Advertisement
Article Detail0/zeeodisha/odisha695367
Zee OdishaOdisha National-Internationalଘରୋଇ ଲ୍ୟାବରେ କୋଭିଡ ଟେଷ୍ଟର ମୂଲ୍ୟ ହ୍ରାସ କଲେ ମହାରାଷ୍ଟ୍ର ସରକାର

ଘରୋଇ ଲ୍ୟାବରେ କୋଭିଡ ଟେଷ୍ଟର ମୂଲ୍ୟ ହ୍ରାସ କଲେ ମହାରାଷ୍ଟ୍ର ସରକାର

ଏହି ନୂତନ ଦର ଦେଶରେ ସର୍ବନିମ୍ନ ହେବ ବୋଲି ସେ ଦାବି କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କୋଭିଡ-19 ପରୀକ୍ଷା ପାଇଁ ୯୧ଟି ଲ୍ୟାବ ଅଛି ।

ଘରୋଇ ଲ୍ୟାବରେ କୋଭିଡ ଟେଷ୍ଟର ମୂଲ୍ୟ ହ୍ରାସ କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ଦେଶରେ କ୍ରମାଗତ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସମୟରେ ଦେଶର କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ଟପ୍ ମହାରାଷ୍ଟ୍ର ରହିଛି । ଅନ୍ୟପକ୍ଷେ ଘରୋଇ ଲ୍ୟାବରେ କୋରୋନା ଟେଷ୍ଟ ମୂଲ୍ୟ ହ୍ରାସ କରିଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଶନିବାର କହିଛନ୍ତି ଯେ, ସରକାର ବେସରକାରୀ ଲ୍ୟାବ ଦ୍ୱାରା ପରିଚାଳିତ କୋଭିଡ-19 ପରୀକ୍ଷା ଖର୍ଚ୍ଚ ୪୫୦୦ ଟଙ୍କାରୁ ହ୍ରାସ କରି ୨୨୦୦ ଟଙ୍କା କରିଛନ୍ତି । ଟପେ ବାର୍ତ୍ତାଳାପରେ କହିଛନ୍ତି ଯେ, ଟେଷ୍ଟର ମୂଲ୍ୟ କମ୍ ହେବାରୁ ଲୋକଙ୍କୁ ରିହାତି ମିଳବ।

ସେ କହିଛନ୍ତି ଯେ, ହସ୍ପିଟାଲରେ ଭାଇରାଲ ଟ୍ରାନ୍ସପୋର୍ଟ ମିଡିଆ (ଭିଟିଏମ୍) ମାଧ୍ୟମରେ ପାଟିରୁ ଲାଳ ନମୁନା ସଂଗ୍ରହ ପାଇଁ ୨୨୦୦ ଟଙ୍କା ସଂଗ୍ରହ କରାଯାଉଥିବାବେଳେ ଘରୁ ପାଟି ଲାଳ ନମୁନା ସଂଗ୍ରହ ପାଇଁ ୨୮୦୦ ଟଙ୍କା ସଂଗ୍ରହ କରାଯିବ । ଏହାପୂର୍ବରୁ ଏଥିପାଇଁ ଯଥାକ୍ରମେ: ୪୫୦୦ ଟଙ୍କା ଓ ୫,୨୦୦ ଟଙ୍କା ଆଦାୟ କରାଯାଇଥିଲା ।

ଟୋପେ କହିଛନ୍ତି ଯେ, ଘରୋଇ ଲ୍ୟାବଗୁଡିକ ଏତିକି ପରିମାଣରେ ସର୍ବାଧିକ ଚାର୍ଜ କରିପାରିବେ । ଅଧିକ ମୂଲ୍ୟ ହ୍ରାସ କରିବାକୁ ଜିଲ୍ଲା କଲେକ୍ଟର ଘରୋଇ ଲ୍ୟାବ ସହିତ କଥା ହୋଇପାରିବେ । ଯଦି ଘରୋଇ ଲ୍ୟାବ ଏହାଠାରୁ ଅଧିକ ଚାର୍ଜ କରେ । ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Add Zee News as a Preferred Source

ଏହି ନୂତନ ଦର ଦେଶରେ ସର୍ବନିମ୍ନ ହେବ ବୋଲି ସେ ଦାବି କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କୋଭିଡ-19 ପରୀକ୍ଷା ପାଇଁ ୯୧ଟି ଲ୍ୟାବ ଅଛି ।

About the Author