ବିଶ୍ୱରେ ପ୍ରଥମ! ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୋଲିଲା ମାଦ୍ରାସା
Advertisement

ବିଶ୍ୱରେ ପ୍ରଥମ! ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୋଲିଲା ମାଦ୍ରାସା

ମୁସଲମାନ ଇତିହାସରେ ପ୍ରଥମ ଥର ମାଦ୍ରାସାରେ ପଢିବାର ସୁଯୋଗ ପାଇଲେ ଟ୍ରାନ୍ସଜେଣ୍ଡର।

ପ୍ରତିକାତ୍ମକ ଫଟୋ

ଢାକା: ବାଂଲାଦେଶ ସରକାରଙ୍କ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ପ୍ରଥମ ଥର ମାଦ୍ରାସାରେ ପାଠପଢିବାକୁ ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯାଇଛି ସୁଯୋଗ। ପ୍ରଥମ ଦିନରେ ୪୦ ଜଣ ନାମ ଲେଖାଇଥିବା ବାଂଲାଦେଶ ଗଣମାଧ୍ୟରେ ପାକାଶ ପାଇଛି।

ଦାୱାତୁଲ କୋରାନ ଥାର୍ଡ ଜେଣ୍ଡର ମାଦ୍ରାସା (DQTGM)ପକ୍ଷରୁ କାମରାଙ୍ଗିଚାରରେ ଏକ ମାଦ୍ରାସା ଖୋଲା ଯାଇଛି। ଲୋହାର ବ୍ରିଜ୍ ଧାଲସ୍ଥିତ ଏହି କୋଠାର ଦ୍ୱିତୀୟ ମହଲାରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ପଠିବାର ବ୍ୟବସ୍ଥା ରହିଛି। ୧୨୦୦ ବର୍ଗଫୁଟ ବିଶିଷ୍ଠ ଏହି ମହଲାରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ସୁବିଧା କରାଯାଇଛି। ତେବେ ଏଥିରେ ବୟସର କୌଣସି କଟକଣା ନଥିବା DQTGM କହିଛି।

ଶୁକ୍ରବାର ଏହି ମାଦ୍ରାସାର ଉଦଘାଟନ କରାଯିବା ସହ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନ ହିଁ ୪୦ ଜଣଙ୍କ ନାମ ପଞ୍ଜିକୃତ କରାଯାଇଥିବା ସୂଚନା ମିଳିଛି। ଟ୍ରାନ୍ସଜେଣ୍ଡରଙ୍କ ପାଇଁ ବୈଷୟିକ ଶିକ୍ଷା ପାଇଁ ଅନ୍ୟ ଏକ ବିଭାଗ ଖୋଲିବାକୁ ସଂସ୍ଥା ଯୋଜନା କରୁଛି। ଯାହାକୁ ବିଭିନ୍ନ ମହଲରେ ଖୁବ ପ୍ରଶଂସା କରାୟାଉଛି।

ସୂଚନାଯୋଗ୍ୟ. ୨୦୧୩ରେ ଟ୍ରାନ୍ସଜେଣ୍ଡରଙ୍କୁ ବାଂଲାଦେଶ ସରକାର ତୃତୀୟ ଲିଙ୍ଗୀର ମାନ୍ୟତା ଦେଇଛନ୍ତି। ଟ୍ରାନ୍ସଜେଣ୍ଡରଙ୍କୁ ନିର୍ବାଚନରେ ବି ସ୍ୱତନ୍ତ୍ର ଅଧିକାର ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ନିର୍ବାଚନ ବି ଲଢୁଛନ୍ତି। ବାଂଲାଦେଶରେ ବର୍ତ୍ତମାନ ପ୍ରାୟ ୧୫ ଲକ୍ଷ ଟ୍ରାନ୍ସଜେଣ୍ଡର ଅଛନ୍ତି।