ଲକଡାଉନ୍ 4.0: ଜାଣନ୍ତୁ କ'ଣ ରହିବ ଖୋଲା ଓ କ'ଣ ରହିବ ବନ୍ଦ ?
Advertisement
Article Detail0/zeeodisha/odisha682727

ଲକଡାଉନ୍ 4.0: ଜାଣନ୍ତୁ କ'ଣ ରହିବ ଖୋଲା ଓ କ'ଣ ରହିବ ବନ୍ଦ ?

ଏହା ହେଉଛି ଲକଡାଉନର ଚତୁର୍ଥ ପର୍ଯ୍ୟାୟ । ଲକଡାଉନ୍ 4.0 ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ନୂତନ ଗାଇଡଲାଇନ୍ ଜାରି କରିଛି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କୋରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ୫୪ ଦିନରୁ ଜାରି ଲକଡାଉନ୍ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ହେଉଛି ଲକଡାଉନର ଚତୁର୍ଥ ପର୍ଯ୍ୟାୟ । ଲକଡାଉନ୍ 4.0 ସମ୍ବନ୍ଧରେ ଗୃହ ମନ୍ତ୍ରଣାଳୟ ନୂତନ ଗାଇଡଲାଇନ୍ ଜାରି କରିଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟଗୁଡ଼ିକର ପାରସ୍ପରିକ ସହମତି କ୍ରମେ ବସ୍ ସେବା ଆରମ୍ଭ ହୋଇପାରିବ । ଗାଇଡଲାଇନ୍ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆନ୍ତଃରାଜ୍ୟ ବସ୍ ସେବା  ଆରମ୍ଭ ହୋଇପାରିବ । ଏଥି ସହିତ ମେଟ୍ରୋ, ବିମାନ ସେବା ଏବଂ ରେଳ ଚଳାଚଳ ଉପରେ ପ୍ରତିବନ୍ଧକ ପୂର୍ବପରି ଜାରି ରହିବ ।

ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ଅନୁଯାୟୀ ....

୧. ମେଟ୍ରୋ ଓ ରେଳ ସେବା ବର୍ତ୍ତମାନ ଚାଲିବ ନାହିଁ ।

୨. ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଉପରେ ପ୍ରତିବନ୍ଧକ ଜାରି ରହିବ ।

୩. ସପିଂ ମଲ୍ ବନ୍ଦ ରହିବ ।

୪. ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ ।

୫. ରାଜ୍ୟଗୁଡିକ ମଧ୍ୟରେ ପାରସ୍ପରିକ ସମ୍ମତି ମଧ୍ୟରେ ବସ୍ ସେବା ଆରମ୍ଭ ହେବ ।

୬. କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଆନ୍ତଃରାଜ୍ୟ ବସ୍ ସେବା ଆରମ୍ଭ ହେବ ।

୭. କଣ୍ଟେନମେଣ୍ଟ ଜୋନରେ କୌଣସି ବସ୍ ସେବା ନାହିଁ ।

୮. ବୃଦ୍ଧ ଓ ୧୦ ବର୍ଷରୁ କମ୍ ପିଲାମାନେ ଘରେ ରହିବେ ।

୯. ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।

୧୦. ବର୍ତ୍ତମାନ ରେଡ୍, ଗ୍ରୀନ୍ ଓ ଅରେଞ୍ଜ ସ୍ଥିର କରିବାର ନିଷ୍ପତ୍ତି ରାଜ୍ୟ ନେବେ ।

୧୧. ସ୍ୱାସ୍ଥ୍ୟ କର୍ମୀମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ ।

୧୨. ଷ୍ଟାଡିୟମ୍ ଏବଂ କ୍ରୀଡା କମ୍ପ୍ଲେକ୍ସ ଖୋଲା ଯାଇହେବ । କିନ୍ତୁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଦେଶର ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ମାର୍ଚ୍ଚ ୨୫ରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ୨୧ ଦିନ ପାଇଁ ଲାଗୁ କରାଯାଇଥିଲା । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହୋଇଥିଲା । ଯାହା ଏପ୍ରିଲ୍ ୧୫ରୁ ମେ ୩ (୧୯ ଦିନ) ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଏହା ପରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ମେ ୪ରେ  ୧୪ ଦିନ ପାଇଁ ଘୋଷଣା କରାଯାଇଥିଲା । ଯାହା ମେ ୧୭ରେ ଶେଷ ହେବାର ଥିଲା । ଫଳରେ ଗତ ୫୪ ଦିନ ଧରି ଦେଶରେ ଏହି ଲକଡାଉନ୍ ବଳବତ୍ତର ରହିଛି । ତଥାପି ଏହା ସତ୍ତ୍ୱେ କୋରୋନା ସଂକ୍ରମଣର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି ।

;