ଖୁସି ଖବର! ଏଣିକି ମାତ୍ର ୬୩୪ ଟଙ୍କାରେ ଘରେ ଡେଲିଭରୀ ହେବ LPG ସିଲିଣ୍ଡର, ଜାଣନ୍ତୁ କିପରି
Advertisement

ଖୁସି ଖବର! ଏଣିକି ମାତ୍ର ୬୩୪ ଟଙ୍କାରେ ଘରେ ଡେଲିଭରୀ ହେବ LPG ସିଲିଣ୍ଡର, ଜାଣନ୍ତୁ କିପରି

ବାସ୍ତବରେ, ଆମେ ସେହି ସିଲିଣ୍ଡର ବିଷୟରେ କହୁଛୁ, ଯେଉଁଥିରେ ଗ୍ୟାସ୍ ଦୃଶ୍ୟମାନ ହୁଏ ଏବଂ ୧୪.୨ କିଲୋଗ୍ରାମ ଗ୍ୟାସର ଭାରୀ ସିଲିଣ୍ଡର ଅପେକ୍ଷା ହାଲୁକା ଅଟେ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: LPG Composite Cylinder Price: ଯଦି ଆପଣ ଘରୋଇ ଏଲପିଜି ସିଲିଣ୍ଡର (LPG Cylinder) ର କ୍ରମାଗତ ମୂଲ୍ୟ ବୃଦ୍ଧି ଯୋଗୁଁ ଚିନ୍ତିତ ଅଛନ୍ତି । ତେବେ ଆପଣ ଏହି ଖବର ପଢ଼ି ଖୁସି ହେବେ । କାରଣ ବର୍ତ୍ତମାନ ଆପଣଙ୍କୁ କେବଳ ୬୩୩.୫୦ ଟଙ୍କା ଦେଇ ସିଲିଣ୍ଡର ମିଳିଯିବ । ଆଜ୍ଞା ହଁ! ଏହା ସତ କଥା । ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ (LPG Cylinder Price) ରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ । ଅକ୍ଟୋବର ୪ପରେ ଏଲପିଜି ସିଲିଣ୍ଡର ଶସ୍ତା କିମ୍ବା ମହଙ୍ଗା ହୋଇନାହିଁ । କିନ୍ତୁ ତଥାପି ଆପଣ ୬୩୩.୫୦ ଟଙ୍କାରେ LPG ଗ୍ୟାସ ସିଲିଣ୍ଡର କିଣି ପାରିବେ । ଆସନ୍ତୁ ଜାଣିବା କିପରି...

କମ୍ପୋଜିଟ୍ LPG ସିଲିଣ୍ଡର 

ବାସ୍ତବରେ, ଆମେ ସେହି ସିଲିଣ୍ଡର ବିଷୟରେ କହୁଛୁ, ଯେଉଁଥିରେ ଗ୍ୟାସ୍ ଦୃଶ୍ୟମାନ ହୁଏ ଏବଂ ୧୪.୨ କିଲୋଗ୍ରାମ ଗ୍ୟାସର ଭାରୀ ସିଲିଣ୍ଡର ଅପେକ୍ଷା ହାଲୁକା ଅଟେ । ଯଦିଓ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ବର୍ତ୍ତମାନ ଦିଲ୍ଲୀରେ ୮୯୯.୫୦ ଟଙ୍କାରେ ଉପଲବ୍ଧ, କିନ୍ତୁ ଏକ କମ୍ପୋଜିଟ୍ ସିଲିଣ୍ଡର (LPG Composite Cylinder) ମାତ୍ର ୬୩୩.୫୦ ଟଙ୍କାରେ ଭରାଯାଇପାରିବ । ଏଥି ସହିତ ୫ କିଲୋଗ୍ରାମ ଗ୍ୟାସ୍ ସହିତ LPG କମ୍ପୋଜିଟ୍ ସିଲିଣ୍ଡର ମାତ୍ର ୫୦୨ ଟଙ୍କାରେ ରିଫିଲ୍ ହେବ । ୧୦ କିଲୋଗ୍ରାମ LPG କମ୍ପୋଜିଟ୍ ସିଲିଣ୍ଡର ପୂରଣ କରିବାକୁ ହେଲେ ଆପଣଙ୍କୁ କେବଳ ୬୩୩.୫୦ ଟଙ୍କା ଦେବାକୁ ପଡିବ ।

