• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ଦୁର୍ନୀତିରେ ପୁଣି ଏକ ନମ୍ବର ମହାରାଷ୍ଟ୍ର, ପଞ୍ଚମକୁ ଖସିଲା ଓଡିଶା

ସମସ୍ତ ରାଜ୍ୟର ମୁଖା ଖୋଲିଛି ଏନଆରସିବି ଡାଟା। ମହିଳା ଓ ଶିଶୁ ନିର୍ଯ୍ୟାତନାରେ ଆଗୁଆ ଥିବା ଓଡିଶା ଦୁର୍ନୀତିରେ ପଞ୍ଚମ ହୋଇଛି। ଆଉ ଏଥିରେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛି କଂଗ୍ରେସ, ଏନସିପି ଓ ଶିବସେନା ଶାସିତ ରାଜ୍ୟ ମହାରାଷ୍ଟ୍ର।

ଦୁର୍ନୀତିରେ ପୁଣି ଏକ ନମ୍ବର ମହାରାଷ୍ଟ୍ର, ପଞ୍ଚମକୁ ଖସିଲା ଓଡିଶା

ନୂଆଦିଲ୍ଲୀ: ଏନଆରସିବିର ସଦ୍ୟ ପ୍ରକାଶିତ ତଥ୍ୟାନୁସାରେ ଲଗାତାର ଚତୁର୍ଥ ବର୍ଷ ଦୁର୍ନୀତିରେ ମହାରାଷ୍ଟ୍ର ଏକ ନମ୍ବର ରହିଛି। ୨୦୧୮ ମସିହାରେ ଦୁର୍ନୀତି ବିରୋଧି ଆଇନରେ ୯୩୬ଟି ମାମଲା ରୁଜୁ ହୋଇଥିଲା। ୨୦୧୯ରେ ଏହାର ସଂଖ୍ୟା କମି ୮୯୧ରେ ପହଞ୍ଚିଛି। ତଥାପି ପୂର୍ବପରି ରାଜ୍ୟ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି।

ମହାରାଷ୍ଟ୍ର ପରେ ଦୁର୍ନୀତିରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ରାଜସ୍ଥାନ। ଏଠାରେ  ୨୦୧୯ ମସିହାରେ ୪୨୪ଟି ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ରରେ ଦାଏର ୮୯୧ଟି ମାମଲାରୁ ୮୬୬ଟି ଟ୍ରାପ କେସ ବା ଲଞ୍ଚ ନେଇଥିବା ବେଳେ ରେଡ ହୋଇଛି। ସେହିପରି ୨୧ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି।

ମାଳ ମାଳ ଦୁର୍ନୀତି ମାମଲା ରୁଜୁ ହେଉଥିବା ସତ୍ୱେ ମହାରାଷ୍ଟ୍ରରେ ଆଖିଦୃଶିଆ କାର୍ଯାନୁଷ୍ଠାନ ହେଇନାହିଁ। ମୋଟ ୮୯୧ଟି ମାମଲାରୁ ମାତ୍ର ୩୭୦ଟି କେସରେ ଟ୍ରାଏଲ ସରିଛି। ୫୫ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୨୯୪ଟି ମାମଲାରେ ଅଭିଯୁକ୍ତ ନିର୍ଦ୍ଦେଶରେ ଖାଲସ ହୋଇଛନ୍ତି। ଯଦି ଶତକାଡାରେ ଦେଖିବା ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ୧୫ ପ୍ରତିଶତରୁ କମ।

ସେପଟେ ଏନସିଆରବିର ୨୦୧୯ ଦୁର୍ନୀତି ତାଲିକାର ପଞ୍ଚମକୁ ଖସିଛି ଓଡିଶା। ୨୦୧୮ରେ ଦ୍ୱତୀୟ ସ୍ଥାନରେ ଥିଲା ବେଳେ ଗତବର୍ଷ ଏଥିରେ କିଛିଟା ହ୍ରାସ ହୋଇଛି। ୨୦୧୯ରେ ଦୁର୍ନୀତି ସମ୍ପ୍ରର୍କିତ ୩୫୩ଟି ମାମଲା ରୁଜୁ ହୋଇଥିଲା। ଏଥିରେ ୧୫୧ଟି ଲାଞ୍ଚ କାରବାର ଓ ୮୮ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି।

ତେବେ ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟ ପରି ଓଡିଶାରେ ବି କାର୍ଯ୍ୟାନୁଷ୍ଠାନ ଆଶାନୁରୁପକ ନୁହେଁ। ଓଡିଶାରେ ଦୁର୍ନୀତି ମାମଲାରେ ଦଣ୍ଡ ପାଉଥିବା ଲୋକଙ୍କ ଅପେକ୍ଷା ନିର୍ଦ୍ଦୋଶରେ ଖଲାସ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ। ତଦନ୍ତକାରୀ ଅଧିକାରୀଙ୍କ ଅପାରଗତା, ବିଚାର ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ସାକ୍ଷୀଙ୍କୁ ପ୍ରଭାବିତ ହେବା ଯୋଗୁଁ ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ମିଳିପାରୁ ନାହିଁ ବୋଲି କିଛି ବରିଷ୍ଠ ଆଇନଜୀବୀ ମତ ପ୍ରକାଶ କରିଛନ୍ତି।