ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ଅତୀତରେ ୨୦ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଯାହା ଉପରେ ମତ ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ ।
Trending Photos
ନୂଆଦିଲ୍ଲୀ: କୋରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଅନ୍ୟପକ୍ଷେ ଏହାର ପ୍ରଭାବ ଆର୍ଥିକ କ୍ଷେତ୍ର ଉପରେ ପଡ଼ିଛି । ଦିନକୁ ଦିନ ଆର୍ଥିତିକ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଉଭୟ ଲୋକଙ୍କୁ କୋରୋନା ମହାମାରୀ ଓ ସେମାନଙ୍କର ଆର୍ଥିକ କ୍ଷତିର ମୁକାବିଲା କରିବା ସରକାରଙ୍କ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ଅତୀତରେ ୨୦ ଲକ୍ଷ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ଯାହା ଉପରେ ମତ ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ । ଏହି ପ୍ୟାକେଜରୁ କୃଷକ, ବ୍ୟବସାୟୀ ଏବଂ ପ୍ରବାସୀ ଶ୍ରମିକଙ୍କୁ କୌଣସି ଲାଭ ହେଉଥିବାର ଦେଖିବାକୁ ପାଉନାହାଁନ୍ତି ବୋଲି ରାହୁଲ କହିଛନ୍ତି । ସେ କହିଛନ୍ତି ସରକାରଙ୍କ ସାହାଯ୍ୟ ଋଣର ପ୍ୟାକେଜ ହେବା ଉଚିତ ନୁହେଁ । ସିଧାସଳଖ ଟଙ୍କା କୃଷକ ଓ ପ୍ରବାସୀ ଶ୍ରମିକଙ୍କ ପକେଟରେ ଯିବା ଉଚିତ ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ରାସ୍ତାରେ ଚାଲୁଥିବା ପ୍ରବାସୀ ଶ୍ରମିକଙ୍କୁ ଋଣର ଆବଶ୍ୟକତା ନାହିଁ । ବରଂ ସେମାନଙ୍କୁ ଟଙ୍କାର ଆବଶ୍ୟକତା ରହିଛି । ଯେତେବେଳେ ପିଲା କାନ୍ଦନ୍ତି, ମା' ତାକୁ ଋଣ ଦିଅନ୍ତି ନାହିଁ । ତାକୁ ଚୁପ୍ କରିବା ପାଇଁ ସମାଧାନର ବାଟ ବାହାର କରନ୍ତି । ଆଉ ତାକୁ ଟ୍ରିଟ ଦିଆଯାଇଥାଏ । ସରକାରଙ୍କୁ ସାହୁକାର ପରି ନୁହେଁ, ମା' ପରି ଆଚରଣ କରିବାକୁ ପଡିବ ।
ସେ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ଝଡ଼ ଆସିନାହିଁ, ଏହା ଆସିବାକୁ ଯାଉଛି । ଦେଶ ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି । ଏଥିରେ ସମସ୍ତେ ଆଘାତ ପାଇବେ । ଯଦି ସରକାର ସେମାନଙ୍କୁ ଟଙ୍କା ଦେଇନାହାଁନ୍ତି ଏବଂ ଚାହିଦା ତ୍ୱରାନ୍ୱିତ ନହୁଏ । ତେବେ ଏକ ବଡ଼ ଆର୍ଥିକ କ୍ଷତି ହୋଇପାରେ । କେନ୍ଦ୍ରର ଆର୍ଥିକ ପ୍ୟାକେଜରେ ଋଣ ବିଷୟରେ ଆଲୋଚନା ହେଉଛି । କିନ୍ତୁ ଏହା ଚାହିଦା ବୃଦ୍ଧି କରିବ ନାହିଁ । ପ୍ରାଥମିକତା ଏହା ହେବା ଉଚିତ ଯେ ଟଙ୍କା ଜନସାଧାରଣଙ୍କ ପକେଟକୁ ଯାଉ । ମୋର ଦାବି ହେଉଛି ସରକାର ଏହି ପ୍ୟାକେଜକୁ ପୁଣି ଥରେ ସମୀକ୍ଷା କରନ୍ତୁ । ସରକାର, ବିରୋଧୀ ଏବଂ ଗଣମାଧ୍ୟମ ସମସ୍ତେ ଏଭଳି ଲୋକଙ୍କ ପାଇଁ ମିଳିତ ଭାବେ କାମ କରିବା ଉଚିତ । ସମସ୍ତ ପ୍ରଭାବିତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସରକାର ସିଧାସଳଖ ଟଙ୍କା ପଠାଇବା ଉଚିତ ।
ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ରାହୁଲ ଗାନ୍ଧୀ କହିଛନ୍ତି, କୁହାଯାଉଛି ଯେ ଆର୍ଥିକ ନିଅଣ୍ଟ ବୃଦ୍ଧି ଯୋଗୁଁ ଏଜେନ୍ସିମାନଙ୍କ ଦୃଷ୍ଟିରେ ଭାରତର ମୂଲ୍ୟାୟନ ହ୍ରାସ ପାଇବ । ମୁଁ ଭାବୁଛି ବର୍ତ୍ତମାନ ପାଇଁ ରେଟିଂ ବିଷୟରେ ନୁହେଁ, ଭାରତ ବିଷୟରେ ଚିନ୍ତା କରିବା ଆବଶ୍ୟକ । ଯଦି ଭାରତର ସମସ୍ତ ଲୋକ ଭଲ ରହିବେ । ତେବେ ସେମାନେ ପୁଣି ଥରେ ଏକାଠି ହୋଇ କାମ କରିବେ । ମୂଲ୍ୟାୟନ ସ୍ୱୟଂଚାଳିତ ଭାବରେ ଠିକ୍ ହୋଇଯିବ ।