ମହଙ୍ଗା ପଡିଲା ଅନୁପ୍ରବେଶ; ଡଙ୍ଗା ସହ ୬୦ ଚୀନୀ ନାଗରିକଙ୍କୁ ସମୁଦ୍ରରୁ ଟେକିନେଲା ମାଲେସିୟା ନୌସେନା
Advertisement
Article Detail0/zeeodisha/odisha767978

ମହଙ୍ଗା ପଡିଲା ଅନୁପ୍ରବେଶ; ଡଙ୍ଗା ସହ ୬୦ ଚୀନୀ ନାଗରିକଙ୍କୁ ସମୁଦ୍ରରୁ ଟେକିନେଲା ମାଲେସିୟା ନୌସେନା

ବିଭିନ୍ନ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଦକ୍ଷିଣ ଚୀନ ସାଗର। ସାମୁଦ୍ରିକ ପଥରେ ହେଉଥିବା ବାଣିଜ୍ୟ କାରବାରର ଏକ ବଡ ଭାଗ ଏହି ସମୁଦ୍ର ମାଧ୍ୟମରେ ହୋଇଥାଏ ।

ମହଙ୍ଗା ପଡିଲା ଅନୁପ୍ରବେଶ; ଡଙ୍ଗା ସହ ୬୦ ଚୀନୀ ନାଗରିକଙ୍କୁ ସମୁଦ୍ରରୁ ଟେକିନେଲା ମାଲେସିୟା ନୌସେନା

କୁଆଲାଲାମ୍ପୁର: ସମଗ୍ର ଦକ୍ଷିଣ ଚୀନ ସାଗର (South China Sea) ପରେ ନିଜର ପ୍ରଭୁତ୍ୱ ଜାହିର କରିବାକୁ ଉଦ୍ୟମ ଚଳାଇଥିବା ବିସ୍ତାରବାଦୀ ଚୀନ (China) କୁ ଲାଗିଛି ଶକ୍ତ ଝଟକା। ଜଳସୀମା (Water Border) ଅତିକ୍ରମ କରିବା ଅଭିଯୋଗରେ ମାଲେସିୟା ନୌସେନା (Malaysian Navy) ୬ଟି ମାଛ ଧରା ଡଙ୍ଗା (Vessel) ସହ ୬୦ ଚୀନ ନାଗରିକ (Chinese National) ଙ୍କୁ ସମୁଦ୍ରରୁ ଉଠାଇ ନେଇଛି।  

ଏନେଇ ମାଲେସିଆ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଦେଶର ଜଳସୀମା ମଧ୍ୟକୁ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। ଦକ୍ଷିଣ ଚୀନ ସାଗରରେ ଉପସ୍ଥିତି ଜାହିର କରିବାକୁ ଦବଙ୍ଗଗିରି ଚଳାଇଥିବା ଚୀନ ବିଗତ ୩-୪ ବର୍ଷ ମଧ୍ୟରେ ମାଲେସିଆନ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ (Malaysian Special Economic Zone) ଅଞ୍ଚଳରେ ପ୍ରାୟ ୮୯ ଥରରୁ ଅଧିକ ଥର ଅନୁପ୍ରବେଶ କରିସାରିଲାଣି।  

ବିଭିନ୍ନ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଦକ୍ଷିଣ ଚୀନ ସାଗର। ସାମୁଦ୍ରିକ ପଥରେ ହେଉଥିବା ବାଣିଜ୍ୟ କାରବାରର ଏକ ବଡ ଭାଗ ଏହି ସମୁଦ୍ର ମାଧ୍ୟମରେ ହୋଇଥାଏ । ଏହି କାରଣରୁ ଚୀନ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ  ଚଳାଇଛି। ଯାହାକୁ ନେଇ ଦକ୍ଷିଣ-ପୂର୍ବ ଏସୀୟ ଦେଶ (South East Asian Nation) ସମେତ ଆମେରିକା (America) ସହ ଚୀନର ବିବାଦ ବଢିବାରେ ଲାଗିଛି। 

ଏହି ଘଟଣାରେ ପ୍ରତିକ୍ରିୟା ରଖି ମାଲେସିଆ ଟାଇମ ଏନଫୋର୍ସମେଣ୍ଟ ଏଜେନ୍ସି-ଏମଏମଇଏ (Malaysian Maritime Enforcement Agency) ପକ୍ଷରୁ କୁହାଯାଇଛି ୬ଟି ମାଛ ଧରା ଡଙ୍ଗା ସହ ୬୦ ଚୀନ ନାଗରିକଙ୍କୁ ଦେଶର ଜୋହର ପ୍ରଦେଶ ସ୍ଥିତ ସମୁଦ୍ର କୂଳରୁ ଗିରଫ କରାଯାଇଛି। ବିଦେଶୀ ନାଗରିକଙ୍କୁ ଅଟକ ରଖାଯିବା ଘଟଣାରେ ଏମଏମଇଏ ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି ଅଟକ ରହିଥିବା ମାଛ ଧରା ଡଙ୍ଗା କ୍ୱିନହୁଆଂଡାଓ (Qinhuangdao) ଠାରେ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ରହିଛି ୬ ଡଙ୍ଗାର କ୍ୟାପଟେନଙ୍କ ସମେତ  ୫୪ ଜଣ ମତ୍ସ୍ୟଜୀବୀ । ଏହି ଡଙ୍ଗା ମୌରିଟାନିଆ ଅଭିମୁଖେ ଯାଉଥିଲା ହେଲେ ସମସ୍ୟା କାରଣର ମାଲେସିଆନ ଜଳସୀମା ଆଡକୁ ମାଡି ଆସିଥିଲା। 
  
ଏହା ପୂର୍ବରୁ ଚୀନାର ଏକ ଅନୁସନ୍ଧାନ ଜାହାଜ (Chinese Research Ship) ମାଲେସିଆର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ (Exclusive Economic Zone) ଠାରେ ଏକ ମାସ ରହିଲା ।   ଏହି ଚୀନୀ ଜାହାଜ ମାଲେସିଆର ତୈଳ ଅନୁସନ୍ଧାନ ଜାହାଜ ସହିତ ଦକ୍ଷିଣ ଚୀନ ସାଗରର ବିବାଦୀୟ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ।