ଆସିଯାଇଛି ସେପ୍ଟେମ୍ବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

ଆସିଯାଇଛି ସେପ୍ଟେମ୍ବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

LPG Gas Cylinder Price Hike: ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ୧୫ ଦିନ ମଧ୍ୟରେ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ମହଙ୍ଗା ହୋଇଗଲାଣି । ଆଜି ଅର୍ଥାତ୍ ସେପ୍ଟେମ୍ବର ୧ରେ ଏଲପିଜି ସିଲିଣ୍ଡର ମୂଲ୍ୟ (LPG Gas Cylinder Price) ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଅଗଷ୍ଟ ୧୮ରେ ପେଟ୍ରୋଲ

ଆସିଯାଇଛି ସେପ୍ଟେମ୍ବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: LPG Gas Cylinder Price Hike: ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି । ୧୫ ଦିନ ମଧ୍ୟରେ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ମହଙ୍ଗା ହୋଇଗଲାଣି । ଆଜି ଅର୍ଥାତ୍ ସେପ୍ଟେମ୍ବର ୧ରେ ଏଲପିଜି ସିଲିଣ୍ଡର ମୂଲ୍ୟ (LPG Gas Cylinder Price) ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏହାପୂର୍ବରୁ ଅଗଷ୍ଟ ୧୮ରେ ପେଟ୍ରୋଲିୟମ କମ୍ପାନୀ ଗ୍ୟାସ ସିଲିଣ୍ଡରର ମୂଲ୍ୟ (LPG Gas Cylinder Price) ୨୫ ଟଙ୍କା ବୃଦ୍ଧି କରିଥିଲେ । କେବଳ ଏତିକି ନୁହେଁ, ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଏହାର ମୂଲ୍ୟ ସିଲିଣ୍ଡର ପିଛା ୭୫ ଟଙ୍କା ବୃଦ୍ଧି କରାଯାଇଛି । 

ସେପଟେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୮୪.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ବୃଦ୍ଧି ମଙ୍ଗଳବାର ରାତିରୁ ହିଁ ଲାଗୁ ହୋଇସାରିଛି । କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୯୧୧ ଟଙ୍କା, ମୁମ୍ବାଇରେ ୮୮୪.୫ ଟଙ୍କା, ଭୁବନେଶ୍ୱରରେ ୯୧୧ ଟଙ୍କା ଏବଂ ଲକ୍ଷ୍ନୌରେ ୯୨୨.୫ ଟଙ୍କା ହୋଇଯାଇଛି । 

ସୂଚନାଯୋଗ୍ୟ, ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ଓ ୧୫ ତାରିଖରେ LPG ର ମୂଲ୍ୟ ସମୀକ୍ଷା କରନ୍ତି । ଜୁଲାଇ ଓ ଅଗଷ୍ଟରେ ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହାପୂର୍ବରୁ ଅଗଷ୍ଟ ୧୮ରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି କରିଥିଲେ । ମେ ଓ ଜୁନ୍ ମାସରେ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏପ୍ରିଲରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦ ଟଙ୍କା ହ୍ରାସ କରାଯାଇଥିଲା । ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଚଳିତ ବର୍ଷ ଜାନୁଆରୀରେ ୬୯୪ ଟଙ୍କା ଥିଲା, ଯାହା ଫେବୃଆରୀରେ ସିଲିଣ୍ଡର ପିଛା ୭୧୯ ଟଙ୍କା ହୋଇଯାଇଥିଲା । ଫେବୃଆରୀ ୧୫ରେ ଏହାର ମୂଲ୍ୟ ୭୬୯ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏହା ପରେ ଫେବୃଆରୀ ୨୫ରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କାକୁ ପହଞ୍ଚିଥିଲା । ମାର୍ଚ୍ଚରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୧୯ ଟଙ୍କା ହୋଇଯାଇଥିଲା ।

ମହଙ୍ଗା ହେଲା କମର୍ଶିୟଲ ସିଲିଣ୍ଡର 

ଘରୋଇ ଏଲପିଜି ସିଲିଣ୍ଡର ବ୍ୟତୀତ କମର୍ଶିୟଲ ବା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମଧ୍ୟ ୭୫ ଟଙ୍କା ମହଙ୍ଗା ହୋଇଛି । ଏହା ପୂର୍ବରୁ ଅଗଷ୍ଟ ୧୭ରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ୬୮ ଟଙ୍କା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପାଇଁ ୧୬୧୮ ଟଙ୍କା ବଦଳରେ ଆପଣଙ୍କୁ ୧୬୯୩ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ବୃଦ୍ଧି ହେତୁ କେନ୍ଦ୍ର ସରକାର ବହୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ସରକାର କହିଛନ୍ତି ଯେ ଏହା ସବୁ ଅନ୍ତର୍ଜାତୀୟ ମୂଲ୍ୟ ଉପରେ ନିର୍ଭରଶୀଳ ଓ ତାଙ୍କ ହାତରେ ବହୁତ କିଛି ନାହିଁ । ଗ୍ୟାସ ମୂଲ୍ୟରେ ସବସିଡି ହଟାଇବାକୁ ସରକାର ନିରନ୍ତର ଚେଷ୍ଟା କରିଛନ୍ତି ।

ଏପରି ଚେକ୍ କରନ୍ତୁ LPG ମୂଲ୍ୟ

ଏଲପିଜି ସିଲିଣ୍ଡରର ମୂଲ୍ୟ ଚେକ୍ କରିବାକୁ ହେଲେ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ କମ୍ପାନୀଗୁଡିକ ପ୍ରତି ମାସରେ ନୂତନ ଦର ପ୍ରଦାନ କରନ୍ତି । (https://iocl.com/Products/IndaneGas.aspx) ଏହି ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଯାଞ୍ଚ କରିପାରିବେ ।

ଅଧିକ ପଢ଼ନ୍ତୁ:-ଆମେରିକା ଚାଲିଯିବା ମାତ୍ରେ ପଞ୍ଜଶୀର ଉପରେ ଆକ୍ରମଣ କଲା ତାଲିବାନ, ପାଲଟା ଆକ୍ରମଣରେ ଅନେକ ଆତଙ୍କୀ ନିହତ

ଅଧିକ ପଢ଼ନ୍ତୁ:-ନିଜ ମା'ବାପାଙ୍କୁ ଘରେ ରଖନ୍ତି ନାହିଁ ଏହି ୫ ବଲିଉଡ ତାରକା, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଅଧିକ ପଢ଼ନ୍ତୁ:-ଦେଶରେ ଆସିବାକୁ ଯାଉଛି ଆଉ ୨ଟି ନୂଆ ବ୍ୟାଙ୍କ, RBI କୁ ଲାଇସେନ୍ସ ପାଇଁ କଲେ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