• ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କୋରୋନା ପିକ୍‌ରେ ରହିପାରେ
  • ଅକ୍ସିଜେନ୍, ବେଡ, ICU ଯଥେଷ୍ଟ ପରିମାଣର ରହିଛି
  • ରାଜ୍ୟରେ କୋଭିଡ ସ୍ଥିତି ନେଇ DMET ସି.ବି.କେ. ମହାନ୍ତିଙ୍କ ସୂଚନା
  • ଓଡ଼ିଶାରେ ମାଟ୍ରିକ ପରୀକ୍ଷା ବାତିଲ
  • ମହାମାରୀ ଭିତରେ ମାଟ୍ରିକ ପରୀକ୍ଷା ବାତିଲ କଲେ ମନ୍ତ୍ରୀ ସମୀର ଦାସ।
  • ମୂଲ୍ୟାଙ୍କନ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋର୍ଡ: ରାମାଶିଷ ହାଜରା
  • କଟକରେ କୁମ୍ଭମେଳା ଫେରନ୍ତା ଆଉ ୧୩ ପଜିଟିଭ ଚିହ୍ନଟ
  • ଆଜିଠୁ ବ୍ରହ୍ମପୁରରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ
  • ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ୫ ଦିନ ପାଇଁ ବନ୍ଦ
  • ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ କରୋନା ଚିହ୍ନଟ ହେବା ପରେ ନିଷ୍ପତ୍ତି

ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେହିପରି ଆଜିଠାରୁ ଘରୋଇ ସିଲିଣ୍ଡର (LPG gas Cylinder) ପାଇଁ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ । ଫେବୃଆରୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା ।

ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: LPG Gas Cylinder Price Today: ସାଧାରଣ  ଜନତାଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ମିଳୁଥିବାର ନଜରକୁ ଆସୁନାହିଁ । ତୈଳ ମାର୍କେଟିଂ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ (LPG gas Cylinder) ୯୫ ଟଙ୍କା ଓ ଘରୋଇ ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଛନ୍ତି । ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଏହି ମୂଲ୍ୟ ବୃଦ୍ଧି ସହ ୧୯ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟ ବର୍ତ୍ତମାନ ୧,୬୧୪ ଟଙ୍କା ହୋଇଯାଇଛି । ଏହି LPG ଗ୍ୟାସର ନୂତନ ମୂଲ୍ୟ ଆଜି ଅର୍ଥାତ ମାର୍ଚ୍ଚ ୧,୨୦୨୧ ଠାରୁ କାର୍ଯ୍ୟକାରୀ ହେବ । 

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ସେହିପରି ଆଜିଠାରୁ ଘରୋଇ ସିଲିଣ୍ଡର (LPG gas Cylinder) ପାଇଁ ଆପଣଙ୍କୁ ୨୫ ଟଙ୍କା ଅଧିକ ଦେବାକୁ ପଡିବ । ଫେବୃଆରୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜି ୨୫ ଟଙ୍କା ବୃଦ୍ଧି ପରେ ବର୍ତ୍ତମାନ ଆପଣଙ୍କୁ ୭୯୪ ଟଙ୍କା ବଦଳରେ ୮୧୯ ଟଙ୍କା ଦେବାକୁ ପଡିବ । ଗତ କିଛି ଦିନ ପୂର୍ବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରାଯାଇଥିଲା । ଗୁରୁବାର ( ଫେବୃଆରୀ ୨୫) ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୬୯ରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଥିଲା ।  ଫେବୃଆରୀରେ ତୃତୀୟ ଥର ପାଇଁ ଘରୋଇ ଏଲପିଜିର ମୂଲ୍ୟ ବୃଦ୍ଧି କରାଯାଇଥିଲା ।