• ପଞ୍ଚାୟତ ସ୍ତରରେ TMC ଓ ସଙ୍ଗରୋଧ କେନ୍ଦ୍ର ଖୋଲିବାକୁ ସାଂସଦ ବସନ୍ତ ପଣ୍ଡାଙ୍କ ଦାବି
  • ନାରଦା ସ୍କାମରେ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକ ଗିରଫ
  • DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ୨-ଡିଜି ଔଷଧ ଲଞ୍ଚ
  • କୋରୋନାରେ ବିଶିଷ୍ଟ ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ
  • ଗୁଜରାଟ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ତାଉତେ
  • ରାତି ୮ରୁ ୧୧ଟା ମଧ୍ୟରେ ପୋରବନ୍ଦର ଓ ମହୁୱା ଦେଇ କରିବ ଅତିକ୍ରମ
  • ରାଜ୍ୟରେ କୋଭିଡ ମୁକାବିଲା ନେଇ ଅପରାହ୍‌ଣରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
  • ଦେଶରେ ଦିନକରେ ୨,୮୧,୩୮୬ ନୂଆ କୋରୋନା ଆକ୍ରାନ୍ତ , ୪,୧୦୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ପଜିଟିଭ୍ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ଆଉ ୨୨ ଜୀଵନ ନେଲା କରୋନା

Corona Injections ନା'ରେ ବିକ୍ରି ହେଉଛି Paracetamol

କୋରୋନା ଇଂଜେକସନ Remedisvir ବୋତଲରେ ଦୁର୍ବୃତମାନେ paracetamol ସିରପ ବିକ୍ରି କରୁଥିଲେ। ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଉଛି।  

 Corona Injections ନା'ରେ ବିକ୍ରି ହେଉଛି Paracetamol
ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ସୀମା ଟପିଲା କଳାବଜାରୀ। ଟଙ୍କା ଲୋଭରେ ଜୀବନ ମୃତ୍ୟୁ ସହ ଚାଲିଛି ସଉଦା। ଏଭଳି କିଛି ଦୃଶ୍ୟ ମହାରାଷ୍ଟ୍ରର ବାରମତି ଅଞ୍ଚଳରେ ଦେଖିବାକୁ ମିଳିଛି। କୋରୋନା ଇଂଜେକସନ Remedisvir ବୋତଲରେ ଦୁର୍ବୃତମାନେ paracetamol ସିରପ ବିକ୍ରି କରୁଥିଲେ। ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଉଛି।

ସବୁବେଳେ ସୁଯୋଗ ଅପେକ୍ଷାରେ ରୁହନ୍ତି କଳାବେପାରୀ (Black Marketing)। ସେ ଖାଦ୍ୟ ଶସ୍ୟ ହେଉ ଅବା ଲୋକଙ୍କ ଜୀବନ ବଞ୍ଚାଉଥିବା ଔଷଧ। ସବୁଠି ମଉକା ଦେଖି ଛକା ମାରନ୍ତି। ଆଉ ସେହି ମୃତ୍ୟୁର ସଉଦା ଗରଙ୍କୁ ସୁବର୍ଣ୍ଣ ସୁଯୋଗ ଦେଇଛି ମହାମାରୀ କୋରୋନା। ଲୋକଙ୍କ ଭୟର ସୁଯୋଗ ନେଇ ଏବେ କୋରୋନା ଔଷଧର (Corona Injections) କଳାବଜାରୀ ଆରମ୍ଭ କରିଦେଇଛନ୍ତି। ଆଉ ସେମାନଙ୍କର ଗୋଟିଏ ଛୋଟ ଗ୍ୟାଙ୍ଗ ମହାରାଷ୍ଟ୍ର (Maharastra) ବାରମତିରେ ଗରିଫ ହୋଇଛନ୍ତି।

Also Read: କୋରୋନା କବଜାରେ ନେତା-ମନ୍ତ୍ରୀ, ଘାତକ ସ୍ଥିତି ବେଳେ ଟିକାର ହେଉଛି କଳାବଜାରୀ

 

ପୋଲିସର କହିବା ଅନୁସାରେ, ନକଲି Remedisvir ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବାରମତି କୋଭିଡ୍ କେୟାର ସେଣ୍ଟରରେ କାମ କରନ୍ତି। ସେ ସେଠାରୁ ବ୍ୟବହୃତ Remedisvirର ଖାଲି ବୋତଲ ଆଣୁଥିଲେ ଏବଂ ସେଥିରେ paracetamol ସିରପ ଭର୍ତ୍ତି କରି କୋରୋନା ଇଂଜେକସନ ନାମରେ ବିକ୍ରି କରୁଥିଲେ। ସେମାନେ ଏହାକୁ ୩୫୦୦୦ ଟଙ୍କାର ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି କରିଛନ୍ତି।

କେବଳ ମହାରାଷ୍ଟ୍ର ନୁହଁ, ଦେଶର ଅନେକ ରାଜ୍ୟରେ ଏଭଳି ନକଲି କୋରୋନା ଔଷଧ ବିକ୍ରି ହେଉଥିବା ଅଭିଯୋଗ ହେଉଛି। କିଛି ସ୍ଥାନରେ ବଡ ବଡ ହସ୍ପିଟାଲର ହାତ ଥିବା ମଧ୍ୟ କୁହାଯାଉଛି। ମହାରାଷ୍ଟ୍ରରେ କୋରୋନା ମାମଲା ବଢୁଥିବାରୁ ଔଷଧର ମଧ୍ୟ ଡିମାଣ୍ଡ ବଢୁଛି। ସେପଟେ କୋରୋନା ଔଷଧର କଳାବଜାରୀକୁ ବରଦାସ୍ତ କରାଯିବ ନାହିଁ, ଦୋଷୀଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି କଳବଜାରୀ ରୋକିବାକୁ ସ୍ୱତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି।