ଏହି ଷଡଯନ୍ତ୍ରରେ ସେ ଆହତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।
Trending Photos
)
କୋଲକାତା: ନନ୍ଦିଗ୍ରାମର ବିରୁଲିଆ ଗ୍ରାମରେ ନିର୍ବାଚନ ପ୍ରଚାର ବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାର ସମ୍ମୁଖିନ ହୋଇ ଆହତ ହୋଇଛନ୍ତି। ମମତା ବାନାର୍ଜୀଙ୍କ ବାମ ଗୋଡରେ ଆଘାତ ଲାଗିଛି ଏବଂ ତାଙ୍କୁ କୋଲକାତାର ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମମତା ବାନାର୍ଜୀ ଏହାକୁ ବିରୋଧୀଙ୍କ ଏକ ଷଡ଼ଷନ୍ତ୍ର ବୋଲି କହିବା ସହିତ ଏହାକ ସୁଚିନ୍ତିତ ଷଡ଼ଯନ୍ତ୍ରର ଆଖ୍ୟା ଦେଇଛନ୍ତି । ଏହି ଷଡଯନ୍ତ୍ରରେ ସେ ଆହତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି।
ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଛାତ୍ର ସୁମନ ମୈତୀ କହିଛନ୍ତି, 'ଯେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଠାକୁ ଆସିଲେ, ତାଙ୍କୁ ଦେଖିବା ପାଇଁ ଏକ ଜନସମାଗମ ହୋଇଥିଲା ଏବଂ ଲୋକମାନେ ତାଙ୍କୁ ଘେରିଯାଇ ଠିଆ ହୋଇଥିଲେ। ଏହି ସମୟରେ ସେ ବେକ ଏବଂ ଗୋଡରେ ଆଘାତ ପାଇଥିଲେ। ତେବେ ତାଙ୍କୁ କେହି ଠେଲିନଥିବା ସେ କହିଛନ୍ତି। ତାଙ୍କ କାର ଧୀରେଧୀରେ ଗଡୁଥିଲା। ଫଳରେ ସେ ଗାଡ଼ିରେ ତରବରିଆ ଭାବେ ପଶିଯାଇଥିଲେ ଓ ଦୁର୍ଘଟଣାର ଶିକାର ହୋଇଥିଲେ ।
ସେହିପରେ ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ଚିତ୍ତରଞ୍ଜନ ଦାସ କହିଛନ୍ତି ଯେ ମୁଁ ସେଠାରେ ଥିଲି। ସେ (ମମତା ବାନାର୍ଜୀ) ତାଙ୍କ କାର ଭିତରେ ବସିଥିଲେ ମଧ୍ୟ କବାଟ ଖୋଲା ଥିଲା। ଏକ ପୋଷ୍ଟର ମାରିବା ପରେ କବାଟ ବନ୍ଦ ହୋଇଯାଇଥିଲା। କେହି ଠେଲି ନଥିଲେ କିମ୍ବା ମାରିଥିଲେ। ସେତେବେଳେ କବାଟ ପାଖରେ କେହି ନଥିଲେ। ଫଳରେ ସ୍ୱତଃଭାବେ କାରର ଡୋର ବନ୍ଦ ହୋଇଯାଇଥିଲା ବୋଲି ଚିତ୍ତରଞ୍ଜନ କହିଥିଲେ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ କାର ନିକଟରେ ଠିଆ ହୋଇଥିଲେ ସେତେବେଳେ ୪ ରୁ ୫ ଜଣ ଲୋକ ତାଙ୍କୁ ଠେଲି ଦେଇଥିଲେ ଏବଂ ଗୋଡରେ ଆଘାତ ଲାଗିଥିଲା। ସେ ଅଭିଯୋଗ କରିଛନ୍ତି ଯେ ଘଟଣା ସମୟରେ କୌଣସି ସ୍ଥାନୀୟ ପୋଲିସ ଉପସ୍ଥିତ ନଥିଲେ। ଏହା ତାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ଏବଂ କେହି ଜଣେ ଜାଣିଶୁଣି ତାଙ୍କୁ ଚୂର୍ଣ୍ଣ କରିଛନ୍ତି।
ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ଆହତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ଅଣାଯାଇଥିଲା। ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ଏସ୍କେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ ବାନାର୍ଜୀଙ୍କ ଚିକିତ୍ସା ପାଇଁ ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମରେ ହୃଦ୍ରୋଗ ବିଶେଷଜ୍ଞ, ଜଣେ ଇଣ୍ଡୋକ୍ରାଇନୋଲୋଜିଷ୍ଟ, ସାଧାରଣ ସର୍ଜରୀ ଡାକ୍ତର, ଅର୍ଥୋପେଡିକ୍ ବିଶେଷଜ୍ଞ ଏବଂ ଜଣେ ଔଷଧ ଡାକ୍ତର ରହିଛନ୍ତି।
ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ୨୭ ମାର୍ଚ୍ଚ, ଏପ୍ରିଲ ୧, ୬, ୧୦, ୧୭, ୨୨, ୨୬, ୨୯ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ । ଏହାର ଫଳାଫଳ ମେ ମାସ ୨ ତାରିଖରେ ଆସିବ। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୦-୩୦ ସିଟ୍, ତୃତୀୟ ପର୍ଯ୍ୟାୟରେ ୩୧ଟି ସିଟ୍, ଚତୁର୍ଥ ପର୍ଯ୍ୟାୟରେ ୪୪ଟି ସିଟ୍, ପଞ୍ଚମ ପର୍ଯ୍ୟାୟରେ ୪୫ଟି ସିଟ୍, ଷଷ୍ଠ ପର୍ଯ୍ୟାୟରେ ୪୩ଟି ସିଟ୍, ସପ୍ତମ ପର୍ଯ୍ୟାୟରେ ୩୬ଟି ସିଟ୍ ପାଇଁ ମତଦାନ ଅନୁଷ୍ଠିତ ହେବ। ଅଷ୍ଟମ ପର୍ଯ୍ୟାୟରେ ୩୫ଟି ସିଟରେ ମତଦାନ କରାଯିବ ।