ଅଧରାସ୍ତାରେ ଅଟୋରିକ୍ସାକୁ ଅଟକାଇଲା ପୋଲିସ, ବାଧ୍ୟ ହୋଇ ବାପାଙ୍କୁ କାନ୍ଧରେ ବୋହିଲା ପୁଅ
Trending Photos
କେରଳ: ସାରା ଦେଶରେ ଜାରି ରହିଛି ଲକ୍ ଡାଉନ । ଲକ୍ ଡାଉନ ଜାରି ଥିବାବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ପ୍ରକାର ହୃଦୟବିଦାରକ ଫଟୋ ଓ ଭିଡିଓ ସାମ୍ନାକୁ ଆସୁଛି । ଆଉ କେରଳରୁ ଏହିପରି ଏକ ଦିଃଖଦ ଦୃଶ୍ୟ ଗତକାଲି ସାମ୍ନାକୁ ଆସିଛି । ବୁଧବାର ଦିନ କେରଳରେ ବୃଦ୍ଧ ବାପାଙ୍କୁ ହସ୍ପିଟାଲକୁ ଆଣୁଥିବାବେଳେ ଅଟୋ ରିକ୍ସାକୁ ପୋଲିସ ଯିବାକୁ ନ ଦେବାରୁ ଅଧରାସ୍ତାରୁ ବାପାଙ୍କୁ କାନ୍ଧରେ ବୋହି ବୋହି ଘରକୁ ନେଇଛନ୍ତି ପୁଅ ।
#WATCH Kerala: A person carried his 65-year-old ailing father in Punalur & walked close to one-kilometre after the autorickshaw he brought to take his father back from the hospital was allegedly stopped by Police, due to #CoronavirusLockdown guidelines. (15.4) pic.twitter.com/I03claE1XO
— ANI (@ANI) April 16, 2020
ଏହି ଦୃଶ୍ୟ କେରଳର ପୁନାଲୁର ଅଞ୍ଚଳର ଅଟେ । ବୃଦ୍ଧ ୬୫ବର୍ଷିୟ ବାପାଙ୍କୁ ଡାକ୍ତରଖାନାରୁ ଘରକୁ ଆଣିବା ବେଳେ ଅଧ ରାସ୍ତାରେ ପୋଲିସ ଅଟୋରିକ୍ସାକୁ ଯିବାକୁ ନ ଦେବାରୁ ବାଧ୍ୟ ହୋଇ ପୁଅ ବାପାଙ୍କୁ କାନ୍ଧରେ ବୋହି ଘରକୁ ନେଇଛନ୍ତି ।
ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ମାନବଧିକାର ଆୟୋଗ ଏ ନେଇ ମୋକଦମା ଦାଖଲ କରିଛନ୍ତି । ଏବଂ ANI ରିପୋର୍ଟ ମୁତାବକ ଘଟଣାକୁ ଗୁରୁତର ସହ ଦେଖାଯିବ ବୋଲି କହିଛନ୍ତି ।
କେରଳରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୭ରେ ପହଞ୍ଚିଥିବାବେଳେ ଭଲ ହୋଇଛନ୍ତି ୨୧୮ ଜଣ , ୨ଜଣଙ୍କର ମୃତ୍ୟୁ ଘଟିଛି ଓ ବର୍ତ୍ତମାନ ୧୬୭ଟି କେସ ସାମ୍ନାକୁ ଆସିଛି । ଏଣୁ ଲକ୍ ଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିବାବେଳେ ବୁଧବାରର ଏପରି ଦୃଶ୍ୟ ସାମ୍ନାକୁ ଆସିଛି ।