ଜୁଲାଇ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବିହାରର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସବଡିଭିଜନ୍ ଓ ବ୍ଲକ୍ ମୁଖ୍ୟାଳୟରେ ଲକଡାଉନ୍ ଲାଗୁ ହେବ ।
Trending Photos
ପାଟନା: ବିହାରରେ ଲଗାତର କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ନୀତୀଶ ସରକାର ପୁଣିଥରେ ରାଜ୍ୟରେ ଲକଡାଉନ୍ ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି । ଜୁଲାଇ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବିହାରର ସମସ୍ତ ଜିଲ୍ଲା ମୁଖ୍ୟାଳୟ ସବଡିଭିଜନ୍ ଓ ବ୍ଲକ୍ ମୁଖ୍ୟାଳୟରେ ଲକଡାଉନ୍ ଲାଗୁ ହେବ ।
ଏଠାରେ କହି ରଖୁଛୁ ଯେ, ବିହାରରେ ବର୍ତ୍ତମାନ ଯାଏ ପ୍ରାୟ ୧୮ ହଜାର କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହି ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ରାଜ୍ୟରେ ୧୬୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ବିଷୟ ଯେ, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ହଜାର ୩୧୭ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୫,୪୮୨ ରହିଛି । ଗତ କିଛି ଦିନ ମଧ୍ୟରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି ।