ମୁଁ ଘାଇଲା ବାଘୁଣୀ: ମମତା ବାନାର୍ଜୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ଆହତ ବାଘ ବା ଘାଇଲା ବାଘୁଣି ବୋଲି କହି ବିଜେପି ଉପରେ ଅନେକ ଆକ୍ରମଣ କରିଥିଲେ। 

ମୁଁ ଘାଇଲା ବାଘୁଣୀ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ରାଜନୀତିରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇ ଦିନ ପୂର୍ବେ ନରେନ୍ଦ୍ର ମୋଦି ହୁଗୁଳିରେ ମମତା ସରକାରଙ୍କ ଉପରେ ବର୍ଷିବା ପରେ ଗତକାଲି ମମତା ବାନାର୍ଜୀଙ୍କ ଗର୍ଜନ ଶୁଣିବାକୁ ମିଳିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ଆହତ ବାଘ ବା ଘାଇଲା ବାଘୁଣି ବୋଲି କହି ବିଜେପି ଉପରେ ଅନେକ ଆକ୍ରମଣ କରିଥିଲେ। ମମତା ବାନାର୍ଜୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, 'ଖେଲ ତ ଅବ୍ ହୋଗା' ।

ମମତା ବାନାର୍ଜୀ ( Mamata Banerjee) କହିଛନ୍ତି ଯେ, ସୁସ୍ଥ ବାଘ ଠାରୁ ଅଧିକ ଘାଇଲା ବାଘ ହିଁ ଭୟଙ୍କର ହୋଇଥାଏ । ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ, ଖେଳ ପ୍ରଦର୍ଶନ କରି ଖେଳ କରାଯିବ ଯାହା ଦ୍ୱାରା ବିଜେପି (Bjp) ଠିକ୍ ହେବ ଏବଂ ପରଦିନ ଆମେ ଦେଖିବୁ ଦେଶରେ ବିଜେପି ହାରିବ ନା ନାହିଁ । ଆଉ ଯଦି ବିଜେପି ପଶ୍ଚିମବଙ୍ଗରେ ହାରିଲା ତେବେ ପୁରା ଦେଶରୁ ବିଜେପି ବିଦାୟ ନେବ ହିଁ ନେବ ବୋଲି କହିଛନ୍ତି ମମତା ।

Also Read: ରାଷ୍ଟ୍ରୀୟ ସୁରକ୍ଷାକୁ ଆହ୍ୱାନ; ଆକ୍ରମଣ ସହ ଦଙ୍ଗା କରିବ 'Ghaznavi Force'

ପଶ୍ଚିମବଙ୍ଗ ନିର୍ବାଚନ  (West Bengal Election) ରେ ହୁଗୁଳି ନିର୍ବାଚନ ମଣ୍ଡଳୀ ଏକ ବଡ଼ ଭୂମିକା ଗ୍ରହଣ କରିବ । ଏ ସେହି ନିର୍ବାଚନ ମଣ୍ଡଳୀ ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ନା ସାମ୍ନି ଟକ୍କର ହୋଇଥିଲା । ପ୍ରଧାନମନ୍ତ୍ରୀ ଏହି ରାଲିରେ TMC କୁ ମାପଚୁପ ସରକାର କହୁଥିବା ବେଳେ ବିଜେପିକୁ TMC ଦଙ୍ଗାବାଜ ଓ ଡଣ୍ଡାବାଜ୍ ସରକାର ବୋଲି କହୁଛି । ତେବେ ଏହାକୁ ନେଇ ନିର୍ବାଚନୀ କ୍ୟାମ୍ପେନ ଜୋରଦାର ହେବାରେ ଲାଗିଛି ।

Also Read: ମେଣ୍ଟାଇବନି, ଏବେ ଜୀବନ ନେବ ଶୋଷ !

ଆଗାମୀ କିଛିଦନରେ ପଶ୍ଚିମବଙ୍ଗ (West Bengal) ରେ ପ୍ରଧାନମନ୍ତ୍ରୀ (PrimeMinister) ନରେନ୍ଦ୍ର ମୋଦି (Narendra Modi) ଙ୍କ ନିର୍ବାଚନୀ ରାଲି ଆହୁରୀ ଅଧିକ ବଢିବାକୁ ଯାଉଛି । ଦିଦି ବି ଖୁଲମଖୁଲା କହିଛନ୍ତି ଯେ, ମୁଁ ଘାଇଲା ବାଘୁଣି, ଦିଦିଙ୍କ ନିର୍ବାଚନୀ ଖେଳ ଆଗକୁ କେଉଁ ରୂପ ନେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।