ସରକାରଙ୍କ ଏହି ନିଷ୍ପତ୍ତି ଉପରେ ମାଡ୍ରାସ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜୁନ୍ ୧୫ରୁ ତାମିଲନାଡୁ ସରକାରଙ୍କୁ ଦଶମ ଶ୍ରେଣୀ ସାର୍ବଜନୀନ ପରୀକ୍ଷା କରିବା ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି ।
Trending Photos
)
ନୂଆଦିଲ୍ଲୀ: କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଦେଶରେ ଲକଡାଉନ୍ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇ ନାହିଁ । ଏଭଳି ପରିସ୍ଥିତିରେ ସ୍କୁଲ-କଲେଜ ଓ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ବନ୍ଦ ରହିଛି । ସିବିଏସ୍ଇ ବୋର୍ଡ ମଧ୍ୟ ଏହାର ଅବଶିଷ୍ଟ ପରୀକ୍ଷା ଜୁଲାଇ ୧ ରୁ ୧୫ ପର୍ଯ୍ୟନ୍ତ କରିବାକୁ ଘୋଷଣା କରିଛି । ଅନ୍ୟପଟେ ତାମିଲନାଡୁ ସରକାର ଜୁନ୍ ୧୫ରୁ ରାଜ୍ୟରେ ଦଶମ ବୋର୍ଡ ପରୀକ୍ଷା ପାଇଁ ଅନୁମତି ଦେଇଛନ୍ତି ।
ସରକାରଙ୍କ ଏହି ନିଷ୍ପତ୍ତି ଉପରେ ମାଡ୍ରାସ ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜୁନ୍ ୧୫ରୁ ତାମିଲନାଡୁ ସରକାରଙ୍କୁ ଦଶମ ଶ୍ରେଣୀ ସାର୍ବଜନୀନ ପରୀକ୍ଷା କରିବା ଉପରେ କୋର୍ଟ ପ୍ରଶ୍ନ କରିଛନ୍ତି । ପରୀକ୍ଷା ଦେବାକୁ ଥିବା ୯ ଲକ୍ଷ ବିଦ୍ୟାର୍ଥୀଙ୍କୁ କୋରୋନା ପଜିଟିଭ୍ କିମ୍ବା ସେହି ଛାତ୍ରମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଲେ ସରକାର କଣ କରିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।
କୋର୍ଟ ସରକାରଙ୍କୁ ପଚାରିଛନ୍ତି ଯେ, କଣ ସରକାର ଆଶ୍ୱାସନା ଦେଇପାରିବେ କି ଯଦି ଦଶମ ଶ୍ରେଣୀ ପରୀକ୍ଷା ସଞ୍ଚାଳନ କରିବାର ଅନୁମତି ଦେବା ପରେ କୌଣସି ଛାତ୍ର କୋରୋନା ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବେ ନାହିଁ । କୋର୍ଟ କହିଛନ୍ତି ଯେ, ଯଦି ତାମିଲନାଡୁ ସରକାର ପରିସ୍ଥିତି ନିୟନ୍ତ୍ରଣ ନହେବା ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି । ତେବେ ସରକାର ଜୁନ୍ ୧୫ରୁ ପରୀକ୍ଷା ଆୟୋଜନ କରି ୯ ଲକ୍ଷ ଛାତ୍ର, ୨ ଲକ୍ଷ ଶିକ୍ଷକ ଏବଂ ଅଣ-ଶିକ୍ଷଣ କର୍ମଚାରୀଙ୍କ ଜୀବନ କିପରି ବିପଦରେ ପକାଇ ପାରିବେ ? କର୍ମଚାରୀମାନେ କିପରି ନିଜ ଜୀବନକୁ ବିପଦରେ ପକାଇ ପାରିବେ ? ଏଥିସହ ଆପଣ ଶହ ଶହ ପରୀକ୍ଷା କେନ୍ଦ୍ରକୁ କିପରି ଡିସଇନଫେକ୍ଟ କରୁଛନ୍ତି ବୋଲି କୋର୍ଟ ମଧ୍ୟ ପ୍ରଶ୍ନ କରିଛନ୍ତି