ଦେଶସାରା ବାତିଲା ହେଲା NEET, JEE ପ୍ରବେଶିକା ପରୀକ୍ଷା
Advertisement

ଦେଶସାରା ବାତିଲା ହେଲା NEET, JEE ପ୍ରବେଶିକା ପରୀକ୍ଷା

ମାନବ ସମ୍ବଳ ଏବଂ ବିକାଶ (ଏଚଆରଡି) ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (NEET) 2020 ଯାହା ମେ 3ରେ ଅନୁଷ୍ଠିତ ହେବାକୁ ଯାଉଛି, ତାହା ବର୍ତ୍ତମାନ ମେ ମାସର ଶେଷ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି ।  ମେ ମାସର ଶେଷ ସପ୍ତାହରେ ମିଳିତ ପ୍ରବେଶିକା ପରୀକ୍ଷା କିମ୍ବା ଜେଇଇ ମେନ୍ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଦେଶସାରା ବାତିଲା ହେଲା  NEET, JEE ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ସାରା ଦେଶରେ ନିଟ୍(NEET) ଏବଂ ଜେଇଇ ମେନ୍(JEE) ପରୀକ୍ଷା ସ୍ଥଗିତ ରଖାଯାଇଛି । ମାନବ ସମ୍ୱଳ ଏବଂ ବିକାଶ ମନ୍ତ୍ରୀ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି । ସେ ଏହି ଟ୍ୱିଟରେ ଲେଖିଛନ୍ତି ଯେ, ପିତାମାତା ଏବଂ ଛାତ୍ରମାନଙ୍କୁ କୌଣସି ଅସୁବିଧାକୁ ଏଡାଇବା ପାଇଁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯିବାକୁ ପଡିଥାଏ, ମୁଁ NEET (UG) 2020 ଏବଂ JEE (Main) ପରୀକ୍ଷାକୁ ମେ ମାସର ଶେଷ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ଏଥିପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) କୁ ନିର୍ଦ୍ଦେଶ ଦେଇଛି ।

ମାନବ ସମ୍ବଳ ଏବଂ ବିକାଶ (ଏଚଆରଡି) ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (NEET) 2020 ଯାହା ମେ 3ରେ ଅନୁଷ୍ଠିତ ହେବାକୁ ଯାଉଛି, ତାହା ବର୍ତ୍ତମାନ ମେ ମାସର ଶେଷ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଛି ।  ମେ ମାସର ଶେଷ ସପ୍ତାହରେ ମିଳିତ ପ୍ରବେଶିକା ପରୀକ୍ଷା କିମ୍ବା ଜେଇଇ ମେନ୍ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ଦେଶର ବିଭିନ୍ନ ସ୍ଥାନରୁ 15 ଲକ୍ଷରୁ ଅଧିକ ପ୍ରାର୍ଥୀ NEET ପରୀକ୍ଷା ପାଇଁ ଆବେଦନ କରିଥିଲେ ଏବଂ ଆନୁମାନିକ 9 ଲକ୍ଷ JEE ମେନ୍ ଏପ୍ରିଲ ଅଧିବେଶନ ପାଇଁ ହେବାକୁ ଥିବା ପରୀକ୍ଷାରେ ଭାଗ ନେବାକୁ ଯାଉଥିଲେ । ଏହାପୂର୍ବରୁ, JEE ମେନ୍ ଜାନୁଆରୀ ଅଧିବେଶନରେ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ବର୍ଷକୁ ଦୁଇଥର କରାଯାଏ । JEE ମେନ୍ ଏପ୍ରିଲ୍ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାର ଥିଲା ।