'ଭାରତରେ କୋରୋନାକୁ ରୋକିବା ପାଇଁ ଲକଡାଉନ୍ ଏକ ପ୍ରଭାବଶାଳୀ ପଦକ୍ଷେପ'
Advertisement

'ଭାରତରେ କୋରୋନାକୁ ରୋକିବା ପାଇଁ ଲକଡାଉନ୍ ଏକ ପ୍ରଭାବଶାଳୀ ପଦକ୍ଷେପ'

  Coronavirus in India: ଭାରତ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ର ସାମ୍ନା କରୁଛି । ଏହି ଲହର ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ସମୟରେ ଆମେରିକାର ଟପ୍ ମହାମା

'ଭାରତରେ କୋରୋନାକୁ ରୋକିବା ପାଇଁ ଲକଡାଉନ୍ ଏକ ପ୍ରଭାବଶାଳୀ ପଦକ୍ଷେପ'

ନୂଆଦିଲ୍ଲୀ:  Coronavirus in India: ଭାରତ କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ର ସାମ୍ନା କରୁଛି । ଏହି ଲହର ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ (COVID-19 Positive) ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି ସମୟରେ ଆମେରିକାର ଟପ୍ ମହାମାରୀ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉଚି (Dr. Anthony Fauci) ମତ ଦେଇଛନ୍ତି ଯେ ଭାରତରେ କିଛି ସପ୍ତାହର ଲକଡାଉନ (Lockdown in India) ରୁ କୋରୋନା ସଂକ୍ରମଣକୁ ରୋକି ହେବ । ତାଙ୍କର ପରାମର୍ଶ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷରୁ ଅଧିକ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହା ସହିତ ସେ କୋରୋନାକୁ ରୋକିବା କରିବା ପାଇଁ ଅନ୍ୟାନ୍ୟ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନାର ଭାଙ୍ଗିଲା ସମସ୍ତ ରେକର୍ଡ: ଦେଶରେ ଦିନକରେ ୪ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ମାମଲା ଚିହ୍ନଟ, ୩୫୨୩ ମୃତ

fallback

କୋରୋନାକୁ ତୁରନ୍ତ ରୋକିବାରେ କରିବ ସାହାଯ୍ୟ

ଡାକ୍ତର ଆନ୍ଥୋନୀ ଫାଉଚି (Dr. Anthony Fauci) କହିଛନ୍ତି ଯେ, ଯେଭଳି ଦ୍ରୁତ ଗତିରେ ଭାରତରେ କୋରୋନା ବ୍ୟାପୁଛି ଓ ଯେପରି କୋରୋନାର ଏହି ଦ୍ୱିତୀୟ ଲହରକୁ ରୋକିବାର କୌଣସି ସଙ୍କେତ ଦେଖାଉ ନାହିଁ, ସେହି କ୍ଷେତ୍ରରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଏହି କ୍ଷେତ୍ରରେ କିଛି ସପ୍ତାହର ଲକଡାଉନ୍ (Lockdown) ଏକ ପ୍ରଭାବଶାଳୀ ବିକଳ୍ପ ହୋଇପାରେ । ଫାଉଚି ଆମେରିକାର ରାଷ୍ଟ୍ରପତି ଜୋ ବିଡେନ (US President Joe Biden) ଙ୍କ ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା ମଧ୍ୟ ଅଟନ୍ତି ।

ଅଧିକ ପଢ଼ନ୍ତୁ:-LIC ର ନୂତନ ପଲିସି, ବିନା ପ୍ରିମିୟମରେ ମିଳୁଛି ୧୦ ଲକ୍ଷ ଟଙ୍କାର କଭର

ଔଷଧ, ଅମ୍ଳଜାନ, PPE ଯୋଗାଣ ବୃଦ୍ଧି କରିବା ଆବଶ୍ୟକ 

ଇଣ୍ଡିଆନ୍ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ଡକ୍ଟର ଫାଉଚି କହିଛନ୍ତି ଯେ, ତୁରନ୍ତ ଔଷଧ, ଅମ୍ଳଜାନ, ପିପିଏ କିଟ୍ ଯୋଗାଣ ବୃଦ୍ଧି ପାଇଁ ଅଧିକ ଧ୍ୟାନ ଆବଶ୍ୟକ । ସେ କହିଛନ୍ତି ଯେ ଭାରତ ସମ୍ମୁଖରେ ଯେଭଳି ଏକ ବିଶାଳ ସଙ୍କଟ ରହିଛି ସେହି କ୍ଷେତ୍ରରେ ଭାରତକୁ ସଙ୍କଟ ସହ ମୁକାବିଲା କରୁଥିବା ଗୋଷ୍ଠୀକୁ ଏକାସାଙ୍ଗରେ ଆଣିବା ଆବଶ୍ୟକ । ଯାହାଦ୍ୱାରା କୋରୋନା ରୋକିବା ପାଇଁ କରାଯାଉଥିବା ପ୍ରୟାସକୁ ସଙ୍ଗଠିତ କରାଯାଇପାରିବ ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

'ସମୟ ପୂର୍ବରୁ ବିଜୟର ଘୋଷଣା ଅପରିପକ୍ୱତାର ଲକ୍ଷଣ'

କୌଣସି ସରକାରର ନାଁ ନେଇ ସେ କହିଛନ୍ତି ଯେ ସଙ୍କଟକୁ ଦୂର ନକରି 'ସମୟ ପୂର୍ବରୁ ବିଜୟ ଘୋଷଣା କରିବା ଅପରିପକ୍ୱତା'ର ଲକ୍ଷଣ । ବର୍ତ୍ତମାନ ଭାରତକୁ ସର୍ବ ପ୍ରଥମେ ଯାହା କରିବାର ଆବଶ୍ୟକତା ରହିଛି ତାହା ଯେତେ ଦୂର ସମ୍ଭବ ହେଉଛି ଦେଶକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଉ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯଦି ତୁରନ୍ତ ଓ ଦୀର୍ଘକାଳୀନ ଫଳପ୍ରଦ ପଦକ୍ଷେପ ନେବାକୁ ସମୟ ଆବଶ୍ୟକ କରେ ତ ତାଙ୍କ ଅନୁଯାୟୀ ଏହା ଗୁରୁତ୍ୱପୂର୍ଣ୍ଣ ।

ଅଧିକ ପଢ଼ନ୍ତୁ:-LPG ଗ୍ୟାସ୍ ସିଲିଣ୍ଡର ଶସ୍ତା ହେଲା ନା ମହଙ୍ଗା? ତୁରନ୍ତ ଚେକ୍ କରନ୍ତୁ ମେ ୧ର ରେଟ୍

ଆବଶ୍ୟକ ନାହିଁ ଛଅ ମାସର ଲକଡାଉନ୍ 

ଚୀନ୍‌ର ଉଦାହରଣ ଦେଇ ଫାଉଚି କହିଛନ୍ତି ଯେ, ପ୍ରାୟ ଏକ ବର୍ଷ ପୂର୍ବେ ଚାଇନାରେ କୋରୋନା ଭୂତାଣୁ ସଂକ୍ରମଣର ବିସ୍ଫୋରଣ ହୋଇଥିଲା । ସେ ପୁରା ଦେଶକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ଯଦିଓ ଛଅ ମାସ ପାଇଁ ଏକ ଲକଡାଉନ୍ ଲଗାଇବା ଜରୁରୀ ନୁହେଁ, ତୁରନ୍ତ ରିହାତି ପାଇଁ ଏହି ସଂକ୍ରମଣର ଚକ୍ର ଶେଷ ନହେବା ପର୍ଯ୍ୟନ୍ତ ଲକଡାଉନ୍ ସାମୟିକ ଭାବରେ ପ୍ରୟୋଗ ହେବା ଆବଶ୍ୟକ ।