Advertisement
Article Detail0/zeeodisha/odisha864339

ମହାରାଷ୍ଟ୍ରରେ ବଢ଼ିଲା କୋରୋନା ସଙ୍କଟ: ନାଗପୁର ପରେ ଅକୋଲାରେ ଲକଡାଉନ୍, ପୁଣେରେ ନାଇଟ୍ କର୍ଫ୍ୟୁ

ନାଗପୁର, ଆକୋଲା ବ୍ୟତୀତ ପୁଣେ (Pune) ରେ ନାଇଟ୍ କର୍ଫ୍ୟୁ (Night Curfew) ଲାଗୁ କରାଯାଇଛି । ପୁଣେରେ ସକାଳ ୧୧ଟାରୁ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । 

ମହାରାଷ୍ଟ୍ରରେ ବଢ଼ିଲା କୋରୋନା ସଙ୍କଟ: ନାଗପୁର ପରେ ଅକୋଲାରେ ଲକଡାଉନ୍, ପୁଣେରେ ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: ମହାରାଷ୍ଟ୍ର (Maharashtra) ରେ କୋରୋନା ସଙ୍କଟ (Coronavirus Crisis) ଦ୍ରୁତ ଗତିରେ ବୃଦ୍ଧି ପାଉଛି । ନାଗପୁର (Nagpur) ପରେ ଏବେ ଅକୋଲାରେ ମଧ୍ୟ ତାଲା ପକାଇବା (Lockdown) କୁ ନିଷ୍ପତ୍ତି ନିଆଯାଇଛି । ଅକୋଲାରେ ଶୁକ୍ରବାର ରାତି ୮ଟାରୁ ସୋମବାର ସକାଳ ୮ଟା ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନାର ୟୁ-ଟର୍ଣ୍ଣ: କ'ଣ ପୁଣି ଲକଡାଉନ୍ ଆଡକୁ ବଢ଼ୁଛି ଦେଶ? ମହାରାଷ୍ଟ୍ର, ଦିଲ୍ଲୀ-ପଞ୍ଜାବର ଅବସ୍ଥା ଚିନ୍ତାଜନକ

ନାଗପୁର, ଆକୋଲା ବ୍ୟତୀତ ପୁଣେ (Pune) ରେ ନାଇଟ୍ କର୍ଫ୍ୟୁ (Night Curfew) ଲାଗୁ କରାଯାଇଛି । ପୁଣେରେ ସକାଳ ୧୧ଟାରୁ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । କେବଳ ଏତିକି ନୁହେଁ, ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ସ୍କୁଲ ଏବଂ କଲେଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ରହିଛି । ଏଥିସହିତ ପୁଣେରେ ହୋଟେଲ ଓ ବାରଗୁଡ଼ିକ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସମାନ ନିୟମ ମଲ୍ ଏବଂ ପ୍ରେକ୍ଷାଳୟ ପାଇଁ ମଧ୍ୟ ଲାଗୁ ହେବ ।

Add Zee News as a Preferred Source

ଅଧିକ ପଢ଼ନ୍ତୁ:-୪୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଏହି ବିଶେଷ ରିହାତି, ଏବେ ଶେଷ ହେଲା ଟେନସନ୍

ସେପଟେ ଆଜି ଅର୍ଥାତ ଶୁକ୍ରବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୨୮୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୧୭ ସଂକ୍ରମିକ ମୃତ୍ୟୁ ବରଣ କରିଛନ୍ତି । ଯାହା ପରେ ଦେଶରେ ବର୍ତ୍ତମାନ ଯାଏ ୧,୧୩,୦୮,୮୪୬ ସଂକ୍ରମିତ ମାମଲା ରିପୋର୍ଟ ହୋଇଛି । ଏଥିରୁ ୧,୦୯,୫୩,୩୦୦ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ଯାଏ ଦେଶରେ ୧,୫୮,୩୦୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଦେଶରେ ବର୍ତ୍ତମାନ ସମୟରେ ୧,୯୭,୨୩୭ ସକ୍ରିୟ କୋରୋନା ମାମଲା ରହିଛି । 

ସେପଟେ ଗତକାଲି ୨୨,୮୫୪ ନୂତନ କୋଭିଡ-19 (COVID-19) ମାମଲା ଚିହ୍ନଟ ହୋଇଥିଲା  । ଏହାସହ ୧୨୬ ଜଣ ପ୍ରାଣ ହରାଇଥିଲେ । ବଡ କଥା ହେଉଛି ଏହି ମାମଲାର ୮୫ ପ୍ରତିଶତ ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ ଏବଂ ତାମିଲନାଡୁରୁ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ କେବେଠୁ ଆରମ୍ଭ ହେବ ଟ୍ରେନର ସାମାନ୍ୟ ପରିଚାଳନା

ବୁଧବାର ମହାରାଷ୍ଟ୍ରରେ ୧୩ ହଜାର ୬୫୯ ନୂତନ କୋରୋନା ମାମଲା ସାମ୍ନାକୁ ଆସିଥିଲା । ଯାହା ପାଞ୍ଚ ମାସ ମଧ୍ୟରେ ସର୍ବାଧିକ ଥିଲା । ଦିଲ୍ଲୀରେ କୋରୋନାର ୪୦୯ ନୂଆ ମାମଲା ଆସିଥିଲା, ଯାହାକି ଦୁଇ ମାସ ମଧ୍ୟରେ ଗୋଟିଏ ଦିନର ସର୍ବାଧିକ ସଂଖ୍ୟା ଅଟେ । ପଞ୍ଜାବରେ ୨୪ ଘଣ୍ଟା ମଧ୍ୟରେ ୧୭୦୦ରୁ ଅଧିକ ମାମଲା ଚିହ୍ନଟ ହେବା ପରେ ୬ଟି ଜିଲ୍ଲା ନୱାନଶାହର, ଜଲନ୍ଦର, ହୋଶିଆରପୁର, କାପୁରଥାଲା, ପଟିଆଲା ଏବଂ ଲୁଧିଆନାରେ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି ।

About the Author