)
ହାଇଦ୍ରାବାଦ: କୋରୋନା ସଙ୍କଟ ପାଇଁ ସାରା ଦେଶରେ ଜାରି ରହିଛି ଲକଡାଉନ୍ । ମେ ୧୭ ଯାଏ ଏହି ଲକଡାଉନ ଲାଗୁ ରହିବ । ଅନ୍ୟପକ୍ଷେ ତେଲେଙ୍ଗାନା ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ମେ ୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଲକଡାଉନ୍ । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଏହାର ଘୋଷଣା କରିଛନ୍ତି ।
ଲକଡାଉନ୍ ବଢ଼ାଇବା ସହିତ ତେଲେଙ୍ଗାନାରେ ଅନେକ ନୂତନ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ କେସିଆର କହିଛନ୍ତି ଯେ, ଜନସାଧାରଣ ସନ୍ଧ୍ୟା ୬ଟା ସୁଦ୍ଧା ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଶେଷ କରିବା ଆବଶ୍ୟକ । ସେମାନେ ଯଥାଶୀଘ୍ର ସେମାନଙ୍କ ଘରେ ପହଞ୍ଚିବା ଉଚିତ । ସନ୍ଧ୍ୟା ୭ଟାରୁ ରାଜ୍ୟରେ କର୍ଫ୍ୟୁ ଲାଗୁ ହେବ । ସେ କହିଛନ୍ତି ଯେ, ଯଦି ଏହି ସମୟ ମଧ୍ୟରେ ବାହାରେ କାହାକୁ ମିଳିବ । ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଫଳରେ ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମନେ କରାଯାଉଛି ।