• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

LPG ଗ୍ରାହକଙ୍କ ପାଇଁ ଖୁସି ଖବର

ଯେତେବେଳେ ଗ୍ରାହକମାନେ ସେମାନଙ୍କର ମୋବାଇଲ୍ ଆପ୍ କିମ୍ବା ପୋର୍ଟାଲ୍ ମାଧ୍ୟମରେ LPG ରିଫିଲ୍ ବୁକ୍ କରନ୍ତି, ସେମାନେ ନିଜ ଅଞ୍ଚଳରେ ବିତରକଙ୍କ ତାଲିକା ଦେଖିବେ । ଗ୍ରାହକ LPG ରିଫିଲ୍ ଡେଲିଭରୀ ପ୍ରାପ୍ତ ପାଇଁ ନିଜ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ତାଲିକାରୁ ଯେକୌଣସି ବିତରକ ଚୟନ କରିପାରିବେ ।

LPG ଗ୍ରାହକଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: LPG Gas Cylinder: ଦେଶର ତିନିଟି ସରକାରୀ କମ୍ପାନୀ HPCL, BPCL ଏବଂ IOC LPG ଗ୍ରାହକଙ୍କୁ ବଡ଼ ରିହାତି ପ୍ରଦାନ କରି ଏକ ବଡ଼ ଘୋଷଣା କରିଛନ୍ତି । ବର୍ତ୍ତମାନ ଗ୍ରାହକମାନେ ଯେକୌଣସି ବିତରକଙ୍କଠାରୁ LPG ରିଫିଲ୍ ପାଇପାରିବେ । ଆଜ୍ଞା ହଁ, ଗ୍ରାହକମାନେ ବର୍ତ୍ତମାନ ତୈଳ ମାର୍କେଟିଂ କମ୍ପାନୀଗୁଡିକ (OMCs) ର ସେହି ଡେଲିଭରୀ ବିତରକମାନଙ୍କ ମଧ୍ୟରୁ ଯେକୌଣସି ଜଣକୁ ଚୟନ କରିପାରିବେ, ଯେଉଁମାନେ ସେମାନଙ୍କ ଅଞ୍ଚଳରେ LPG ବିତରଣ କରୁଛନ୍ତି । ପାଇଲଟ୍ ପର୍ଯ୍ୟାୟରେ ଏହି ଅନନ୍ୟ ସୁବିଧା ଗୁରୁଗାଓଁ, ପୁଣେ, ରାଞ୍ଚି, ଚଣ୍ଡିଗଡ଼, କୋଏମ୍ବାଟୁରରେ ଉପଲବ୍ଧ ହେବ । ଏହି ସେବାର ଶୁଭାରମ୍ଭ ମଧ୍ୟ ହୋଇସାରିଛି । ସରଳ ଶବ୍ଦରେ ଯଦି ଆପଣ ଇଣ୍ଡେନ (Indane) ର ଗ୍ରାହକ, ତେବେ ଆପଣ ଭାରତ ଗ୍ୟାସ୍ (Bharat Gas) ଓ ଏଚପି ଗ୍ୟାସ (HP Gas) ର LPG ସିଲିଣ୍ଡର ମଧ୍ୟ ଅର୍ଡର କରିପାରିବେ ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୫୬୦ ସଂକ୍ରମିତଙ୍କ ମୃତ୍ୟୁ

