ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର କିଛି ସମୟ ପରେ ମମତା ବାନାର୍ଜୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ଜୁନ୍ ୨୦୨୧ ପର୍ଯ୍ୟନ୍ତ ମାଗଣା ରାସନ ଦେବ । ଏଥିସହ ସେ କହିଛନ୍ତି ଯେ, କେନ୍ଦ୍ରର ତୁଳନାରେ ରାଜ୍ୟର ରାସନର ଗୁଣ ଭଲ ହୋଇଥାଏ । ଏବଂ ବେଙ୍ଗଲରେ ମାତ୍ର ୬୦ ପ୍ରତିଶତ ଲୋକଙ୍କ ପାଖରେ କେନ୍ଦ୍ରର ରାସନ ପହଞ୍ଚିଛି ।
Trending Photos
)
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନଭେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୧ ଜୁନ୍ ପର୍ଯ୍ୟନ୍ତ ତାଙ୍କ ରାଜ୍ୟରେ ଗରିବ ଲୋକଙ୍କୁ ମାଗଣା ରାସନ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର କିଛି ସମୟ ପରେ ମମତା ବାନାର୍ଜୀ କହିଛନ୍ତି ଯେ, ପଶ୍ଚିମବଙ୍ଗ ଜୁନ୍ ୨୦୨୧ ପର୍ଯ୍ୟନ୍ତ ମାଗଣା ରାସନ ଦେବ । ଏଥିସହ ସେ କହିଛନ୍ତି ଯେ, କେନ୍ଦ୍ରର ତୁଳନାରେ ରାଜ୍ୟର ରାସନର ଗୁଣ ଭଲ ହୋଇଥାଏ । ଏବଂ ବେଙ୍ଗଲରେ ମାତ୍ର ୬୦ ପ୍ରତିଶତ ଲୋକଙ୍କ ପାଖରେ କେନ୍ଦ୍ରର ରାସନ ପହଞ୍ଚିଛି ।
ଏଠାରେ କହି ରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ଗରିବ କଲ୍ୟାଣ ଯୋଜନାକୁ ନଭେମ୍ବର ଶେଷ ସୁଦ୍ଧା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ୮୦ କୋଟି ଲୋକଙ୍କୁ ଦୀପାବଳି ଓ ଛଟ୍ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଶସ୍ୟ ମିଳିବ । ଏଥିପାଇଁ ୯୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।