ସେ କହିଛନ୍ତି, ମୋର ଓ ମୋର ମନ୍ତ୍ରୀ ଏବଂ ମୋର ଅଧିକାରୀଙ୍କ ବିରୁଦ୍ଧରେ ଆପଣଙ୍କ (ରାଜ୍ୟପାଳଙ୍କ) ଶବ୍ଦ ଅପମାନଜନକ, ଅସଂଯମିତ, ନିନ୍ଦନୀୟ ଏବଂ ଭୟ ସୃଷ୍ଟିକାରୀ କୁହାଯାଇପାରେ ।
Trending Photos
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଦୀର୍ଘ ଦିନ ଜାରି ରହିଛି ବିବାଦ । ଶନିବାର ପୁଣି ଥରେ ବିବାଦ ବୃଦ୍ଧି ପାଇଥିଲା । ଯେତେବେଳେ ତୃଣମୂଳ କଂଗ୍ରେସ(ଟିଏମସି) ସୁପ୍ରିମୋ ତାଙ୍କୁ ୧୩ ପୃଷ୍ଠାର ଚିଠି ଲେଖି ଟାର୍ଗେଟ କରିଥିଲେ । ମମତା ବାନାର୍ଜୀ କେରୋନା ଭାଇରସ ସଙ୍କଟ ସମୟରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ବିରୋଧ କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛନ୍ତି । ଗତ ସପ୍ତାହରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦୁଇଟି ଚିଠି ପଠାଇଥିଲେ । ଏହା ପରେ ମମତା ଏହି ତୀବ୍ର ମନ୍ତବ୍ୟ ଦେଇଛନ୍ତି ।
ପ୍ରକୃତରେ ପଶ୍ଚିମବଙ୍ଗ ସରକାରଙ୍କ କୋଭିଡ-19 ବିସ୍ତାରକୁ ନେଇ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ରାଜ ଭବନ ଏବଂ ନବାନ୍ନ (ରାଜ୍ୟ ସଚିବାଳୟ) ମଧ୍ୟରେ ବିବାଦ ଲାଗି ରହିଛି । ଧନକରଙ୍କୁ ତାଙ୍କ ୧୩ ପୃଷ୍ଠାର ଉତ୍ତରରେ ମମତା କହିଛନ୍ତି ଯେ, ଜଣେ ରାଜ୍ୟପାଳଙ୍କ ଠାରୁ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଏହିପରି ଶବ୍ଦ ଏବଂ ବିଷୟ ବସ୍ତୁ, ଅଭିପ୍ରାୟ ଏବଂ ଉଚ୍ଚାରଣ ଥିବା ଚିଠି ଭାରତର ସାମ୍ବିଧାନିକ ତଥା ରାଜନୈତିକ ଇତିହାସରେ ଏହା ପୂର୍ବରୁ ଦେଖାଯାଇ ନାହିଁ ।
ସେ କହିଛନ୍ତି, ମୋର ଓ ମୋର ମନ୍ତ୍ରୀ ଏବଂ ମୋର ଅଧିକାରୀଙ୍କ ବିରୁଦ୍ଧରେ ଆପଣଙ୍କ (ରାଜ୍ୟପାଳଙ୍କ) ଶବ୍ଦ ଅପମାନଜନକ, ଅସଂଯମିତ, ନିନ୍ଦନୀୟ ଏବଂ ଭୟ ସୃଷ୍ଟିକାରୀ କୁହାଯାଇପାରେ ।
ମମତା ରାଜ୍ୟପାଳଙ୍କ ଉପରେ ଉପଦେଶ ଦେବା ଓ ସାମ୍ୱିଧାନିକ ନିୟମକୁ ନିଜେ ପାଳନ କରିବା ପରିବର୍ତ୍ତେ ତାହାର ପ୍ରବଚନ ଦେବା ତଥା ଉଲ୍ଲଙ୍ଘନ କରିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟପାଳ ତାଙ୍କ (ମୁଖ୍ୟମନ୍ତ୍ରୀଙ୍କ) ନୀତି ସହ ସହମତ ହୋଇ ନପାରନ୍ତି । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ନଜରକୁ ଆଣିବା ବ୍ୟତୀତ ତାଙ୍କର କୌଣସି ଶକ୍ତି ନାହିଁ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ସଙ୍କଟର ଏହି ସମୟରେ, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ କ୍ଷମତା ହାସଲ କରିବା ପାଇଁ ଆପଣଙ୍କର ପ୍ରୟାସକୁ ତ୍ୱରାନ୍ୱିତ କରନ୍ତୁ ନାହିଁ ... ସୋସିଆଲ ମିଡିଆରେ ଆପଣ ନିରନ୍ତର ଟ୍ୱିଟରେ ସରକାରୀ ଚିଠି / ଲୋଗୋ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ ।"