LPG ସବସିଡିକୁ ନେଇ ମୋଦି ସରକାର ଆଣିଲେ ଏକ ନୂଆ ପ୍ଲାନ? ଜାଣନ୍ତୁ ବର୍ତ୍ତମାନ କାହାକୁ ମିଳିବ ଟଙ୍କା
X

LPG ସବସିଡିକୁ ନେଇ ମୋଦି ସରକାର ଆଣିଲେ ଏକ ନୂଆ ପ୍ଲାନ? ଜାଣନ୍ତୁ ବର୍ତ୍ତମାନ କାହାକୁ ମିଳିବ ଟଙ୍କା

ଗତ କିଛି ମାସ ମଧ୍ୟରେ ଦେଶର ୧୫ ଟି ପ୍ରଦେଶର କିଛି ମନୋନୀତ ଜିଲ୍ଲାମାନଙ୍କରେ ଏଲପିଜି ସିଲିଣ୍ଡର ଉପରେ ସବସିଡିର ସୁବିଧା ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା କମି ୮ ଟି ରାଜ୍ୟରେ ସୀମିତ ରହିଛି ଯେଉଁଥିରେ ୟୁନିଅନ୍ ଅଞ୍ଚଳ ମଧ୍ୟ ସାମିଲ ଅଛି ।

LPG ସବସିଡିକୁ ନେଇ ମୋଦି ସରକାର ଆଣିଲେ ଏକ ନୂଆ ପ୍ଲାନ? ଜାଣନ୍ତୁ ବର୍ତ୍ତମାନ କାହାକୁ ମିଳିବ ଟଙ୍କା

ନୂଆଦିଲ୍ଲୀ: LPG Subsidy: ଏଲପିଜି ସିଲିଣ୍ଡରର ସବସିଡିକୁ ନେଇ ଆଉ ଏକ ବଡ଼ ଖବର ଶୀଘ୍ର ଆସିପାରେ । ନିରନ୍ତର ଏହା ଚର୍ଚ୍ଚା ହେଉଛି ଯେ LPG ସିଲିଣ୍ଡରର ମୂଲ୍ୟ ୧୦୦୦ ରେ ପହଞ୍ଚିବ । ଏଲପିଜି ସିଲିଣ୍ଡରର (LPG cylinder) ମୁଦ୍ରାସ୍ଫୀତି ବୃଦ୍ଧି ନେଇ ସରକାରଙ୍କ ମତାମତ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । କିନ୍ତୁ ସରକାରଙ୍କ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନରେ (Internal Assessment) ଏହା ଦର୍ଶାଉଛି ଯେ ଏକ ସିଲିଣ୍ଡର ପାଇଁ ଗ୍ରାହକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି ।

ସୂଚନାନୁସାରେ, ଏଲପିଜି ସିଲିଣ୍ଡର ସମ୍ପର୍କରେ ସରକାର ଦୁଇଟି ଆଭିମୁଖ୍ୟ ଗ୍ରହଣ କରିପାରନ୍ତି । ପ୍ରଥମତଃ ସରକାର ସବସିଡି ବିନା ସିଲିଣ୍ଡର ଯୋଗାଇବେ । ଦ୍ୱିତୀୟତଃ କେତେକ ମନୋନୀତ ଗ୍ରାହକଙ୍କୁ ମଧ୍ୟ ସବସିଡିର ସୁବିଧା ଦିଆଯିବ ।

ଅଧିକ ପଢ଼ନ୍ତୁ: LIC ନିଜର ସମସ୍ତ ପଲିସିଧାରୀଙ୍କ ପାଇଁ ଜାରି କଲା ଗୁରୁତ୍ୱପୂର୍ଣ୍ଣ ସୂଚନା, ଫଟାଫଟ୍ କରନ୍ତୁ ଯାଞ୍ଚ

ସବସିଡିକୁ ନେଇ କ’ଣ ରହିଛି ସରକାରଙ୍କ ପ୍ଲାନ?
ସବସିଡି ଦେବା ନେଇ ସରକାର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୧୦ ଲକ୍ଷ ଆୟର ନିୟମ ବଳବତ୍ତର ରହିବ ଓ ଉଜ୍ଜ୍ଵଳା ଯୋଜନାର ହିତାଧିକାରୀମାନେ ସବସିଡି ଲାଭ ପାଇବେ । ବାକି ଲୋକଙ୍କ ପାଇଁ ସବସିଡି ଶେଷ ହୋଇପାରେ ।

ଅଧିକ ପଢ଼ନ୍ତୁ: ଫେଷ୍ଟିଭାଲ ସିଜିନ୍ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଏହି ୫ ଟି ବଡ଼ ସୁବିଧା

ବର୍ତ୍ତମାନ ସବସିଡିର ସ୍ଥିତି କ’ଣ?
ଗତ କିଛି ମାସ ଧରି କେତେକ ସ୍ଥାନରେ LPG ଉପରେ ସବସିଡି ବନ୍ଦ ହୋଇଯାଇଥିଲା ଓ ଏହି ନିୟମ ମେ ୨୦୨୦ ରୁ ଚାଲିଆସୁଛି । ଅନ୍ତର୍ଜାତୀୟ ବଜାରରେ କୋରୋନା ମହାମାରୀ ସମୟରେ ଅଶୋଧିତ ତୈଳ ଓ ଗ୍ୟାସର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବା ପରେ ହିଁ ଏହି ପଦକ୍ଷେପ ନିଆଯାଇଛି । ତେବେ ଏ ପର୍ଯ୍ୟନ୍ତ ସରକାର ଏଲପିଜି ସିଲିଣ୍ଡର ଉପରେ ସବସିଡି ସମ୍ପୂର୍ଣ୍ଣ ବନ୍ଦ କରି ନାହାଁନ୍ତି ।

ବଡ଼ ଖବର! ଚଳିତ ମାସରୁ ପିଲାମାନଙ୍କୁ କରାଯିବ ଟିକାକରଣ

ସବସିଡି ପାଇଁ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର 
ସବସିଡି ଉପରେ ସରକାରଙ୍କ ଖର୍ଚ୍ଚ ୨୦୨୧ ଆର୍ଥିକ ବର୍ଷରେ ୩,୫୫୯ କୋଟି ଟଙ୍କା ଥିଲା । ୨୦୨୦ ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ ୨୪,୪୬୮ କୋଟି ଟଙ୍କା ଥିଲା । ବାସ୍ତବରେ ଏହା DBT ସ୍କିମ୍ ଅଧୀନରେ ଅଛି, ଯାହା ଜାନୁୟାରୀ ୨୦୧୫ ରେ ଆରମ୍ଭ ହୋଇଥିଲା, ଯାହା ଅଧୀନରେ ଗ୍ରାହକଙ୍କୁ ସବସିଡିଯୁକ୍ତ LPG ସିଲିଣ୍ଡର ପାଇଁ ସମ୍ପୂର୍ଣ୍ଣ ରାଶି ଦେବାକୁ ପଡିଥାଏ । ଏଥି ସହିତ ସବସିଡି ଟଙ୍କା ସରକାରଙ୍କ ତରଫରୁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରସ୍ତ କରାଯାଇଥାଏ । ଯେହେତୁ ଏହି ଟଙ୍କା ଡାଇରେକ୍ଟ ଫେରସ୍ତ ହୋଇଥାଏ, ଏହି ଯୋଜନାର ନାମ DBTL ।

Trending news