ବିହାରରେ ଭାଙ୍ଗି ଯିବ ମହାମେଣ୍ଟ !
Advertisement

ବିହାରରେ ଭାଙ୍ଗି ଯିବ ମହାମେଣ୍ଟ !

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଏହି ତିନି ଦଳର ନେତାମାନେ ଏକ ବୈଠକ କରିଛନ୍ତି । ଯେଉଁଥିରେ କଂଗ୍ରେସ ଓ ଆରଜେଡିକୁ ନିମନ୍ତ୍ରଣ କରାଯାଇ ନଥିଲା । ଆରଜେଡି ଓ କଂଗ୍ରେସର ଅନୁପସ୍ଥିତିରେ ହୋଇଥିବା ଏହି ବୈଠକକୁ ଅନେକ ଲୋକ କଂଗ୍ରେସ ଏବଂ ଆରଜେଡି ଭଳି ବଡ ଦଳ ଉପରେ ଚାପ ପ୍ରୟୋଗ କରିବା ଦୃଷ୍ଟିରେ ଦେଖୁଛନ୍ତି ।

ବିହାରରେ ଭାଙ୍ଗି ଯିବ ମହାମେଣ୍ଟ !

ପାଟନା: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ପ୍ରସ୍ତୁତ ହେଉଛନ୍ତି ସମସ୍ତ ରାଜନୈତିକ ଦଳ । ଚଳ ଚଞ୍ଚଳ ହୋଇ ଉଠିଛି ରାଜନୈତିକ କାର୍ଯ୍ୟକଳାପ । ଏଥି ସହିତ ନିଜ ନିଜ ଲାଭ କ୍ଷତିର ହିସାବ କରିବାରେ ଲାଗିଛନ୍ତି ଉଭୟ ମେଣ୍ଟରେ ସାମିଲ ଦଳଗୁଡ଼ିକ । ଏହି ପର୍ଯ୍ୟାୟରେ ଶୁକ୍ରବାର ରାତିରେ ବିରୋଧୀ ଦଳର ମହାମେଣ୍ଟ ସହିତ ଜଡିତ ୩ ଦଳର ନେତା ସାକ୍ଷାତ କରିଛନ୍ତି । ବିହାର ଓ ମହାମେଣ୍ଟ ବିଷୟରେ ଆଲୋଚନା କରିଛନ୍ତି ଏହି ନେତା ଗଣ । 
ସୂଚନାନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀଙ୍କ ବାସଭବନରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆରଏଲଏସପି) ସଭାପତି ଉପେନ୍ଦ୍ର କୁଶୱାହା ଏବଂ ବିକାଶଶୀଳ ଇନସାନ ପାର୍ଟି(ଭିଆଇପି) ମୁଖ୍ୟ ମୁକେଶ ସାହନି ଯୋଗ ଦେଇଥିଲେ ।

ନେତାଙ୍କ ସାକ୍ଷାତ ଓ ବୈଠକକୁ ନିଶ୍ଚିତ କରି ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ହମ) ମୁଖପାତ୍ର ଡାନିଶ ରିଜୱାନ କହିଛନ୍ତି ଯେ, ଉପେନ୍ଦ୍ର କୁଶୱାହା ଏବଂ ମୁକେଶ ସାହନି ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଏହି ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ଗ୍ରାଣ୍ଡ ଆଲାଇନ୍ସରେ ଆସନ ବଣ୍ଟନ ଓ ଗ୍ରାଣ୍ଡ ଆଲାଇନ୍ସରେ ଏକ ସମନ୍ୱୟ କମିଟି ଗଠନ ଉପରେ ଆଲୋଚନା ହୋଇଥିଲା । ଏହି ନେତାମାନେ ଏକ ଅଲଗା ଫ୍ରଣ୍ଟ ଗଠନ କରିବାକୁ ମଧ୍ୟ ବିଚାର କରୁଛନ୍ତି । ତେବେ ଏହି ତିନି ଦଳର କୌଣସି ନେତା ବୈଠକର ବିବରଣୀ ଦେବାକୁ ମନା କରି ଦେଇଛନ୍ତି ।