• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଜାଣନ୍ତୁ ଏହି ଖାସ୍ ଅଫର ବିଷୟରେ...

ପେଟିଏମ୍ (Paytm) ଏପ୍ରିଲ୍ ମାସରେ କ୍ୟାସ ବ୍ୟାକ୍ ଅଫର ଲଞ୍ଚ କରିଛି । ଏହି ଅଫର ଅନୁଯାୟୀ, ଯଦି ଆପଣ ଏକ ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇପାରିବେ । ତଥାପି ଏହି ଅଫର କେବଳ ପ୍ରଥମ ଥର ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ।

ଏବେ ମାତ୍ର ୯ ଟଙ୍କାରେ କିଣି ପାରିବେ LPG ଗ୍ୟାସ୍ ସିଲିଣ୍ଡର! ଜାଣନ୍ତୁ ଏହି ଖାସ୍ ଅଫର ବିଷୟରେ...

ନୂଆଦିଲ୍ଲୀ: ଦେଶରେ ଏଲପିଜି ସିଲିଣ୍ଡର (LPG Cylinder) ର ମୂଲ୍ୟ ବୃଦ୍ଧି ନେଇ ସମସ୍ତେ ଚିନ୍ତାରେ  ଅଛନ୍ତି । ନିକଟ ଅତୀତରେ ମୋଦି ସରକାର (Modi Govt) ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରିଛନ୍ତି । ବର୍ତ୍ତମାନ ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ରହିଛି । ଯଦି ଆପଣ ଏଲପିଜି ସିଲିଣ୍ଡରର ମୂଲ୍ୟ ପାଇଁ ଚିନ୍ତିତ ଅଛନ୍ତି, ତେବେ ପେଟିଏମ୍ (Paytm)ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି । ଯାହା ମାଧ୍ୟମରେ ଆପଣ ମାତ୍ର ୯ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର କିଣି ପାରିବେ ।

ଅଧିକ ପଢ଼ନ୍ତୁ:-ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ପେଟିଏମ୍ (Paytm) ଏପ୍ରିଲ୍ ମାସରେ କ୍ୟାସ ବ୍ୟାକ୍ ଅଫର ଲଞ୍ଚ କରିଛି । ଏହି ଅଫର ଅନୁଯାୟୀ, ଯଦି ଆପଣ ଏକ ଗ୍ୟାସ୍ ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇପାରିବେ । ତଥାପି ଏହି ଅଫର କେବଳ ପ୍ରଥମ ଥର ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ।

ଅଧିକ ପଢ଼ନ୍ତୁ:-LIC ର ନୂଆ ସଞ୍ଚୟ ପ୍ଲାନ୍, ମିଳିବ ଏହି ସୁବିଧା

ଯଦି ଆପଣ ପେଟିଏମ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ଗ୍ୟାସ୍ ସିଲିଣ୍ଡର ବୁକିଂ କରୁଛନ୍ତି, ତେବେ ଆପଣଙ୍କୁ ଏକ ସ୍କ୍ରାଚ୍ କାର୍ଡ ମିଳିବ । ଯଦି ଆପଣ ଏହାକୁ ୭ ଦିନ ମଧ୍ୟରେ ବ୍ୟବହାର କରନ୍ତି ତେବେ ଆପଣ ୧୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ଫେରସ୍ତ ପାଇପାରିବେ । ତେବେ, ଏହି ଅଫରର ସର୍ତ୍ତ ହେଉଛି ଆପଣଙ୍କୁ ଅତି କମରେ ୫୦୦ ଟଙ୍କାର ପେମେଣ୍ଟ କରିବାକୁ ପଡିବ । ଏହି ଅଫର କେବଳ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଉପଲବ୍ଧ ।

ଅଧିକ ପଢ଼ନ୍ତୁ:-ଘରେ କେତେ ନଗଦ ରଖିପାରିବେ ଆପଣ? ଜାଣନ୍ତୁ କାରବାର ସହିତ ଜଡିତ ପ୍ରତ୍ୟେକ ନିୟମ, ନଚେତ୍...

ବର୍ତ୍ତମାନ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ରହିଛି । ଚଳିତ ବର୍ଷ ଜାନୁଆରୀରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୯୨ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କାକୁ ବୃଦ୍ଧି ପାଇଥିଲା । ଫେବୃଆରୀ ୧୫ରେ ଏହାର ମୂଲ୍ୟ ୭୬୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କାକୁ ବୃଦ୍ଧି ପାଇଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା କରାଯାଇଥିଲା । କୋଲକାତାରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୮୪୫ ଟଙ୍କା ରହିଛି । ମୁମ୍ବାଇ ଏବଂ ଚେନ୍ନାଇରେ ଏହାର ମୂଲ୍ୟ ଯଥାକ୍ରମେ ୮୧୯ ଟଙ୍କା ଏବଂ ୮୩୫ ଟଙ୍କା ରହିଛି ।