ଫେବୃଆରୀ ପହିଲାରୁ ଦାୟିତ୍ୱ ନେବେ ଓଡ଼ିଆ ସେନା ଅଧିକାରୀ
Advertisement

ଫେବୃଆରୀ ପହିଲାରୁ ଦାୟିତ୍ୱ ନେବେ ଓଡ଼ିଆ ସେନା ଅଧିକାରୀ

ପୁଣି ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ସେନା ଅଧିକାରୀ।

ଫେବୃଆରୀ ପହିଲାରୁ ଦାୟିତ୍ୱ ନେବେ ଓଡ଼ିଆ ସେନା ଅଧିକାରୀ

ନୂଆଦିଲ୍ଲୀ: ପୁଣି ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ସେନା ଅଧିକାରୀ। ସେନା ଉପାଧ୍ୟକ୍ଷ ଭାବେ ଫେବ୍ରୁୟାରୀ ପହିଲାରୁ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି ବରିଷ୍ଠ ଓଡିଆ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି । ବର୍ତ୍ତମାନ ଦକ୍ଷିଣାଞ୍ଚଳ ଆର୍ମି କମାଣ୍ଡର ଦାୟିତ୍ୱରେ ଥିବା ଲେଫ୍ଟନାଣ୍ଟ ଜେନେରାଲ୍ ମହାନ୍ତି ଏସକେ ସାଇନିଙ୍କ ସ୍ଥାନ ନେବେ। ସିପି ମହାନ୍ତି ଅତ୍ୟନ୍ତ ସମ୍ବେଦନଶୀଳ ଚୀନ୍ ଓ ପାକିସ୍ତାନ ସୀମାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେ ଆସାମ ସୀମାରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । କଙ୍ଗୋ ରାଷ୍ଟ୍ରରେ ଜାତିସଂଘ ସୁରକ୍ଷା ବଳ ଅନ୍ତର୍ଗତ ଏକ ସମ୍ବେଦନଶୀଳ ବ୍ରିଗେଡର ନେତୃତ୍ୱ ଜେନେରାଲ୍ ମହାନ୍ତି ସଫଳତାର ସହ ସମ୍ପାଦିତ କରିଥିଲେ । ଭାରତୀୟ ସେନାର ୪୨ତମ ସେନା ଉପମୁଖ୍ୟ ଭାବେ ଦ୍ୱିତୀୟ ଥର ପାଇଁ ଜଣେ ଓଡିଆ ଅଧିକାରୀଙ୍କୁ ଏହି ପଦୀବ ମିଳିଛି ।

ଅଧିକ ପଢନ୍ତୁ: honeymoonରେ ଯିବାକୁ ମନାକଲେ ବରୁଣ, କାହିଁକି ପଢନ୍ତୁ...

ଅତି ସାଧାରଣ ତାଙ୍କର ସ୍ବଭାବ। ଭାତ, ଡାଲମା, ଆଳୁ ଚକଟା ତାଙ୍କର ବେଶ୍ ପସନ୍ଦ। ସେନାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ମଧ୍ୟରେ ଅତି ସାଧାରଣ ବ୍ୟକ୍ତିତ୍ବର ଝଲକ୍ ଦେଖିବାକୁ ମିଳେ । ଆମେ କହୁଛୁ ପ୍ରଥମ ଓଡିଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବିଷୟରେ। ଓଡିଶା ମାଟିର ସନ୍ତାନ, ଓଡିଆଙ୍କ ପାଇଁ ଗର୍ବ। ଭାରତୀୟ ସେନାର ୪୨ତମ ସେନା ଉପମୁଖ୍ୟ ଭାବେ ପ୍ରଥମ କରି କୌଣସି ଓଡିଆଙ୍କୁ ଏହି ପଦବୀ ମିଳିଛି । ଏନେଇ ସମଗ୍ର ଓଡିଶାବାସୀ ଗର୍ବିତ । ସମୟ ଆସିଲେ ଶତ୍ରୁକୁ ଜବାବ ଦେଇ ପାରିବାର ସାହାସ ରଖୁଥିବା ଚଣ୍ଡିପ୍ରସାଦ ଜଣେ ଧର୍ମ ପରାୟଣ ବ୍ୟକ୍ତି। ୧୯୬୩ ମସିହା ଜୁଲାଇ ୨୬ ତାରିଖରେ ଜଗତସିଂହପୁର ଜୟଗଡରେ ଜନ୍ମ ଗ୍ରହଣ କରିଥିଲେ । ସ୍ଥାନୀୟ ସିପି ସ୍କୁଲରୁ ପାଠପଢା ସାରି ଅଷ୍ଟମ ଶ୍ରେଣୀରେ ସର୍ବଭାରତୀୟ ସୈନିକ ସ୍କୁଲ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ (RIMS) ରେ ପ୍ରଥମ ଓଡିଆ ଭାବେ ପଢିବାକୁ ସୁଯୋଗ ପାଇଥିଲେ ।

ଅଧିକ ପଢନ୍ତୁ: ଟ୍ରାକ୍ଟର ରାଲିରେ ଚାଷୀଙ୍କ ମୃତ୍ୟୁ, ପରିବାର ଲୋକେ କହିଲେ ଆମେ ଜାଣିନୁ...

ଏହାପରେ ନ୍ୟାସନାଲ ଡିଫେନ୍ସ ଏକାଡେମୀରୁ ପାସ୍ ହୋଇ ୧୯୮୨ ଜୁନ୍ ୧୨ରେ ଲେଫ୍ଟନାଣ୍ଟ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୯୯ ମସିହାରେ ସେ ସେଚେଲିସଠାରେ ଥିବା ଭାରତୀୟ ହାଇ କମିଶନଙ୍କ ମିଲିଟାରୀ ପରାମର୍ଶଦାତା, ୨୦୧୩ରେ କଙ୍ଗୋରେ ବ୍ରିଗେଡ ମିଶନର କମାଣ୍ଡର ପଦବୀରେ ରହି ଉଲେଖେନୀୟ କାର୍ଯ୍ୟ ପାଇଁ ସେ ବେଶ ପ୍ରଶଂସିତ ହୋଇଥିଲେ।

ସେନାବାହିନୀରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ତାଙ୍କୁ ୨୦୦୯ରେ ସେବା ମେଡାଲ ଓ ୨୦୧୧1ରେ ସେନା ମେଡାଲରେ ଅଳଙ୍କୃତ କରାଯାଇଥିଲା । ଦେଶ ମାତୃକାର ସେବାରେ ଜୀବନକୁ ଉତ୍ସର୍ଗୀକୃତ କରି ଆଜି ସଫଳତା ଶୀର୍ଷରେ ପହଞ୍ଚି ପରିଛନ୍ତି ସେ। ଆଉ ଏ ସଫଳତାର ସବୁ ଶ୍ରେୟ ତାଙ୍କ ମା’ଙ୍କୁ ଯାଉଛି କହି ଭାବବିହ୍ବଳ ହୋଇପଡନ୍ତି ଆମ ଓଡିଆ ଜାତିର ଗର୍ବ, ଗୌରବ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି।