)
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ପ୍ରଥମ ଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ ନିଜ ମନ କଥା ଦେଶ ଆଗରେ ଜଣାଇଛନ୍ତି । ଆଜି ୭୩ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ପରେଡରେ ହୋଇଥିବା ହିଂସା ବିଷୟରେ ଚର୍ଚ୍ଚା କରିଛନ୍ତି । ଏହାସହ ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ ହୋଇଥିବା କହି ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜିର ମନ୍ କି ବାତ୍ (Mann ki baat) ଆରମ୍ଭରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସେ ମନର କଥା କହିବାକୁ ଯାଆନ୍ତି ସେତେବେଳେ ତାଙ୍କୁ ଲାଗେ କି ସତେ ଯେପରି ସେ ନିଜ ଦେଶବାସୀଙ୍କ ଗହଣରେ ତାଙ୍କ ପରିବାରର ଏକ ସଦସ୍ୟ ଭାବେ ଉପସ୍ଥିତ ଅଛନ୍ତି । ମନର କଥା କଣ ବୋଲି କହିବାକୁ ଯାଇ ମୋଦି କହିଥିଲେ ଯେ, ଆମର ଛୋଟ ଛୋଟ ଜିନିଷ, ଯାହା ପରସ୍ପରକୁ ଶିକ୍ଷା ଦିଏ, କିଛି ଜୀବନର ମଧୁର ସମୟ ଏବଂ ମଧୁର ଅନୁଭୂତି ଯାହା ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଞ୍ଚିବା ପାଇଁ ପ୍ରେରଣା ପାଲଟିଯାଏ ତାହା ହିଁ ହେଉଛି କେବଳ ମନର ବିଷୟ ।
ପ୍ରଧାନମନ୍ତ୍ରୀ (Prime Minister) ଦେଶରେ ସଫଳତା ହାତେଇଥିବା ପ୍ରତିଟି ମଣିଷକୁ ନିଜ ମନରୁ କୃତଜ୍ଞତା ଜଣାଇଛନ୍ତି । ତେବେ ଏହାରି ମଧ୍ୟରେ ସେ ଆହୁରି କହିଛନ୍ତି, ଯେ ଏସବୁ ମଧ୍ୟରେ, ଜାନୁଆରୀ ୨୬ (Republic Day) ରେ ଦିଲ୍ଲୀ (New Delhi) ରେ ହୋଇଥିବା ତ୍ରିରଙ୍ଗାର ଅପମାନ ଦେଖି ଦେଶ ଅତ୍ୟନ୍ତ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ସମୟକୁ ନୂତନ ଆଶା ଏବଂ ନୂତନତ୍ୱ ଚିନ୍ତାଧାରାରେ ଭରିବାକୁ ହେବ ବୋଲି କହିଛନ୍ତି । ଗତ ବର୍ଷ ଆମେ ଅସାଧାରଣ ସଂଯମତା ଏବଂ ସାହସ ଦେଖାଇଥିଲୁ । ସେହିପରି ଏହି ବର୍ଷ ମଧ୍ୟ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ଆମର ସଂକଳ୍ପ ପ୍ରମାଣ କରିବାକୁ ପଡିବ ବୋଲି ମନ୍ କି ବାତ୍ ରେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, 'ଚଳିତ ବର୍ଷ ଆରମ୍ଭରୁ କୋରୋନା (Corona) ବିରୋଧରେ ଆମର ଲଢେଇକୁ ମଧ୍ୟ ପ୍ରାୟ ଏକ ବର୍ଷ ହୋଇଗଲା । ଆଉ ଏ ଲଢେଇରେ ଭାରତ ବିଜୟ ହାସଲ କରିଛି । ଯେମିତି କୋରୋନାକୁ ମାତ୍ ଦେଇ ଭାରତ ଇତିହାସ ରଚିଛି ଠିକ୍ ସେହିଭଳି ବର୍ତ୍ତମାନ ଆମର ଟିକାକରଣ (Vaccination)କାର୍ଯ୍ୟକ୍ରମ ମଧ୍ୟ ବିଶ୍ୱରେ ଏକ ଉଦାହରଣ ପାଲଟିଛି । ଏହାଫଳରେ ଭାରତର ସଂକଳ୍ପ ଆତ୍ମନିର୍ଭର ଭାରତ ଅଭିଯାନ (AtmanirbharBharatAbhiyan) ଏକ ପ୍ରକାରର ସଫଳ ହୋଇଛି ବୋଲି ସେ କହିଛନ୍ତି ।
ଆଜିର ମନ୍ କି ବାତ୍ ରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେଥିମଧ୍ୟରୁ ମହିଳା ପାଇଲଟଙ୍କ ସାହାସିକତାକୁ ଖୁବ୍ ପ୍ରଂଶସା କରିଛନ୍ତି । ଆପଣଙ୍କ ନିଶ୍ଚେ ମନେ ଥିବ ଯେ, ଭାରତର ଚାରିଜଣ ମହିଳା ପାଇଲଟ (Female pilot ) ଆମେରିକାର ସାନ ଫ୍ରାନ୍ସିସ୍କୋକରୁ ବେଙ୍ଗାଲୁରୁ (Bengaluru) କେମ୍ପେୱାଡା ବିମାନବନ୍ଦରକୁ ନନ୍ ଷ୍ଟପ୍ ବିମାନ ଯାତ୍ରା (Nonstop Flight) ଅତ୍ୟନ୍ତ ସଫଳତାର ସହ କରିଥିଲେ । ଏହି କଥାକୁ ମନେ ପକାଇ ନାରୀ ଶକ୍ତିର ପରିଚୟ ଦେଇଥିଲେ ପ୍ରଧାନମନ୍ତ୍ରୀ ।