କେବଳ ୨୨୦ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର, ଜାଣନ୍ତୁ ଏତେ କମ୍ ଦରରେ କିପରି ମିଳିବ?
Advertisement

କେବଳ ୨୨୦ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର, ଜାଣନ୍ତୁ ଏତେ କମ୍ ଦରରେ କିପରି ମିଳିବ?

ଦିନକୁ ଦିନ ବଢୁଥିବା ଦରଦାର ମଧ୍ୟରେ ଯଦି ଆପଣ LPG ସିଲିଣ୍ଡର ବୁକିଂରେ ୫୦୦ ଟଙ୍କାର କ୍ୟାସବ୍ୟାକ୍ ପାଆନ୍ତି, ତେବେ ଏହା ବହୁତ ଭଲ କଥା! ଏପରି ଏକ ଉପାୟ ଅଛି ଯେଉଁଥିରେ ଗ୍ୟାସ୍ ବୁକିଂ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିପାରିବ । ବିନା ସବସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ କିପରି ରିହାତି ମିଳିବ ଆସନ୍ତୁ ଜାଣିବା...

କେବଳ ୨୨୦ ଟଙ୍କାରେ କିଣନ୍ତୁ LPG ସିଲିଣ୍ଡର, ଜାଣନ୍ତୁ ଏତେ କମ୍ ଦରରେ କିପରି ମିଳିବ?

ନୂଆଦିଲ୍ଲୀ: LPG Cylinder Cashback Offer: ମୋବାଇଲ୍ ପେମେଣ୍ଟ କମ୍ପାନୀ ପେଟିଏମ୍ (Paytm) ଗ୍ରାହକଙ୍କୁ ଏହାର ଆପ୍ ଜରିଆରେ ଏଲପିଜି ସିଲିଣ୍ଡର ବୁକିଂ କରିବା ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଦେବାକୁ ଏକ ଅଫର ଦେଉଛି । ଅବଶ୍ୟ ଏହି ଅଫର କେବଳ ଆପ୍ ମାଧ୍ୟମରେ ପ୍ରଥମ ଥର ପାଇଁ LPG ସିଲିଣ୍ଡର ବୁକିଂ କରୁଥିବା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଭରତ ଗ୍ୟାସ୍ (Bharat Gas), ଏଚପି ଗ୍ୟାସ୍ (HP Gas) ଏବଂ ଇଣ୍ଡେନ  (Indane) ର ଗ୍ରାହକମାନେ ପେଟିଏମର ଏହି ସୁବିଧା ପାଇପାରିବେ । ଉଲ୍ଲେଖନୀୟ କଥା ହେଉଛି ଦିଲ୍ଲୀରେ ସବସିଡି ବିନା ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୯୪ ଟଙ୍କା ରହିଛି । ଏହା କୋଲକାତାରେ ୭୨୦.୫୦ ଟଙ୍କା, ମୁମ୍ବାଇରେ ୬୯୪ ଟଙ୍କା, ଚେନ୍ନାଇରେ ୭୧୦ ଟଙ୍କା ଏବଂ ଭୁବନେଶ୍ୱରରେ ୭୨୦.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଯଦି ଜଣେ ଉପଭୋକ୍ତା ୫୦୦ ଟଙ୍କା କ୍ୟାସବ୍ୟାକ୍ ପାଆନ୍ତି, ତେବେ ଦିଲ୍ଲୀ ଓ ମୁମ୍ୱାଇରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ମାତ୍ର ୧୯୪ ଟଙ୍କା ହେବ । ସେହିପରି କୋଲକାତାରେ ୨୨୦.୫୦ ଟଙ୍କା,  ଭୁବନେଶ୍ୱରରେ ୨୨୦.୫୦ ଟଙ୍କା ଏବଂ ଚେନ୍ନାଇରେ ୨୧୦ ଟଙ୍କାରେ ମିଳିବ । 

ଅଧିକ ପଢ଼ନ୍ତୁ:-କେନ୍ଦ୍ର ସରକାର ଦେଲେ ଚେତାବନୀ, କହିଲେ- ସ୍ଥାୟୀ କର୍ମଚାରୀଙ୍କୁ ଚୁକ୍ତିରେ ପରିବର୍ତ୍ତନ କରିପାରିବ ନାହିଁ କମ୍ପାନୀ

ଦିନକୁ ଦିନ ବଢୁଥିବା ଦରଦାର ମଧ୍ୟରେ ଯଦି ଆପଣ LPG ସିଲିଣ୍ଡର ବୁକିଂରେ ୫୦୦ ଟଙ୍କାର କ୍ୟାସବ୍ୟାକ୍ ପାଆନ୍ତି, ତେବେ ଏହା ବହୁତ ଭଲ କଥା! ଏପରି ଏକ ଉପାୟ ଅଛି ଯେଉଁଥିରେ ଗ୍ୟାସ୍ ବୁକିଂ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିପାରିବ । ବିନା ସବସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ କିପରି ରିହାତି ମିଳିବ ଆସନ୍ତୁ ଜାଣିବା...

ଯଦି ଆପଣଙ୍କର LPG ସିଲିଣ୍ଡର ଶେଷ ହୋଇଯାଇଛି ଏବଂ ଆପଣ ବାହାରକୁ ଯିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ପେଟିଏମ୍ ଅନ୍ଲାଇନ୍ ପେମେଣ୍ଟ ଆପ୍ ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରିପାରିବେ । ପେଟିଏମରୁ ଏଲପିଜି ସିଲିଣ୍ଡର ବୁକିଂ ପାଇଁ ଆପଣ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ପାଇବେ । ପ୍ରଥମ ଥର ପାଇଁ ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ୍ କରୁଥିବା ଉପଭୋକ୍ତାଙ୍କୁ ଏହି ପରିମାଣର କ୍ୟାସବ୍ୟାକ୍ ଦିଆଯିବ । ଯଦି ଆପଣ ପେଟିଏମରୁ ଗୋଟିଏ ସିଲିଣ୍ଡର ବୁକ୍ କରିସାରିଛନ୍ତି, ତେବେ ଆପଣଙ୍କୁ କ୍ୟାସବ୍ୟାକ୍ ଅଫର ମିଳିବ ନାହିଁ ।

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କୁ ଅଲ୍ଟିମେଟମ୍ ଦେଲେ ମମତା! ବିଜେପିକୁ ନେଇ ଏହି ଭବିଷ୍ୟବାଣୀ କଲେ ପିକେ

ଏହି ପେଟିଏମ୍ ଅଫରର ବ୍ୟବହାର ଗ୍ରାହକ ଅଫର ଅବଧି ସମୟରେ କେବଳ ଥରେ ବ୍ୟବହାର କରିପାରିବେ । ଏହି ଅଫରର ଲାଭ କେବଳ ସେତେବେଳେ ଦିଆଯିବ ଯେତେବେଳେ ଅର୍ଡରର ସର୍ବନିମ୍ନ ପରିମାଣ ୫୦୦ ଟଙ୍କା ହେବ । ଏହି ଅଫର ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବୈଧ ଅଟେ ।