୭ ବର୍ଷରେ ଦୁଇ ଗୁଣ ବଢ଼ିଛି LPG ସିଲିଣ୍ଡର ମୂଲ୍ୟ, ସବସିଡି ମଧ୍ୟ ହୋଇଛି ଶେଷ
Advertisement

୭ ବର୍ଷରେ ଦୁଇ ଗୁଣ ବଢ଼ିଛି LPG ସିଲିଣ୍ଡର ମୂଲ୍ୟ, ସବସିଡି ମଧ୍ୟ ହୋଇଛି ଶେଷ

ଲୋକସଭାରେ ନିଜ ଲିଖିତ ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ (Petroleum Minister Dharmendra Pradhan) କହିଛନ୍ତି ଯେ, ୧ ମାର୍ଚ୍ଚ ୨୦୧୪ରେ ଏକ ଗ୍ୟାସ ସିଲିଣ୍ଡର (LPG Gas Cylinder) ର ମୂଲ୍ୟ ୪୧୦.୫୦ ଟଙ୍କା ଥିବାବେଳେ ଏହି ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କାକୁ ଛୁଇଁଛି ।

୭ ବର୍ଷରେ ଦୁଇ ଗୁଣ ବଢ଼ିଛି LPG ସିଲିଣ୍ଡର ମୂଲ୍ୟ, ସବସିଡି ମଧ୍ୟ ହୋଇଛି ଶେଷ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ଯୋଗୁଁ ସମସ୍ତେ ଚିନ୍ତାରେ ଅଛନ୍ତି । ଦେଶର ଅନେକ କ୍ଷେତ୍ରରେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଛି । ଏଥି ସହିତ ଲଗାତର ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି । ଯାହା ସାଧାରଣ ଜନତାଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ସେପଟେ ଲୋକସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Petroleum Minister Dharmendra Pradhan) କହିଛନ୍ତି ଯେ, ଗତ ସାତ ବର୍ଷ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଦୁଇ ଗୁଣ ବଢିଛି । ଏହି ଅବଧି ମଧ୍ୟରେ ସବସିଡି ମଧ୍ୟ ଧୀରେ ଧୀରେ ଶେଷ ହୋଇଛି ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ନିୟନ୍ତ୍ରଣ ବାହାରେ କୋରୋନା, ନାଗପୁରରେ ପୁଣି ଲାଗିଲା ଲକଡାଉନ୍

ଲୋକସଭାରେ ନିଜ ଲିଖିତ ଉତ୍ତରରେ ପେଟ୍ରୋଲିୟମ ମନ୍ତ୍ରୀ (Petroleum Minister Dharmendra Pradhan) କହିଛନ୍ତି ଯେ, ୧ ମାର୍ଚ୍ଚ ୨୦୧୪ରେ ଏକ ଗ୍ୟାସ ସିଲିଣ୍ଡର (LPG Gas Cylinder) ର ମୂଲ୍ୟ ୪୧୦.୫୦ ଟଙ୍କା ଥିବାବେଳେ ଏହି ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କାକୁ ଛୁଇଁଛି । ଏହି ମୂଲ୍ୟ ଦିଲ୍ଲୀର ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାର ମୂଲ୍ୟରେ ସାମାନ୍ୟ ପାର୍ଥକ୍ୟ ଦେଖାଯିବ । ଗତ ୩୨ ଦିନରେ LPG ମୂଲ୍ୟ ୧୨୫ ଟଙ୍କା ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ଦେଶରେ ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ବର୍ତ୍ତମାନ ସମୟରେ ଲିଟର ପିଛା ପେଟ୍ରୋଲ (Petrol) ଉପରେ ୩୨.୯୦ ଟଙ୍କା ଓ ଡିଜେଲ (Diesel) ଉପରେ ୩୧.୮୧ ଟଙ୍କା ଉତ୍ପାଦନ ଶୁଳ୍କ ଲାଗିଥାଏ । ୨୦୧୮ରେ ପେଟ୍ରୋଲ ଉପରେ ୧୭.୮୯ ଟଙ୍କା ଓ ଡିଜେଲ ଉପରେ ୧୩.୮୩ ଟଙ୍କା ଉତ୍ପାଦନ ଶୁଳ୍କ ଥିଲା । ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲ, ଡିଜେଲ, ଜେଟ ଇନ୍ଧନ, ପ୍ରାକୃତିକ ଗ୍ୟାସ, ଅଶୋଧିତ ତୈଳ ଉପରେ ସରକାର ୨୦୧୬-୧୭ରେ ୨.୩୭ ଲକ୍ଷ କୋଟି ଟଙ୍କା ଆୟ କରିଥିବାବେଳେ ଜାନୁୟାରୀ ୨୦୨୧ ସୁଦ୍ଧା ସରକାର ଏହି ପେଟ୍ରୋଲିୟମ ଦ୍ରବ୍ୟ ଉପରେ ୩ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି ।