)
ପାଟନା: ଭୀଷଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ବିହାର ସରକାର । ଯାହା ସ୍ୱୀକାର କରିଛି ବିହାର ସରକାର । ସରକାର କରିଛନ୍ତି ଯେ, ଗତ ବର୍ଷର ବିମୁଦ୍ରୀକରଣ ଏବଂ କୋରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଲତଡାଉନ ଥିବାରୁ ଏକ ବିରାଟ ଅର୍ଥନୈତିକ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ଆନୁଷ୍ଠାନିକ ଭାବେ ସହାୟତା ପାଇଁ ଅନୁରୋଧ କରିଛନ୍ତି ।
ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କହିଛନ୍ତି ଯେ, ପୂର୍ବ ବର୍ଷର ଅର୍ଥନୈତିକ ମନ୍ଥରତା ଏବଂ ବର୍ତ୍ତମାନର ଲକଡାଉନରେ ଅଳ୍ପ ରାଜସ୍ୱ ସଂଗ୍ରହ ଯୋଗୁଁ କେନ୍ଦ୍ର ଏବଂ ବିହାର ସମେତ ରାଜ୍ୟ ସରକାର ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତିମ। ଏଭଳି ପରିସ୍ଥିତିରେ ବିହାରର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ରାଜ୍ୟମାନେ ମଧ୍ୟ କେନ୍ଦ୍ର ସରକାର ଠାରୁ ଏଫଆରବିଏମ୍ ଅଧିନିୟମ ଅନୁଯାୟୀ ଘରୋଇ ଉତ୍ପାଦନ (ଜିଏସଡିପି)ର ୩ ପ୍ରତିଶତ ଋଣ ନେବାର ସୀମା ବୃଦ୍ଧି କରି ୪ ପ୍ରତିଶତକୁ ବୃଦ୍ଧି କରିବାର ଦାବି କରିଛନ୍ତି । ଏହା ସହିତ ସରକାର ପ୍ରଥମ ଥର ପାଇଁ ଆରବିଆଇରୁ ରାଜ୍ୟ ବ୍ୟୟ ପାଣ୍ଠିରୁ ପୁରୁଣା ଋଣର ୭,୦୩୫ କୋଟି କିସ୍ତି ଦେବାକୁ ଦାବି କରିଛନ୍ତି ।
ମୋଦି କହିଛନ୍ତି ଯେ, ପୂର୍ବ ବର୍ଷ 2019-20ରେ ଆର୍ଥିକ ମନ୍ଥରତା ଯୋଗୁଁ କେନ୍ଦ୍ରୀୟ ଟିକସ ଅଭାବରୁ ବିହାର କେନ୍ଦ୍ରୀୟ ଟିକସ ଅଂଶରେ ପ୍ରସ୍ତାବିତ ପରିମାଣଠାରୁ ୨୫ ହଜାର କୋଟି କମ୍ ପାଇଛି । ବରଂ ଏହା 2018-19 ଠାରୁ ୧୦ ହଜାର କୋଟି କମ୍ ଥିଲା ।