Twitter ପାଇଁ ମମତା ବାନାର୍ଜୀଙ୍କ ଦରଦ !
Advertisement

Twitter ପାଇଁ ମମତା ବାନାର୍ଜୀଙ୍କ ଦରଦ !

 ଏହି ମାମଲାରେ ସେ ସରକାର ଉପରେ ଟାର୍ଗେଟ କରି କହିଛନ୍ତି ଯେ, କେନ୍ଦ୍ର ଟ୍ୱିଟର ଉପରେ ନିୟନ୍ତ୍ରଣ କରିପାରୁନଥିଲା ସେଥିପାଇଁ ତା ଉପରେ ନିଜର ଦବଦବା ଜାହିର କରୁଛି।  

Twitter ପାଇଁ ମମତା ବାନାର୍ଜୀଙ୍କ ଦରଦ !

ନୂଆଦିଲ୍ଲୀ:  କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟକୁ ଏବେ ନିଜ ଆଡ଼ୁ ଟାଣି ହୋଇ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଫେକ୍ ଭିଡିଓ ମାମଲାରେ ଟ୍ୱିଟର ଉପରେ କାର୍ଯ୍ୟାନୁଷ୍ଠାନକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ଏହି ମାମଲାରେ ସେ ସରକାର ଉପରେ ଟାର୍ଗେଟ କରି କହିଛନ୍ତି ଯେ, କେନ୍ଦ୍ର ଟ୍ୱିଟର ଉପରେ ନିୟନ୍ତ୍ରଣ କରିପାରୁନଥିଲା ସେଥିପାଇଁ ତା ଉପରେ ନିଜର ଦବଦବା ଜାହିର କରୁଛି।  

ଗୁରୁବାର ଦିନ ମମତା ବାନାର୍ଜୀ (Mamata Banerjee) କହିଲେ ଯେ, ଦୁର୍ଭାଗ୍ୟବଶତଃ କେନ୍ଦ୍ର ଟ୍ୱିଟର ଉପରେ ନିୟନ୍ତ୍ରଣ କରିପାରୁନି । ଏଥିପାଇଁ ଟ୍ୱିଟର (Twitter) ପ୍ରତି ସରକାରଙ୍କ ରାଗ ଅଛି । ଠିକ୍ ସେମିତି ମୋତେ ନିୟନ୍ତ୍ରିତ କରିପାରିଲେ ନାହିଁ ଆଉ ଖାସ ସେଥିପାଇଁ ମୋ ସରକାର ଉପରେ ବି କେନ୍ଦ୍ରର ରାଗ ଅଛି । ତ ଏଭଳି ଆଚରଣକୁ କେନ୍ଦ୍ର ସରକାର (Central Government)ବନ୍ଦ ନ କଲେ ବି ଏହାର ଅନ୍ତ ଅଛି ବୋଲି ସେ କହିଛନ୍ତି ।

Also Read: କଟକଣା ହଟିବା ପରେ ଖୋଲିଲା ବଜାରର; ସ୍ୱାଭାବିକ ହେଉଛି ଜୀବନଯାତ୍ରା

ସୂଚନାଯୋଗ୍ୟ, କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର Zee News ରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେତେବେଳେ ଭାରତୀୟ କମ୍ପାନୀ ମାନେ ଆମେରିକା (America) କିମ୍ବା ଅନ୍ୟଦେଶକୁ ବ୍ୟବସାୟ କରିବାକୁ ଯାଇଥାନ୍ତି ତେବେ ସେହି ଦେଶ ମାନଙ୍କର ନିୟମ କାନୁନ ମାନିଥାନ୍ତି ନା ନାହିଁ । ଆପଣଙ୍କୁ ଭାରତରେ ବ୍ୟବସାୟ କରିବାର ଅଛି । ଟଙ୍କା ରୋଜଗାର କରିବାର ଅଛି ତ ଭାରତର ଆଇନ କାନୁନ ମାନିବାକୁ ହେବ । ଭାରତର ସମ୍ବିଧାନ ଓ ନିୟମର ପାଳନ କରିବାକୁ ହିଁ ପଡ଼ିବ ।

Also Read: ଦଶମ, ଦ୍ୱାଦଶ ଛାତ୍ର-ଛାତ୍ରୀମାନଙ୍କୁ କିପରି ଦିଆଯିବ ନମ୍ବର, ସରକାର କହିଲେ Formula

ପଶ୍ଚିମ ବଙ୍ଗରେ ନିର୍ବାଚନ (West Bengal 2021)ପରେ ଜାରି ରହିଥିବା ହିଂସା ପରେ ଚୁପ୍ ରହିବା ଯୋଗୁଁ ମମତା ବାନାର୍ଜୀଙ୍କୁ ନେଇ ବହୁତ ଆଲୋଚନା କରାଯାଇଛି । ଏହାର ସଫେଇରେ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ କେଉଁ ସ୍ଥାନରେ ବି ରାଜନୈତିକ ହିଂସା ଦେଖାଯାଇନି । ଏହା ସବୁ ଭାଜପା ର କାମ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ ବାତ୍ୟା ୟାସ ( Cyclone Yaas 2021) ପରେ କେନ୍ଦ୍ର ପଶ୍ଚିମ ବଙ୍ଗକୁ କୌଣସି ପ୍ରକାରର ସାହାଯ୍ୟ ସହଯୋଗ କରିନାହାଁନ୍ତି । ଅନ୍ୟପଟେ ମଙ୍ଗଳବାର ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନକଡ଼ ମୁ୍ଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଏହା ଉଲ୍ଲେଖ କରିଥିଲେ ଯେ, ନିର୍ବାଚନ ପରେ ରାଜ୍ୟରେ ହୋଇଥିବା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁନଥିବା ବେଳେ ପୀଡ଼ିତଙ୍କ ପରିବାରକୁ ନା ସହାୟତା ଦେଇଛନ୍ତି ନା ସମବେଦନା