Advertisement
Article Detail0/zeeodisha/odisha2696788
Zee OdishaOdisha National-Internationalବାଂଲାଦେଶୀ ଅନୁପ୍ରବେଶ ପଛରେ ପଶ୍ଚିମବଙ୍ଗର ତୃଣମୂଳ

ବାଂଲାଦେଶୀ ଅନୁପ୍ରବେଶ ପଛରେ ପଶ୍ଚିମବଙ୍ଗର ତୃଣମୂଳ

Bangladeshi infiltration: ଦେଶରେ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ପଶ୍ଚିମବଙ୍ଗର ତୃଣମୂଳ ସରକାର ପ୍ରୋତ୍ସାହନ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ପଶ୍ଚିମବଙ୍ଗ ସରକାରଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ତାହାକୁ ହେୟଜ୍ଞାନ କରାଯାଉଛି। 

 

Bangladeshi infiltration
Bangladeshi infiltration

ଭୁବନେଶ୍ୱର: ଦେଶରେ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ପଶ୍ଚିମବଙ୍ଗର ତୃଣମୂଳ ସରକାର ପ୍ରୋତ୍ସାହନ ଦେଉଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ପଶ୍ଚିମବଙ୍ଗ ସରକାରଙ୍କୁ ସହଯୋଗ ପାଇଁ ଅନୁରୋଧ କରାଯାଉଥିଲେ ମଧ୍ୟ ତାହାକୁ ହେୟଜ୍ଞାନ କରାଯାଉଛି। ଫଳରେ ମାତ୍ର ୪୫୦ କିଲୋମିଟର ସୀମାରେ ବାଡ଼ ପକାଇବା ସମ୍ଭବ ହୋଇପାରୁ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଆଜି ପ୍ରବାଶ ଓ ବିଦେଶୀ ବିଧେୟକ ୨୦୨୫ ବାବଦରେ ସୂଚନା ଦେବା ବେଳେ ବିଭିନ୍ନ ସାଂସଦଙ୍କ ଉଦବେଗକୁ ଲକ୍ଷ୍ୟକରି ସେ ଏହି ଉତ୍ତର ରଖିଛନ୍ତି।

ସେ କହିଛନ୍ତି, ଭାରତକୁ ବାଂଲାଦେଶର ସୀମା ୨୨୧୬ କିଲୋମିଟର ଲାଗିଛି। ଏହି ମଧ୍‍ୟରୁ ୧୬୫୩ କିଲୋମିଟରରେ ଅତ୍ୟାଧୁନିକ ବାଡ଼ ନିର୍ମାଣ କରାଯାଇ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। ବାକି ୫୬୩ କିଲୋମିଟରରୁ ୧୧୨ କିଲୋମିଟର ନଦୀ, ନାଳ, ପାହାଡ଼ି ଅଞ୍ଚଳ ରହିଛି। କିନ୍ତୁ ୪୫୦ କିଲୋମିଟର ଅଞ୍ଚଳ ପଶ୍ଚିମବଙ୍ଗ ରାଜ୍ୟସହ ଲାଗି ରହିଛି। ଏହି ସୀମାରେ ବାଡ଼ ନିର୍ମାଣ ଲାଗି ପଶ୍ଚିମବଙ୍ଗ ସରକାରଙ୍କଠାରୁ ଜମି ମଗାଯାଇଛି। କେନ୍ଦ୍ର ଗୃହ ସଚିବ ଏନେଇ ୧୦ ଥର ପଶ୍ଚିମବଙ୍ଗ ମୁଖ୍ୟସଚିବଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଜାଗା ମିଳିପାରୁ ନଥିବାରୁ ଅନୁପ୍ରବେଶ ରୋକିବା ଦିଗରେ ଭାରତ ସରକାର ନେଉଥିବା କାର୍ଯ୍ୟ ସମ୍ପନ୍ନ ହୋଇପାରୁ ନାହିଁ। 

‘ଏହି କଥାକୁ ଶୁଣିବାକୁ ତୃଣମୂଳ କଂଗ୍ରେସ ସାଂସଦଙ୍କ ଧୈର୍ଯ୍ୟ ନ ରହିପାରେ। କନ୍ତୁ ଏହା ସତ୍ୟ’। ଏଥିରୁ ସ୍ପଷ୍ଟ ହେଉଛି ଯେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ପ୍ରତି ପଶ୍ଚିମବଙ୍ଗ ସରକାରଙ୍କ ଅନୁକମ୍ପା ରହିଛି। 

Add Zee News as a Preferred Source

ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ଧରାପଡ଼ୁଥିବା ବେଆଇନ ଅନୁପ୍ରବେଶକାରୀ ପଶ୍ଚିମବଙ୍ଗରେ ଆଧାରକାର୍ଡ ରଖିଥିବା ଜଣାପଡ଼ିଛି। ୨୪ ପ୍ରାଗଣା ଜିଲ୍ଲାରେ ଏହି ଆଧାର କାର୍ଡ ପାଇଁ ଅନୁମତି ଦିଆଯାଉଛି ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ତାମିଲ ଶରଣାର୍ଥୀଙ୍କ ପ୍ରତି ନିଗଜର ସମବେଦନ ପ୍ରକାଶ କରିବା  ସହ ଡିଏମ୍‍କେ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଶାହ କହିଛନ୍ତି ପୂର୍ବ ସରକାର ସମୟରେ ଯେଉଁ ନୀତି ତାଙ୍କ ପ୍ରତି ଆପଣା ଯାଇଥିଲା ତାହା ଅପରିବର୍ତ୍ତିତ ରହିଛି। ଏହି ଶରଣାର୍ଥୀମାନେ ୧୯୭୧ ପୂର୍ବରୁ ଆସିଛନ୍ତି। ଯଦି ତାଙ୍କ ପାଇଁ କିଛି  କରିବା ଲାଗି ଡିଏମ୍‍କେ ସାଂସଦମାନେ ଚାହୁଁଛନ୍ତି ତେବେ ପ୍ରସ୍ତାବ ଦିଅନ୍ତୁ ବୋଲି ଶ୍ରୀ ଶାହ କହିଛନ୍ତି।

About the Author