ଯେତେବେଳେ ଗ୍ରାହକମାନେ ସେମାନଙ୍କର ମୋବାଇଲ୍ ଆପ୍ କିମ୍ବା ପୋର୍ଟାଲ୍ ମାଧ୍ୟମରେ LPG ରିଫିଲ୍ ବୁକ୍ କରନ୍ତି, ସେମାନେ ନିଜ ଅଞ୍ଚଳରେ ବିତରକଙ୍କ ତାଲିକା ଦେଖିବେ । ଗ୍ରାହକ LPG ରିଫିଲ୍ ଡେଲିଭରୀ ପ୍ରାପ୍ତ ପାଇଁ ନିଜ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ତାଲିକାରୁ ଯେକୌଣସି ବିତରକ ଚୟନ କରିପାରିବେ । ଏହି ସେବା ନା କେବଳ ବର୍ଦ୍ଧିତ ପସନ୍ଦ ମାଧ୍ୟମରେ ଗ୍ରାହକଙ୍କୁ ସଶକ୍ତ କରିବ ବରଂ ଗ୍ରାହକଙ୍କୁ ସର୍ବୋତ୍ତମ ଶ୍ରେଣୀର ସେବା ଯୋଗାଇବା ଏବଂ ସେମାନଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ଉନ୍ନତି ଆଣିବା ପାଇଁ ବିତରକମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ମଧ୍ୟ ପ୍ରେରିତ କରିବ ।

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ସହ ସାକ୍ଷାତ ପରେ ଏହି ରାଜ୍ୟ ନେଲା କୋରୋନା ଉପରେ ବଡ଼ ନିଷ୍ପତ୍ତି

ତୈଳ କମ୍ପାନୀଗୁଡିକ ୱେବ୍ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ LPG ସଂଯୋଗର ଅନଲାଇନ୍ ସ୍ଥାନାନ୍ତରର ସୁବିଧା ମଧ୍ୟ ପ୍ରଦାନ କରିବେ । ଗ୍ରାହକମାନେ ସେମାନଙ୍କର ପଞ୍ଜୀକୃତ ଲଗଇନ୍ ବ୍ୟବହାର କରି ନିଜ ଅଞ୍ଚଳରେ ବିତରକଙ୍କ ତାଲିକାରୁ OMC ବିତରକ ଚୟନ କରିପାରିବେ । ଏଠାରେ ସେମାନେ ସେମାନଙ୍କର LPG ସଂଯୋଗକୁ ପୋର୍ଟ କରିବାର ବିକଳ୍ପ ବାଛିବା ପାଇଁ ଏକ ସୁଯୋଗ ପାଇବେ । ସୋର୍ସ ବିତରକଙ୍କ ପାଖରେ ଗ୍ରାହକଙ୍କ ସହିତ ଯୋଗାଯୋଗ କରିବା ଓ ତାଙ୍କୁ ଏହି ସୁବିଧା ଜାରି କରିବାର ବିକଳ୍ପ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ମଦ ପିଇ ଶୋଇପଡ଼ିଲେ ଷ୍ଟେସନ୍‌ ମାଷ୍ଟର, ଘଣ୍ଟା ଘଣ୍ଟା ଅଟକି ରହିଲା ଏକାଧିକ ଏକ୍ସପ୍ରେସ ଟ୍ରେନ୍‌

ଯଦି ଗ୍ରାହକ ନିଶ୍ଚିତ ହୁଅନ୍ତି, ତେବେ ସେ ୩ ଦିନର ନିର୍ଦ୍ଧାରିତ ସମୟ ମଧ୍ୟରେ ପୋର୍ଟେବିଲିଟି ଅନୁରୋଧ ପ୍ରତ୍ୟାହାର କରିପାରିବେ । ଏହା ନ କରିବା ଉପରେ  ସ୍ୱୟଂଚାଳିତ ଭାବରେ ମନୋନୀତ ବିତରକଙ୍କ ନିକଟକୁ ସଂଯୋଗ ସ୍ଥାନାନ୍ତର ହୋଇଯିବ । ଏହି ସୁବିଧା ନିଃଶୁଳ୍କ ଅଟେ ଓ ଏହି ସୁବିଧା ପାଇଁ କୌଣସି ଶୁଳ୍କ କିମ୍ବା ସ୍ଥାନାନ୍ତର ଦେୟ ଦେବାକୁ ପଡ଼ିବ ନାହିଁ । ମେ ୨୦୨୧ରେ ୫୫,୭୫୯ ପୋର୍ଟେବିଲିଟି ଅନୁରୋଧ OMC ଦ୍ୱାରା ସଫଳତାର ସହିତ ପୂରଣ ହୋଇଛି ।