LPG ସିଲିଣ୍ଡରର ନୂତନ ଦର ଏଠାରେ ଚେକ୍ କରନ୍ତୁ: -

fallback

ଏହି ସହରଗୁଡ଼ିକରେ କମ୍ପୋଜିଟ୍ ସିଲିଣ୍ଡର ଉପଲବ୍ଧ 

ସୂଚନାଯୋଗ୍ୟ ଯେ ବର୍ତ୍ତମାନର ସିଲିଣ୍ଡର ତୁଳନାରେ କମ୍ପୋଜିଟ୍ ସିଲିଣ୍ଡରରେ ୪ କିଲୋଗ୍ରାମ କମ୍ ଗ୍ୟାସ୍ ରହିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ବରାଣାସୀ, ପ୍ରୟାଗରାଜ, ଫରିଦାବାଦ, ଗୁରୁଗ୍ରାମ, ଜୟପୁର, ହାଇଦ୍ରାବାଦ, ଜଲନ୍ଦର, ଜାମସେଦପୁର, ପାଟନା, ମୈସୁର, ଲୁଧିଆନା, ରାୟପୁର, ରାଞ୍ଚି, ଅହମ୍ମଦାବାଦ ସମେତ ୨୮ଟି ସହରରେ ଏହି କମ୍ପୋଜିଟ୍ ସିଲିଣ୍ଡର ଉପଲବ୍ଧ ରହିଛି ।

କମ୍ପୋଜିଟ୍ ସିଲିଣ୍ଡରର ବିଶେଷତା କ’ଣ?

ଲୌହ ସିଲିଣ୍ଡର ଅପେକ୍ଷା କମ୍ପୋଜିଟ୍ ସିଲିଣ୍ଡର ୭ କିଲୋଗ୍ରାମ ହାଲୁକା । ଏହାର ତିନୋଟି ସ୍ତର ଅଛି । ବର୍ତ୍ତମାନ ବ୍ୟବହୃତ ହେଉଥିବା ଖାଲି ସିଲିଣ୍ଡର ହେଉଛି ୧୭ କିଲୋଗ୍ରାମ ଓ ଯେତେବେଳେ ଏଥିରେ ଗ୍ୟାସ ଭରାଯାଏ, ଏହା ୩୧ କିଲୋଗ୍ରାମରୁ ଅଧିକ ହୋଇଯାଏ । ବର୍ତ୍ତମାନ ୧୦ କିଲୋଗ୍ରାମ କମ୍ପୋଜିଟ୍ ସିଲିଣ୍ଡରରେ କେବଳ ୧୦ କିଲୋଗ୍ରାମ ଗ୍ୟାସ୍ ରହିବ ।

ଅଧିକ ପଢ଼ନ୍ତୁ:-୬ କୋଟିରୁ ଉର୍ଦ୍ଧ୍ୱ PF ଖାତାଧାରୀଙ୍କୁ ମିଳିବ ଦୀପାବଳୀର ବଡ଼ ଉପହାର, ଖୁବ୍ ଶୀଘ୍ର ଖାତାରେ ଆସିବ ସୁଧ ଟଙ୍କା!

ଅଧିକ ପଢ଼ନ୍ତୁ:-ରାଜ୍ୟଗୁଡ଼ିକରୁ ପେଟ୍ରୋଲକୁ ନେଇ ଆସିଲା ଏକ ଭଲ ଖବର

ଅଧିକ ପଢ଼ନ୍ତୁ:-ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଏବଂ ଆତଙ୍କ: କିମ ଜୋଙ୍ଗଙ୍କୁ ନେଇ ବଡ଼ ଖୁଲାସା କଲେ ଉତ୍ତର କୋରିଆର କର୍ଣ୍ଣେଲ

ଅଧିକ ପଢ଼ନ୍ତୁ:-ହିନ୍ଦୁମାନେ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଭୁଲ: ମୋହନ ଭାଗବତ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର, ପୁଣି ୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଖୁସି ଖବର