)
ମୁମ୍ବାଇ: ପୁଣି ଥରେ ମହାସଙ୍କଟରେ ପଡିବାକୁ ଯାଉଛି ମହାରାଷ୍ଟ୍ର। ରାଜ୍ୟରେ ଲଗାତାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ କୋରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏନେଇ ଉପଯୁକ୍ତ ପଦକ୍ଷେପ ନେବାକୁ ଉଦ୍ଧବ ସରକାରଙ୍କୁ ଚିଠି ମଧ୍ୟ ଲେଖାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୪୯୨ ନୂଆ କୋରୋନା ମାମଲା (COVID-19 Cases) ଚିହ୍ନଟ ହୋଇ ଥିବା ବେଳେ ୧୩୧ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ କେବଳ ମହରାଷ୍ଟ୍ରରେ ୧୫୦୦୦ରୁ ଊର୍ଦ୍ଧ୍ୱ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ମାମଲାରେ ବି ଅନ୍ୟ ତୁଳନାରେ ମହାରାଷ୍ଟ୍ର ଉପରେ ରହିଛି। ଗତ ୨୪ ଘଣ୍ଟାରେ ମହାମାରୀ ସର୍ବାଧିକ ୪୮ ଜଣଙ୍କ ମୁଣ୍ଡ ଗଡାଇଛି। ତେବେ ଲଗାତାର ଏଭିଳି କୋଭିଡ୍ ମାମଲା ବୃଦ୍ଧି ଏବେ ଉଦ୍ଧବ ସରକାରଙ୍କ ଚିନ୍ତା ବଢାଇ ଦେଇଛି।
ସେପଟେ ମହାରାଷ୍ଟ୍ରରେ କୋରୋନାର ଦ୍ୱିତୀୟ ଲହର (Corona Second Wave) ଆରମ୍ଭ ହୋଇଥିବା ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଏହା ସହ ଉଦ୍ଧବ ସରକାରଙ୍କୁ କୋରୋନା (coronavirus) ନିୟନ୍ତ୍ରଣ ଉପରେ ପଦକ୍ଷେପ ନେବା ପାଇଁ ମଧ୍ୟ ଚିଠି ଲେଖିଛନ୍ତି। ବର୍ଦ୍ଧିତ କୋରୋନା ମାମଲା ଓ କେନ୍ଦ୍ରର ସତର୍କବାଣୀ ପରେ ମହାରାଷ୍ଟ୍ର ସରକାର (Maha Govt) କୋଠର ହେବା ସହ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ କଟକଣା ଲଗାଇଛନ୍ତି।
ମହାରାଷ୍ଟ୍ର ସରକାରଙ୍କ ନୂଆଁ କୋରୋନା କଟକଣା: