ନୂଆବର୍ଷରେ ଜନ୍ମ ହୋଇଛନ୍ତି ୨୪ ମଦ୍ରାସା ଛାତ୍ର; ତଦନ୍ତ ବେଳେ ବାହାରିଲା ଏଭଳି ତଥ୍ୟ
Advertisement

ନୂଆବର୍ଷରେ ଜନ୍ମ ହୋଇଛନ୍ତି ୨୪ ମଦ୍ରାସା ଛାତ୍ର; ତଦନ୍ତ ବେଳେ ବାହାରିଲା ଏଭଳି ତଥ୍ୟ

 ମଦ୍ରାସାରେ ପଢୁଥିବା ଛାତ୍ରଙ୍କ ନାମ ଲେଖାଇବା ପାଇଁ ସେମାନଙ୍କ ଅଭିଭାବକଙ୍କ ଅନୁମତିର କୌଣସି ଦଲିଲ ମଦ୍ରାସା ପରିଚାଳକଙ୍କ ପାଖରେ ଉପଲବ୍ଧ ନାହିଁ। 

ନୂଆବର୍ଷରେ ଜନ୍ମ ହୋଇଛନ୍ତି ୨୪ ମଦ୍ରାସା ଛାତ୍ର; ତଦନ୍ତ ବେଳେ ବାହାରିଲା ଏଭଳି ତଥ୍ୟ

Madrasas Student Birth Date: ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳ ଠାରେ ରହିଥିବା ଏକ ମଦ୍ରାସାକୁ ନେଇ ଆସିଛି  ଏକ ଚକିତ କରିବା ଭଳି ଖବର। ଏଠାରେ ପଢୁଥିବା ୩୫ ଜଣ ବିହାର ଛାତ୍ରଙ୍କ ମଧ୍ୟରୁ ୨୪ ଜଣଙ୍କ ଜନ୍ମ ଜନୁଆରୀ ୧ ତାରିଖରେ ହୋଇଛି। ମଦ୍ରାସାରେ ନାମ ଲେଖାଇବା ବେଳେ ଦିଆଯାଇଥିବା ଦସ୍ତାବିଜରୁ ଏକଥା ଜଣାରପଡ଼ିଛି। ଯଦିଓ ମଦ୍ରାସା ଛାତ୍ରଙ୍କ ଜନ୍ମ ତାରିଖ ଗୋଟିଏ ରହିଛି ମାତ୍ର ସେମାନଙ୍କ ଜନ୍ମ ବର୍ଷ ଅଲଗା ଅଲଗା ରହିଛି। 

ଏହି ମଦ୍ରାସାରେ ହୋଇଥିବା ଯାଞ୍ଚ ବେଳେ ଏଭିଳି ତଥ୍ୟ ସାମ୍ନାକୁ ଆସିଛି। ଏଠାରେ ପଢୁଥିବା ଛାତ୍ରଙ୍କ ନାମ ଲେଖାଇବା ପାଇଁ ସେମାନଙ୍କ ଅଭିଭାବକଙ୍କ ଅନୁମତିର କୌଣସି ଦଲିଲ ମଦ୍ରାସା ପରିଚାଳକଙ୍କ ପାଖରେ ଉପଲବ୍ଧ ନାହିଁ। ଏହା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏଠାରେ ତଦନ୍ତ କରାଯାଇଥିଲା। ଭୋପାଳସ୍ଥିତ ବାଣଗଙ୍ଗା ଅଞ୍ଚଳରେ ଅବସ୍ଥିତ ଏହି ମଦ୍ରାସାରେ କୌଣସି ସ୍ଥାନୀୟ ଛାତ୍ର ପଢୁନାହାଁନ୍ତି।

Also Read: 'ପିଲାଙ୍କୁ ଘରେ ପଢାନ୍ତୁ କୁରାନ; ଶେଷ ହୋଇଯିବ ମଦ୍ରାସା ଶବ୍ଦର ଅସ୍ଥିତ୍ୱ'

ମଧ୍ୟ ପ୍ରଦେଶ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଶିଶୁ କଲ୍ୟାଣ କମିଟି, ରାଜ୍ୟ ପୋଲିସ ପକ୍ଷରୁ ଭୋପାଳସ୍ଥିତ ବାଣଗଙ୍ଗା ଅଞ୍ଚଳରେ ଅବସ୍ଥିତ ମଦ୍ରାସାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ୧୦ ଜଣ ନାବଳକଙ୍କୁ ସ୍ଥାନୀୟ ରେଳ ଷ୍ଟେସନ ଠାରୁ  ସେମାନଙ୍କ ପିତାମାତଙ୍କ ବିନା ଅନୁମତିରେ ଏଠାକୁ ଅଣାଯାଇଥିଲା। ଏହି ମଦ୍ରାସାରେ ପଢୁଥିବା ଅଧିକାଂଶ ଛାତ୍ରଙ୍କ ନାମଲେଖା ସ୍ଥାନୀୟ ସରପଞ୍ଚଙ୍କ ଦସ୍ତଖତରେ ହୋଇଥିଲା। ସେମାନଙ୍କ ବୟସ ୧୨-୧୫ ବର୍ଷ ବୋଲି ଜଣାପଡିଛି। ସେମାନେ ବିହାର ପୂର୍ଣ୍ଣିଆ ଏବଂ ମଧୁବନୀ ଜିଲ୍ଲାର ବୋଲି ଜଣାପଡିଛି। ପରିଚୟପତ୍ର ଭାବେ ସେମାନଙ୍କ ପାଖେ କେବଳ ଆଧାର କାର୍ଡ ରହିଛି।

Also Read: ମଦ୍ରାସା ଠାରେ ରାଷ୍ଟ୍ରଗାନକୁ ବାଧ୍ୟତାମୂଳକ କରାଇଲେ ଯୋଗୀ ସରକାର

ଏହି ଘଟଣା ବାବଦରେ ବିହାର ଶିଶୁ ସୁରକ୍ଷା ଆୟୋଗ ଏବଂ ପୋଲିସ ପାଖରୁ ପତ୍ର ଲେଖି ସ୍ଥାନୀୟ ସ୍ତରରେ ଏହାର ଯାଞ୍ଚ କରିବାକୁ କହିଛି ମଧ୍ୟ ପ୍ରଦେଶ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଯଦିଓ ଏହି ମଦ୍ରାସା ରାଜ୍ୟ ମଦ୍ରାସା ବୋର୍ଡ ଦ୍ୱାରା ପଞ୍ଜୀକୃତ ହୋଇଛି ମାତ୍ର ବିନା ଅନୁମତିରେ ଏଠାରେ ଛାତ୍ରବାସ ପରିଚାଳିତ କରାଯାଉଥିଲା। ଏହି ୩ ମହଲା ବିଶିଷ୍ଟ ଛାତ୍ରବାସରେ ପର୍ଯାପ୍ତ ମାତ୍ରରେ ଶୌଚାଳୟ ନାହିଁ। ତଦନ୍ତ ବେଳେ କିଛି ମଦ୍ରାସା ଛାତ୍ର କହିଛନ୍ତି ସେମାନେ ବିହାରରେ ଅବସ୍ଥିତ ଏକ ବିଦ୍ୟାଳୟରେ ପଢୁଥିଲେ। ମାତ୍ର ଏଠାରେ ସେମାନଙ୍କୁ କେବଳ ଧାର୍ମିକ ଶିକ୍ଷା ଦିଆଯାଉଛି।