ବିବାହ ଉତ୍ସବରେ ଛେପ ପକାଇ କରୁଥିଲେ ରୁଟି, ଦେଖନ୍ତୁ ଭିଡିଓ...
Advertisement

ବିବାହ ଉତ୍ସବରେ ଛେପ ପକାଇ କରୁଥିଲେ ରୁଟି, ଦେଖନ୍ତୁ ଭିଡିଓ...

ଏହି ରୁଟି ଶେକିବା ପୂର୍ବରୁ ସେହି ରୁଟି ଉପରେ ସେ ମେନ୍ଦାଏ ଛେପ ପକାଉଥିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । 

ବିବାହ ଉତ୍ସବରେ ଛେପ ପକାଇ କରୁଥିଲେ ରୁଟି, ଦେଖନ୍ତୁ ଭିଡିଓ...

ମେରଠ: ଏବେ ଚାଲିଛି ବାହାଘର ଋତୁ । ଚାରିଆଡ଼େ ବିବାହ ଉତ୍ସବର ଧୁମ । ଆଉ ଏହି ଉତ୍ସବରେ ଯୋଗଦେବାକୁ ଓ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେବାକୁ ପହଞ୍ଚିଥାନ୍ତି ଶହ ଶହ ପ୍ରିୟଜନ, ବନ୍ଧୁବାନ୍ଧବ । ଆଉ ବିବାହ ଉତ୍ସବରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଖାଦ୍ୟ ପାନୀୟ ବ୍ୟବସ୍ଥା । ସୁସ୍ବାଦୁ ବ୍ୟଞ୍ଜନର ମଜା ଉଠାଇବାକୁ ସମସ୍ତେ ଆଗ୍ରହୀ । ହେଲେ ଉତ୍ତର ପ୍ରଦେଶ ମେରଠରେ ଏମିତି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ପ୍ରକୃତରେ ଏଠାରେ ଏକ ବିବାହ ଉତ୍ସବରେ ଜଣେ ରୋଷେୟା ରୋଷେଇ କରୁଥିବା ସମୟରେ ଚୁଲିରେ ରୁଟି ଶେକୁଛନ୍ତି । ହେଲେ ଏହି ରୁଟି ଶେକିବା ପୂର୍ବରୁ ସେହି ରୁଟି ଉପରେ ସେ ମେନ୍ଦାଏ ଛେପ ପକାଉଥିବା ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । 

ଭାଇରାଲ ଭିଡିଓଟି (Video Of Man Spitted On Roti) ସୋସିଆଲ ମିଡିଆରେ ଘୁରିବୁଲିବା ପରେ ଉଦବେଗ ପ୍ରକାଶ କରାଯାଇଛି । କାରଣ ଏହି ସମୟରେ ଯଦି ସେ କୋରୋନା ସଂକ୍ରମିତ ହୋଇଥିବେ ତେବେ ଆପଣ ନିଜେ ଭାବନ୍ତୁ ସେ କରିଥିବା ଏମିତି କାର୍ଯ୍ୟ କେତେଜଣଙ୍କ ଉପରେ ବିପଦ ଟାଣି ଆଣିଥିବ । ଅନ୍ୟ କେତେକ ଲୋକ କହିଛନ୍ତି ଯେ, ଏହି ଛେପ ପକା ରୁଟି (Tandoori Roti) ଖାଇ ସେମାନଙ୍କ ଧର୍ମ ନଷ୍ଟ ହୋଇଛି । ଏହି ଘଟଣା ପରେ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି ।

Also Read: Delhi Metro: Blue ଲାଇନ ସେବା କିଛି ସମୟ ପାଇଁ ସ୍ଥଗିତ, ଜାଣନ୍ତୁ କାରଣ ?

ଖବର ଜଣାପଡ଼ିବା ପରେ ପୋଲିସ ଆଇପିସି (IPC) ର ଧାରା ୨୬୯ , ୨୭୦ , ୧୧୮ ଏବଂ ମହାମାରୀ ଆକ୍ଟ (Pandemic Act) ର ଧାରା ୩ ଅନୁଯାୟୀ ନୌସାଦଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ପୋଲିସର ସୂଚନାନୁସାରେ, ଏହି ଭିଡିଓଟି  ସୋସିଆଲ ମିଡିଆ (Social Media) ରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓଟି ନିଜେ ଜାଣିଶୁଣି ନୌସାଦ କରିଥିବା ଜଣାପଡ଼ିଛି । ଶନିବାର ସନ୍ଧ୍ୟାରେ ଖବର ପାଇ ଅଭିଯୁକ୍ତ ନୌସାଦକୁ ପୋଲିସ ଗିରଫ କରିଛି ।

Also Read: ପେଟ୍ରୋଲ-ଡିଜେଲକୁ ଶସ୍ତା କରିବା ପାଇଁ ଟିକସ କାହିଁକି ହ୍ରାସ କରୁନାହାଁନ୍ତି ମୋଦି ସରକାର?

ଗିରଫ ହେବା ପରେ ନୌସାଦ ନିଜ ଭୁଲ ସ୍ବୀକାର କରିଛି ଏବଂ କହିଛି ଯେ, ଏଘଟଣା ସତ ରୁଟି କରିବା ସମୟରେ ସେ ଛେପ (Spitted Roti) ପକାଇ ଶେକୁଥିଲେ । ଯାହାକୁ ନେଇ ଉଦବେଗ  ପ୍ରକାଶ କରିଛନ୍ତି ଜନସାଧାରଣ ।