ମାଗଣାରେ ମିଳିବ LPG ସିଲିଣ୍ଡର! କିନ୍ତୁ ଏହିପରି କରିବାକୁ ହେବ ଗ୍ୟାସ୍ ବୁକିଂ
X

ମାଗଣାରେ ମିଳିବ LPG ସିଲିଣ୍ଡର! କିନ୍ତୁ ଏହିପରି କରିବାକୁ ହେବ ଗ୍ୟାସ୍ ବୁକିଂ

ଯେତେବେଳେ ଆପଣ LPG ଗ୍ୟାସ୍ ସିଲିଣ୍ଡର ପାଇଁ ବୁକ୍ / ପେମେଣ୍ଟ କରିବେ ତ ଆପରେ ହିଁ ଏକ ସ୍କ୍ରାଚ୍ କାର୍ଡ ପାଇବେ । ଏହାର ଅର୍ଥ HP, Indane କିମ୍ୱା Bharat ରୁ ଗ୍ୟାସ ବୁକିଂରେ କ୍ଲେମ୍ କରିପାରିବେ ।

ମାଗଣାରେ ମିଳିବ LPG ସିଲିଣ୍ଡର! କିନ୍ତୁ ଏହିପରି କରିବାକୁ ହେବ ଗ୍ୟାସ୍ ବୁକିଂ

ନୂଆଦିଲ୍ଲୀ: LPG Booking Latest: ବର୍ତ୍ତମାନ ଆପଣ HP, Indane ଏବଂ Bharat Gas LPG ସିଲିଣ୍ଡର ମାଗଣାରେ ପାଇପାରିବେ । ଏଥିପାଇଁ ଆପଣଙ୍କୁ ଅନ୍ୟ କିଛି ନୁହେଁ ବରଂ ପେଟିଏମ (Paytm) ରୁ ଗ୍ୟାସ୍ ବୁକିଂ କରିବାକୁ ପଡିବ । ପେଟିଏମ୍ ଏକ ସ୍କିମ୍ ଆରମ୍ଭ କରିଛି, ଯେଉଁଥିରେ ପେଟିଏମ୍ ଆପରୁ ଏଲପିଜି ସିଲିଣ୍ଡର ବୁକିଂ ଉପରେ ୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଅଫର (cashback offer) ପ୍ରଦାନ କରାଯାଉଛି । ଏହାର ଅର୍ଥ ହେଉଛି ଯେ ଆପଣଙ୍କର LPG ସିଲିଣ୍ଡର ସମ୍ପୂର୍ଣ୍ଣ ମାଗଣା ହେବ । କାରଣ ସବସିଡି ପରେ ରିଫିଲ୍ ସିଲିଣ୍ଡରର ମୂଲ୍ୟ ପ୍ରାୟ ୭୦୦-୭୫୦ ଟଙ୍କା ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଅମ୍ୱାନୀ ପରି କୋଟିପତି ମହାମାରୀରେ ହୋଇଛନ୍ତି ଅଧିକ ଧନୀ, ଗରିବ କିନ୍ତୁ ହେଲା ଆହୁରି ଗରିବ: Oxfam

ଯେତେବେଳେ ଆପଣ LPG ଗ୍ୟାସ୍ ସିଲିଣ୍ଡର ପାଇଁ ବୁକ୍ / ପେମେଣ୍ଟ କରିବେ ତ ଆପରେ ହିଁ ଏକ ସ୍କ୍ରାଚ୍ କାର୍ଡ ପାଇବେ । ଏହାର ଅର୍ଥ HP, Indane କିମ୍ୱା Bharat ରୁ ଗ୍ୟାସ ବୁକିଂରେ କ୍ଲେମ୍ କରିପାରିବେ । ଏହି କ୍ୟାସବ୍ୟାକ୍ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ପେଟିଏମ୍ ୱାଲେଟରେ ଆସିଯାଏ ।

ଅଧିକ ପଢ଼ନ୍ତୁ:-ଦୀପ ସିଦ୍ଧୁଙ୍କଠୁ ନିଜକୁ ଅଲଗା କଲେ ସନ୍ନି ଦେଓଲ, ଜାଣନ୍ତୁ ଲାଲକିଲ୍ଲାରେ ପତାକା ଉଡ଼ାଇଥିବା ଲୋକଙ୍କ ମଧ୍ୟରେ ସାମିଲ ଏହି ବ୍ୟକ୍ତି ଜଣକ କିଏ?

ଏହି ଅଫରର ଲାଭ କେବଳ ସେତେବେଳେ ମିଳିବ, ଯେତେବେଳେ ଆପଣ ୫୦୦ରୁ ଅଧିକ ଟଙ୍କାର ବୁକିଂ କରିବେ । ଏହି ଅଫର ଜାନୁୟାରୀ ୩୧ ପର୍ଯ୍ୟନ୍ତ ଉପଲବ୍ଧ ରହିଛି । ଏହି ଅଫରର ଲାଭ ଏହାର ବୈଧତା ସମୟରେ କେବଳ ଥରେ ମିଳିବ ।

ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ଏପ୍ରିଲରୁ ବଢ଼ିବ ଗ୍ରାଚ୍ୟୁଇଟି ଓ PF, କିନ୍ତୁ ହାତରେ ଆସିବ କମ୍ ଟଙ୍କା!

ଯେଉଁ ଗ୍ରାହକ ପେଟିଏମ୍ ଆପ୍ (Paytm app) ମାଧ୍ୟମରେ ପ୍ରଥମ ଥର ପାଇଁ LPG ସିଲିଣ୍ଡର ବୁକିଂ କରୁଛନ୍ତି ଏହି ସ୍କିମର ଲାଭ ପାଇପାରିବେ । ଏହି ଅଫରର ଲାଭ ସେମାନଙ୍କୁ ମଧ୍ୟ ମିଳିବ, ଯେଉଁମାନେ ସିଲିଣ୍ଡର ବୁକିଂ IVRS କିମ୍ବା ଅନ୍ୟାନ୍ୟ ଉପାୟରେ ସିଲିଣ୍ଡର ବୁକ୍ କରନ୍ତି କିନ୍ତୁ ପ୍ରଥମ ପେମେଣ୍ଟ ପେଟିଏମ୍ ଆପ୍ ମାଧ୍ୟମରେ କରନ୍ତି  । ସ୍କ୍ରାଚ୍ କାର୍ଡ ଇସୁ ହେବାର ୭ ଦିନ ପରେ ଏହା ଅଚଳ ହୋଇଯିବ । ତେଣୁ ଏହାର ଲାଭ ଉଠାଇବା ପାଇଁ ଆପଣଙ୍କୁ ଏହି ସମୟ ମଧ୍ୟରେ ବ୍ୟବହାର କରିବାକୁ ପଡିବ ।

Trending news