ଏଲଆର  ରେଟ୍  କୁ  ୬.୯୫  ପ୍ରତିଶତରୁ ବଢ଼ାଇ ୭.୦୫ ପ୍ରତିଶତ କରିଦେଇଛି।  ଗୋଟିଏ  ବର୍ଷର  MCLR କୁ  ୭  ପ୍ରତିଶତରୁ  ବଢ଼ାଇ  ୭.୧୦ ପ୍ରତିଶତ,  ଦୁଇ  ବର୍ଷର  ୭.୨୦  ପ୍ରତିଶତରୁ  ବଢ଼ାଇ  ୭.୩୦  ପ୍ରତିଶତ  ଏବଂ  ତିନି  ବର୍ଷର  ଏମସିଏଲଆର  ୭.୩୦ ପ୍ରତିଶତରୁ  ବଢ଼ାଇ ୭.୪୦ ପ୍ରତିଶତ କରିଦେଇଛି।

କ'ଣ ଏହି ଏମସିଏଲଆର
ଆରବିଆଇର  ନୂଆ ଗାଇଡଲାଇନ୍ସ ଅନୁସାରେ ଏବେ କର୍ମସିଆଲ ବ୍ୟାଙ୍କ ବେସ୍ ରେଟ୍ ବଦଳରେ ମାର୍ଜିନାଲ କଷ୍ଟ୍ ଅଫ୍ ଫଣ୍ଡ୍ ବେସଡ୍ ଲ୍ୟାଣ୍ଡିଂ ରେଟ୍ ଅର୍ଥାତ୍ ଏମସିଏଲଆର ଅନୁଯାୟୀ ଋଣ ଦିଅନ୍ତି।  ଏମସିଏଲଆର କୁ  ନିର୍ଦ୍ଧାରିତ କରିବା ପାଇଁ  ମାର୍ଜିନାଲ  କଷ୍ଟ୍  ଅଫ୍  ଫଣ୍ଡ୍  ଅଧିକ  ଗୁରୁତ୍ୱ  ରଖିଥାଏ।  ରେପୋ  ରେଟରେ  କୌଣସି  ପରିବର୍ତ୍ତନ  ହେଲେ  ମାର୍ଜିନାଲ  କଷ୍ଟ୍  ଅଫ୍  ଫଣ୍ଡରେ  ପରିବର୍ତ୍ତନ  ଆସିଥାଏ।  ଯେବେ  ଘର  ଋଣ  ଗ୍ରାହକଙ୍କ  ସୁଧହାର  ସମୀକ୍ଷାର  ସମୟ ଆସିବ,  ତେବେ  ଏମସିଏଲଆର ରେ  ବୃଦ୍ଧି ଯୋଗୁ ସେମାନଙ୍କ  ଇଏମଆଇ  ମହଙ୍ଗା ହୋଇଯିବ।

ଆରବିଆଇ  ଏପ୍ରିଲ  ୮ କୁ   ଋଣନୀତି  ସମୀକ୍ଷା କରି ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିନଥିଲା।  ହେଲେ ବ୍ୟାଙ୍କ  ଋଣ ମହଙ୍ଗା  କରିଚାଲିଛି।  ଅନ୍ୟ  ସରକାରୀ  ବ୍ୟାଙ୍କ,  ବ୍ୟାଙ୍କ  ଅଫ୍  ବରୋଦା  ମଧ୍ୟ  ଗତ  ସପ୍ତାହ ଏମସିଏଲଆର ରେ  ୫  ବେସିସ୍  ପଏଣ୍ଟ  ବୃଦ୍ଧି  କରିବାର ଘୋଷଣା କରିଥିଲା।