ମଧ୍ୟପ୍ରଦେଶ ନେତାଙ୍କ ଅଜବ ଯୁକ୍ତି: ତସ୍କରୀ ଓ ଅବୈଧ କାରବାର ରୋକିବା ପାଇଁ ମଦଦୋକାନ ବୃଦ୍ଧି କରାଯାଉ !
Advertisement

ମଧ୍ୟପ୍ରଦେଶ ନେତାଙ୍କ ଅଜବ ଯୁକ୍ତି: ତସ୍କରୀ ଓ ଅବୈଧ କାରବାର ରୋକିବା ପାଇଁ ମଦଦୋକାନ ବୃଦ୍ଧି କରାଯାଉ !

ମଧ୍ୟପ୍ରଦେଶର (Madhyapradesh) ମୋରେନାରେ (Morenda) ବିଷାକ୍ତ ମଦ ପିଇ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ରାଜ୍ୟ ଗୃହମନ୍ତ୍ରୀ (Home Minister) ନରୋତ୍ତମ ମିଶ୍ର (Narottam Mishra) ବେଆଇନ ମଦକୁ ରୋକିବା ପାଇଁ ରାଜ୍ୟରେ ମଦ ଦୋକାନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। 

ମଧ୍ୟପ୍ରଦେଶ ନେତାଙ୍କ ଅଜବ ଯୁକ୍ତି: ତସ୍କରୀ ଓ ଅବୈଧ କାରବାର ରୋକିବା ପାଇଁ ମଦଦୋକାନ ବୃଦ୍ଧି କରାଯାଉ !

ଭୋପାଳ: ମଧ୍ୟପ୍ରଦେଶର (Madhyapradesh) ମୋରେନାରେ (Morenda) ବିଷାକ୍ତ ମଦ ପିଇ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ରାଜ୍ୟ ଗୃହମନ୍ତ୍ରୀ (Home Minister) ନରୋତ୍ତମ ମିଶ୍ର (Narottam Mishra) ବେଆଇନ ମଦକୁ ରୋକିବା ପାଇଁ ରାଜ୍ୟରେ ମଦ ଦୋକାନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ନରୋତ୍ତମ ମିଶ୍ର (Narottam Mishra) କହିଛନ୍ତି ଯେ ମଧ୍ୟପ୍ରଦେଶରେ (Madhyapradesh) ପଡୋଶୀ ରାଜ୍ୟ ତୁଳନାରେ କମ୍ ମଦ ଦୋକାନ ରହିଛି। ଯେଉଁଥି ପାଇଁ ରାଜ୍ୟରେ ବେଆଇନ ମଦ କାରବାର ବୃଦ୍ଧି ପାଉଛି।

ମଧ୍ୟପ୍ରଦେଶ (Madhyapradesh) ଗୃହମନ୍ତ୍ରୀ (Home Minister) ନରୋତ୍ତମ ମିଶ୍ର (Narottam Mishra) କହିଛନ୍ତି ଯେ ମୁଁ ପରାମର୍ଶ ଦେଇଛି ଯେ ରାଜ୍ୟରେ ମଦ ଦୋକାନ ବୃଦ୍ଧି କରାଯାଉ, ଯାହା ଦ୍ୱାରା ବେଆଇନ ମଦ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ ନାହିଁ। ସେ କହିଛନ୍ତି ଯେ ଦୋକାନଗୁଡ଼ିକୁ ବୃଦ୍ଧି କରାଯିବା ଉଚିତ ଯାହା ଦ୍ୱାରା ଲୋକମାନେ ବିଷାକ୍ତ ମଦ ପିଇ ମରିବେ ନାହିଁ। ମିଶ୍ର କହିଛନ୍ତି ଯେ ପଡୋଶୀ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବହୁତ କମ୍ ମଦ ଦୋକାନ ଅଛି, ଯାହା ଚୋରା ଚାଲାଣକୁ ଉତ୍ସାହିତ କରୁଛି।

ନରୋତ୍ତମ ମିଶ୍ର (Narottam Mishra) କହିଛନ୍ତି ଯେ ମହାରାଷ୍ଟ୍ରରେ (Maharastra) ୧ ଲକ୍ଷ ଲୋକଙ୍କ ପାଇଁ ୨୧ଟି ମଦ ଦୋକାନ ଅଛି। ରାଜସ୍ଥାନରେ (Rajasthan) ୧ ଲକ୍ଷ ଲୋକଙ୍କ ପାଇଁ ୧୭ଟି ଏବଂ ଉତ୍ତରପ୍ରଦେଶରେ ୧୨ଟି ଦୋକାନ ଅଛି। ମଧ୍ୟପ୍ରଦେଶରେ ୧ ଲକ୍ଷ ଲୋକଙ୍କ ପାଇଁ କେବଳ ୪ଟି ମଦ ଦୋକାନ ଅଛି। ମିଶ୍ର କହିଛନ୍ତି ଯେ ପଡୋଶୀ ରାଜ୍ୟରୁ ମଧ୍ୟପ୍ରଦେଶକୁ ମଦ ଚୋରା ଚାଲାଣ ହେବାର ସମ୍ଭାବନା ରହିଛି ଏବଂ ବେଆଇନ ମଦ ଘଟଣାର ମଧ୍ୟ ଖୁଲାସା ହେଉଛି।

ନିକଟରେ ମଧ୍ୟପ୍ରଦେଶର ମୋରେନାରେ ବିଷାକ୍ତ ମଦ ସେବନ ହେତୁ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନେକ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସମଗ୍ର ରାଜ୍ୟରେ ବେଆଇନ ମଦ ବିରୋଧରେ ପ୍ରଚାର କରିବାକୁ ଜିଦ୍ ଧରିଥିଲେ।

ରାଜ୍ୟରେ ବେଆଇନ ମଦ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ବେଆଇନ ମଦକୁ ରୋକିବା ପାଇଁ ମିଶ୍ର ମଧ୍ୟ ରାଜ୍ୟରେ ମଦ ଦୋକାନ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି।