ଆସିଯାଇଛି ଅଗଷ୍ଟ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

ଆସିଯାଇଛି ଅଗଷ୍ଟ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Gas cylinder price: ନୂଆ ମାସର ପ୍ରଥମ ଦିନରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିଛି । ସରକାରୀ ତୈଳ କମ୍ପାନୀଗୁଡିକ ଅଗଷ୍ଟ 1ରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛ

ଆସିଯାଇଛି ଅଗଷ୍ଟ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: LPG Gas cylinder price: ନୂଆ ମାସର ପ୍ରଥମ ଦିନରେ ସାଧାରଣ ଜନତାଙ୍କୁ ଆଉ ଏକ ଝଟକା ଲାଗିଛି । ସରକାରୀ ତୈଳ କମ୍ପାନୀଗୁଡିକ ଅଗଷ୍ଟ 1ରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୭୩.୫ ଟଙ୍କା ବୃଦ୍ଧି କରିଛି । ଏହା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୫୦୦ରୁ ୧୬୨୩ ଟଙ୍କାକୁ ପହଞ୍ଚିଛି ।

ତେବେ ତୈଳ କମ୍ପାନୀଗୁଡିକ ସାଧାରଣ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିନାହାଁନ୍ତି । ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀର ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୩୪.୫୦ ଟଙ୍କା ଅପରିବର୍ତ୍ତିତ ରହିଛି । ଆପଣଙ୍କୁ କହି ରଖୁଛୁ ଯେ ଗତ ମାସରେ ଅର୍ଥାତ୍ ଜୁଲାଇରେ ତୈଳ କମ୍ପାନୀଗୁଡିକ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫.୫୦ ଟଙ୍କା ବୃଦ୍ଧି କରିଥିଲେ ।

ଅଧିକ ପଢ଼ନ୍ତୁ:-ମାସର ପ୍ରଥମ ଦିନ ଜାରି ହେଲା ଡିଜେଲ-ପେଟ୍ରୋଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ସବସିଡି ବିନା ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 

ବିନା ସବସିଡିର ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୩୪.୫୦ ଟଙ୍କା, କୋଲକାତାରେ ୮୬୧ ଟଙ୍କା, ମୁମ୍ବାଇରେ ୮୩୪.୫୦ ଟଙ୍କା ଏବଂ ଚେନ୍ନାଇରେ ସିଲିଣ୍ଡର ପିଛା ୮୫୦.୫୦ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ପୁଣି ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ 

ସରକାରୀ ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ସର୍ବାଧିକ ବୃଦ୍ଧି ଚେନ୍ନାଇରେ ସିଲିଣ୍ଡର ପିଛା ୭୩.୫୦ ଟଙ୍କା ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସର ମୂଲ୍ୟ ୭୩ ଟଙ୍କା ବୃଦ୍ଧି ଘଟି ୧୬୨୩ ଟଙ୍କାକୁ ପହଞ୍ଚିଛି । କୋଲକାତାରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୨.୫୦ ଟଙ୍କା ବୃଦ୍ଧି ଘଟିଛି । ଯାହା ପରେ ଏହାର ମୂଲ୍ୟ ୧୬୨୯ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ସିଲିଣ୍ଡର ପିଛା ୭୨.୫୦ ଟଙ୍କା ବଢ଼ିଛି । ଯାହା ପରେ  ଏହାର ମୂଲ୍ୟ ୧୫୭୯.୫୦ ଟଙ୍କା ପହଞ୍ଚିଛି । ସେହିପରି ଚେନ୍ନାଇରେ ସିଲିଣ୍ଡର ପିଛା ୭୩.୫୦ ଟଙ୍କା ବୃଦ୍ଧି ପରେ ଏହା ୧୭୬୧ ଟଙ୍କା ହୋଇଯାଇଛି ।

ଅଧିକ ପଢ଼ନ୍ତୁ:-RBI ବାତିଲ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଏପରି ଚେକ୍ କରନ୍ତୁ LPG ମୂଲ୍ୟ

ଏଲପିଜି ସିଲିଣ୍ଡରର ମୂଲ୍ୟ ଚେକ୍ କରିବାକୁ ହେଲେ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ କମ୍ପାନୀଗୁଡିକ ପ୍ରତି ମାସରେ ନୂତନ ଦର ପ୍ରଦାନ କରନ୍ତି । (https://iocl.com/Products/IndaneGas.aspx) ଏହି ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଯାଞ୍ଚ କରିପାରିବେ ।