ଏହି ଭିଡିଓ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ ଜଣେ ହୋମଗାର୍ଡ ଯିଏ ଅରରିୟାର କୃଷି ଅଧିକାରୀଙ୍କ ଠାରୁ କୋଭିଡ 19 ଗାଡି ପାସ୍ ମାଗିବାକୁ ସାହସ କରିଥିଲେ ।
Trending Photos
)
ପାଟନା: ବିହାରର ଆରରିୟା ଜିଲ୍ଲାରେ ଜଣେ ହୋମଗାର୍ଡ କୃଷି ଅଧିକାରୀଙ୍କ ଠାରୁ ଲକଡାଉନର ପାସ୍ ମାଗିବା ମହଙ୍ଗା ପଡିଛି । କୃଷି ଅଧିକାରୀ ସେହି ଗାର୍ଡଙ୍କୁ କାନ ଧରି ଉଠ୍ ବସ୍ କରିବାର ଦଣ୍ଡ ଦେଇଛନ୍ତି । ଏହି ସମଗ୍ର ବିଷୟକୁ କେହି ଜଣେ ମୋବାଇଲରେ ରେକର୍ଡ କରିଛନ୍ତି । 20 ସେକେଣ୍ଡର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ, ଅଫିସର ମନୋଜ କୁମାର କିଛି ଲୋକଙ୍କ ଉପରେ ରାଗିବାର ଦେଖାଯାଉଛନ୍ତି । ଏଥିରୁ ଜଣାପଡୁଛି ଯେ ଅନ୍ୟ ଲୋକମାନେ ସେହି ହୋମ ଗାର୍ଡର ସିନିୟର ହେବେ । ଏହି ସମୟରେ ଅନ୍ୟମାନେ ଏହି ବିଷୟକୁ ମୂକ ଦର୍ଶକ ଭାବରେ ଦେଖୁଛନ୍ତି । ଭିଡିଓରେ ଏହା ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ଯେ କେହି ଜଣେ ଯୁବକଙ୍କୁ ପଚାରୁଛନ୍ତି, 'ତୁମେ ସେମାନଙ୍କୁ କିପରି ଅଟକାଇ ପାରିବ .... ଏହା ଜଣେ ବରିଷ୍ଠ କୃଷି ଅଧିକାରୀ ...'
Visuals are from my home dist Araria Bihar,a constable has been treated very badly bcz he stopped senior officer for corona regarding checking pic.twitter.com/JEsWhLzWaU
— Ammar Bin Masoom (@bin_masoom) April 20, 2020
ଏହି ଭିଡିଓ ଟ୍ୱିଟରରେ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ଲେଖାଯାଇଛି ଯେ ଜଣେ ହୋମଗାର୍ଡ ଯିଏ ଅରରିୟାର କୃଷି ଅଧିକାରୀଙ୍କ ଠାରୁ କୋଭିଡ 19 ଗାଡି ପାସ୍ ମାଗିବାକୁ ସାହସ କରିଥିଲେ ।